ରୟତି ଜମି ଦଖଲ କରି ପଥର ଖନନ

ସମ୍ବଲପୁର,୬ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ଅଞ୍ଚଳରେ ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କ ରୟତି ଜମି ଦଖଲ କରି ପଥର ଖନନ କରୁଥିବା ଅଭିଯୋଗ ହୋଇଛି। ଉକ୍ତ ତହସିଲ ଅନ୍ତର୍ଗତ ଜାମଟାଲ ଗ୍ରାମର ଚାଷୀ ବୃନ୍ଦାବନ ବଗର୍ତ୍ତିଙ୍କ ଅଭିଯୋଗକ୍ରମେ, ହାରିବାରି ମୌଜା ଜାମଟାଲ ଗ୍ରାମ ପହାଡ ପାଦଦେଶରେ ତାଙ୍କର ଅଧଏକର ଜମି ରହିଛି। ଏଥିରେ ସେ ପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ଏଡା ପରିସରରେ ୫ରୁ ୬ ଗୋଟି ବଡ ମହୁଲ ଗଛ ମଧ୍ୟ ରହିଥିଲା। ମହୁଲ ଫୁଲ ସଂଗ୍ରହ କରି ବର୍ଷକୁ ୪୦ରୁ ୫୦ ହଜାର ଟଙ୍କା ରୋଜଗାର କରୁଥିଲେ। ହେଲେ ଏବେ ଜାତୀୟ ରାଜପଥ ନିର୍ମାଣ କରୁଥିବା କମ୍ପାନୀ ଏଆଇପିଏଲ୍‌ ତାଙ୍କ ଜମି ନିକଟରେ ପଥର ଖାଦାନ କରିଛି। ପଥରଖାଦାନ ପାଇଁ କମ୍ପାନୀ ରୟତି ଜମିକୁ ଦଖଲ କରିନେଇଛି। ଉକ୍ତ ଜମିରେ ପଥର ଉତ୍ତୋଳନ ସାଙ୍ଗକୁ ମାଟି ଖୋଳି ଦିଆଯାଇଥିବାରୁ ଚାଷ କରିବା ସମ୍ଭବ ହେଉନାହିଁ। ଫଳରେ ଏକମାତ୍ର ରୋଜଗାର ମାଧ୍ୟମ ବନ୍ଦ ହୋଇଯାଇଛି। ପଥର ଉତ୍ତୋଳନ ସମୟରେ ବିରୋଧ କରିଥିଲେ ମଧ୍ୟ ପୋଲିସ ଲଗାଇ ଭୟଭୀତ କରାଗଲା। ବାରମ୍ବାର ବିରୋଧ ଯୋଗୁ ପୋଲିସ ଓ କମ୍ପାନୀ କର୍ମଚାରୀ ପହଞ୍ଚତ୍ଥିଲେ। ଜମି ମାପଚୁପ କରିବା ପରେ ପଥର ଉତ୍ତୋଳନ କରିବାକୁ ପୋଲିସ ପରାମର୍ଶ ଦେଇଥିଲା। ହେଲେ କମ୍ପାନୀ କର୍ମଚାରୀ ପୋଲିସ ସମ୍ମୁଖରେ ରାଜି ହୋଇ ପରେ ଦେଖାଦେଲେ ନାହିଁ। ଏପଟେ ବଳ ପୂର୍ବକ ପ୍ରତିଦିନ ପଥର ଉତ୍ତୋଳନ କାମ କରାଯାଉଛି। ଜିଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ଏ ନେଇ ପଦକ୍ଷେପ ଗ୍ରହଣ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ବୃନ୍ଦାବନ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଯୁଯୁମୁରା ତହସିଲଦାର ଅଭିଷେକ ସାହୁ କହିଛନ୍ତି, ପଥରଖାଦାନ ପାଇଁ ଅନୁମତି ଦିଆଯାଇଛି। ହେଲେ ରୟତି ଜମି ଦଖଲ କରିପାରିବେ ନାହିଁ। ଏ ନେଇ କମ୍ପାନୀକୁ ତାଗିଦ କରାଯିବ। ଚାଷୀଙ୍କ ହିତ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri