Posted inଫୁରସତ

ମାତାପିତାଙ୍କ ଆକାଉଣ୍ଟରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଫେରାର ହୋଇଯାଇଥିଲେ ଏହି ଯୁବତୀ, ଜାଣନ୍ତୁ କାରଣ

ଲଣ୍ଡନ,୨୦ା୧୧: ବ୍ରିଟେନର ଜଣେ ଯୁବତୀ ତାଙ୍କ ମାତାପିତାଙ୍କ ସଞ୍ଚିତ ଅର୍ଥରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଲୁଚି ପଳାଇଥିଲେ। ଯାହାକି ପରେ ଏହି ଯୁବତୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ମିଳିଥିଲା। ବର୍ତ୍ତମାନ ତାଙ୍କ ମାତାପିତା ଝିଅଙ୍କୁ କ୍ଷମା କରି ଦେଇଥିବା କହିଛନ୍ତି।

ଏସେକ୍ସରେ ରହୁଥିବା ମେଲିସା ଫୋର୍ଡହାଇମ୍‌ ନାମକ ଜଣେ ୨୫ ବର୍ଷୀୟା ଯୁବତୀ ତାଙ୍କ ମାତାପିତାଙ୍କ କ୍ରେଡିଟ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରି ନେଇଥିଲେ। ସେହି ସମୟରେ ତାଙ୍କ ମାତାପିତା ୟୁରୋପ ଗସ୍ତରେ ଯାଇଥିଲେ। ନଭେମ୍ବର ୨୦୧୭ରେ ଏହା ଜଣାପଡ଼ିବା ପରେ ମେଲିସାଙ୍କୁ ୩ ବର୍ଷ ଜେଲ୍‌ ହୋଇଥିଲା। ଏହି ସମୟରେ ମେଲିସା କହିଥିଲେ ଯେ, ସେ ଏକ ଡଜନରୁ ଅଧିକ ଠକେଇ ଏବଂ ଚୋରି ମାମଲାରେ ଜଡ଼ିତ ଥିଲେ। କାରଣ ସେ ଜଣେ ପେସାଦାର ଚୋରଣୀ ଥିଲେ। ବର୍ତ୍ତମାନ ତାଙ୍କ ମାତାପିତା କହିଛନ୍ତି ଯେ, ତାଙ୍କ ଝିଅ ଜେଲ୍‌ ଯିବା ପରେ ବହୁତ ପରିବର୍ତ୍ତନ ହୋଇଯାଇଛନ୍ତି। ତେଣୁ ସେ ତାଙ୍କୁ କ୍ଷମା କରିଦେଇଛନ୍ତି। ତାଙ୍କର ଆତ୍ମବିଶ୍ୱାସ ବଢ଼ିଛି। ସେ ମଧ୍ୟ ଖୁସି ଅଛନ୍ତି।

ଲଣ୍ଡନସ୍ଥିତ ଏକ ଶିକ୍ଷାନୁଷ୍ଠାନରେ କାମ କରୁଥିବା ମେଲିସା କହିଛନ୍ତି ଯେ, ସେ ତାଙ୍କ ମାତାପିତାଙ୍କୁ ଧନ୍ୟବାଦ ଦେଇଛନ୍ତି। କାରଣ ତାଙ୍କୁ ସେମାନେ କ୍ଷମା କରିଦେଇଛନ୍ତି। ମେଲିସାଙ୍କ ଅଭିଭାବକ ଏହି ଜାଲିଆତି ବିଷୟରେ ଜାଣିଲେ ଯେତେବେଳେ ସେମାନେ ସ୍ପେନ୍‌ରେ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ପରେ ସେ ମେଲିସାଙ୍କ ସହ କଥା ହେବାରୁ ପୂରା ଘଟଣା ବିଷୟରେ ଜାଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri