Posted inଫୁରସତ

ମାତାପିତାଙ୍କ ଆକାଉଣ୍ଟରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଫେରାର ହୋଇଯାଇଥିଲେ ଏହି ଯୁବତୀ, ଜାଣନ୍ତୁ କାରଣ

ଲଣ୍ଡନ,୨୦ା୧୧: ବ୍ରିଟେନର ଜଣେ ଯୁବତୀ ତାଙ୍କ ମାତାପିତାଙ୍କ ସଞ୍ଚିତ ଅର୍ଥରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଲୁଚି ପଳାଇଥିଲେ। ଯାହାକି ପରେ ଏହି ଯୁବତୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ମିଳିଥିଲା। ବର୍ତ୍ତମାନ ତାଙ୍କ ମାତାପିତା ଝିଅଙ୍କୁ କ୍ଷମା କରି ଦେଇଥିବା କହିଛନ୍ତି।

ଏସେକ୍ସରେ ରହୁଥିବା ମେଲିସା ଫୋର୍ଡହାଇମ୍‌ ନାମକ ଜଣେ ୨୫ ବର୍ଷୀୟା ଯୁବତୀ ତାଙ୍କ ମାତାପିତାଙ୍କ କ୍ରେଡିଟ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରି ନେଇଥିଲେ। ସେହି ସମୟରେ ତାଙ୍କ ମାତାପିତା ୟୁରୋପ ଗସ୍ତରେ ଯାଇଥିଲେ। ନଭେମ୍ବର ୨୦୧୭ରେ ଏହା ଜଣାପଡ଼ିବା ପରେ ମେଲିସାଙ୍କୁ ୩ ବର୍ଷ ଜେଲ୍‌ ହୋଇଥିଲା। ଏହି ସମୟରେ ମେଲିସା କହିଥିଲେ ଯେ, ସେ ଏକ ଡଜନରୁ ଅଧିକ ଠକେଇ ଏବଂ ଚୋରି ମାମଲାରେ ଜଡ଼ିତ ଥିଲେ। କାରଣ ସେ ଜଣେ ପେସାଦାର ଚୋରଣୀ ଥିଲେ। ବର୍ତ୍ତମାନ ତାଙ୍କ ମାତାପିତା କହିଛନ୍ତି ଯେ, ତାଙ୍କ ଝିଅ ଜେଲ୍‌ ଯିବା ପରେ ବହୁତ ପରିବର୍ତ୍ତନ ହୋଇଯାଇଛନ୍ତି। ତେଣୁ ସେ ତାଙ୍କୁ କ୍ଷମା କରିଦେଇଛନ୍ତି। ତାଙ୍କର ଆତ୍ମବିଶ୍ୱାସ ବଢ଼ିଛି। ସେ ମଧ୍ୟ ଖୁସି ଅଛନ୍ତି।

ଲଣ୍ଡନସ୍ଥିତ ଏକ ଶିକ୍ଷାନୁଷ୍ଠାନରେ କାମ କରୁଥିବା ମେଲିସା କହିଛନ୍ତି ଯେ, ସେ ତାଙ୍କ ମାତାପିତାଙ୍କୁ ଧନ୍ୟବାଦ ଦେଇଛନ୍ତି। କାରଣ ତାଙ୍କୁ ସେମାନେ କ୍ଷମା କରିଦେଇଛନ୍ତି। ମେଲିସାଙ୍କ ଅଭିଭାବକ ଏହି ଜାଲିଆତି ବିଷୟରେ ଜାଣିଲେ ଯେତେବେଳେ ସେମାନେ ସ୍ପେନ୍‌ରେ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ପରେ ସେ ମେଲିସାଙ୍କ ସହ କଥା ହେବାରୁ ପୂରା ଘଟଣା ବିଷୟରେ ଜାଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଣ୍ଡପରେ ସ୍ତ୍ରୀ, ଶାଳୀଙ୍କୁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ଭୋପାଳ,୯।୧୨: ମଧ୍ୟ ପ୍ରଦେଶରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଭିଣ୍ଡ୍‌ ଜିଲାର ଜଣେ ଏକ ବିବାହ ମଣ୍ଡପରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଭଉଣୀ...

ବିମାନରେ ସ୍ଲିପିଂ ପ୍ୟାଡ୍‌: ଆରାମରେ ଶୋଇ ଯାତ୍ରା କରିପାରିବେ ଯାତ୍ରୀ

ଅକଲ୍ୟାଣ୍ଡ୍‌: ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଶୋଇବା ପାଇଁ ଏୟାର ନ୍ୟୁଜିଲାଣ୍ଡ ଇକୋନୋମି କ୍ଲାସରେ ସ୍ଲିପିଂ ପ୍ୟାଡ୍‌ ତିଆରି କରାଯାଇଛି। ଏହାର ନାମ ‘ସ୍କାଇନେଷ୍ଟ’ ଦିଆଯାଇଛି।...

ଜୀବିତ ଥାଇ ମୃତ୍ୟୁ ଭୋଜନ ଦେଲେ ମହିଳା

ଚଣ୍ଡିଗଡ,୧୬।୫: ହରିୟାଣାର ଫତେହାବାଦ ଜିଲାର ଜଣେ ବୃଦ୍ଧ ମହିଳା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଗଞ୍ଜ-ଚିନ୍ଦଡ ନିବାସୀ ୮୦ ବର୍ଷୀୟା ଚାୱଲି ଦେବୀ ଗୋଶାଳା...

ମେଶିନରେ ସାନିଟାଇଜ୍‌ ହେବ ଟଙ୍କା

ଲକ୍ଷ୍ନୌ: ଆଜିକାଲି ମେଶିନରେ ଖୁବଶୀଘ୍ର ଟଙ୍କା ଗଣିବା କାମ କରିହେଉଛି। କିନ୍ତୁ ଟଙ୍କା ଗଣିବା ସହିତ ଏହାକୁ ସାନିଟାଇଜ୍‌ ବି କରିହେବ। ଏଭଳି ଏକ ଭିନ୍ନ...

ବିବାହ କରି ନ ପାରି ସଲମାନ୍‌ଙ୍କୁ ମାଗିଲେ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବେ

ଉତ୍ତରପ୍ରଦେଶର ଶାମଲି ନିବାସୀ ଆଜୀମ ମନସୁରୀ ତାଙ୍କ ବିବାହକୁ ନେଇ ବହୁତ ବ୍ୟସ୍ତ ହୋଇପଡ଼ିଛନ୍ତି। ବର୍ତ୍ତମାନ ଆଜୀମଙ୍କ ବୟସ ୨୬। ମାତ୍ର ତାଙ୍କର ଉଚ୍ଚତା ବୟସ...

କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି

‘କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି ।’ ଏହି ଲୋକକଥାଟି ମଧୁବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରତ୍ୟେକ ଓଡ଼ିଆଙ୍କ ମନଙ୍କୁ ଆହ୍ବାନ କରେ। ଭବିଷ୍ୟତ...

ଘର ଭିତରକୁ ପଶିଆସିଲା ସମ୍ବର, ଆଉ ତା’ ପରେ…

ମଣିଷଙ୍କ ସଂଖ୍ୟା ବଢୁଥିବାରୁ ପଶୁମାନଙ୍କ ବାସସ୍ଥାନ ହଜିଯାଉଛି। ଯେଉଁଥିପାଇଁ ମାନବ-ବନ୍ୟଜନ୍ତୁ ବିବାଦ ବାରମ୍ବାର ନଜର ଆସୁଛି। ଏଭଳି ଏକ ଘଟଣାରେ ମଧ୍ୟପ୍ରଦେଶର କାଟନିସ୍ଥିତ ଏକ ବାସଭବନ...

ଭାରତରେ ମହିଳାଙ୍କ ଆତ୍ମହତ୍ୟା ଅଧିକ

ବିଶ୍ୱ ଆମତ୍ହତ୍ୟା ନିରୋଧୀ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୦ରେ ସାରା ବିଶ୍ୱରେ ୨୦୦୩ରୁ ପାଳନ କରାଯାଉଛି। ଆନ୍ତର୍ଜାତିକ ଆମତ୍ହତ୍ୟା ନିରୋଧୀ ସଂଗଠନ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ...

Advertisement
Archives

Model This Week