Posted inଖେଳ

ଇଂଲଣ୍ଡ ଦଳକୁ ଷ୍ଟୋକ୍ସ, ରବିନସନ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୨୨।୭(ପି.ଟି.)- ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ବୁଧବାର ୧୭ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ତାରକା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ବର୍ଣ୍ଣବୈଷମ୍ୟ ସମ୍ପର୍କିତ ଟୁଇଟ୍‌ ପାଇଁ ୭ ବର୍ଷ ବାସନ୍ଦ ହୋଇଥିବା ଦ୍ରୁତ ବୋଲର ଓଲି ରବିନସନଙ୍କୁ ସାମିଲ କରାଯାଇଛି। ସେହିପରି ୫ ବର୍ଷ ପରେ ଓପନର ହସିବ ହମିଦ ଟେଷ୍ଟ ଦଳକୁ ଫେରିଛନ୍ତି। ଶେଷଥର ପାଇଁ ସେ ୨୦୧୬ରେ ଭାରତ ବିପକ୍ଷରେ ଖେଳିଥିଲେ। ପ୍ରଥମ ଟେଷ୍ଟ ନଟିଂହାମରେ ଅଗଷ୍ଟ ୪ରୁ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଲଡର୍‌ସରେ ଅଗଷ୍ଟ ୧୨ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆହତ ସମସ୍ୟାରେ ଥିବା ଜୋଫ୍ରା ଆର୍ଚର ଏବଂ କ୍ରିସ୍‌ ଓ୍ବକ୍ସ ମ୍ୟାଚ୍‌-ଫିଟ୍‌ ହୋଇ ନ ଥିବାରୁ ଦଳରେ ସ୍ଥାନ ପାଇନାହାନ୍ତି। ଦୁଇ ଭେଟେରାନ ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ସମେତ ଦ୍ରୁତ ବୋଲର ମାର୍କ ଉଡ୍‌ ଓ ସାମ୍‌ କୁରାନ ଅନ୍ୟତମ ଫାଷ୍ଟ ବୋଲରଭାବେ ଲାଇନ୍‌-ଅପ୍‌ରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିଶ୍ରାମ ନେଇଥିବା ଉଇକେଟ କିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ଜେସ୍‌ ବଟଲର ଅଧିନାୟକ ଜୋ ରୁଟ୍‌ଙ୍କ ଦଳକୁ ଫେରିଛନ୍ତି। ରୋରି ବନର୍‌ସ, ଓଲି ପୋପ୍‌, ଜ୍ୟାକ କ୍ରଲି, ଡମ୍‌ ସିବଲେ ଓ ଡାନ୍‌ ଲରେନ୍ସ ଇଂଲଣ୍ଡ ବ୍ୟାଟିଂ ୟୁନିଟର ଅନ୍ୟତମ ସଦସ୍ୟ। ୨୪ ବର୍ଷୀୟ ଲରେନ୍ସ ଏବଂ ଲଙ୍କାଶାୟାର ଓପନର ହମିଦ ବର୍ତ୍ତମାନ ଡରହାମରେ ଭାରତ ବିପକ୍ଷରେ ଓ୍ବାର୍ମଅପ୍‌ ମ୍ୟାଚ ଖେଳୁଛନ୍ତି।
ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ଜେମ୍ସ ଆଣ୍ଡରସନ, ବେନ୍‌ ଷ୍ଟୋକ୍ସ, ଜନି ବେୟାରଷ୍ଟୋ, ଡମ୍‌ ବେସ୍‌, ଷ୍ଟୁଆର୍ଟ ବ୍ରଡ୍‌, ରୋରି ବନର୍‌ସ, ଜୋସ ବଟଲର, ଜ୍ୟାକ କ୍ରଲି, ସାମ୍‌ କୁରାନ, ହସିବ ହମିଦ, ଡାନ୍‌ ଲରେନ୍ସ, ଜ୍ୟାକ ଲିଚ୍‌, ଓଲି ପୋପ୍‌, ଓଲି ରବିନସନ, ଡମ୍‌ ସିବ୍‌ଲେ, ମାର୍କ ଉଡ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri