ନିର୍ବାଚନ ଫଳାଫଳକୁ ନେଇ ସଟ୍ଟା ବଜାର ସକ୍ରିୟ: ଜୁନ୍‌ ୪କୁ ଅପେକ୍ଷା

ବାଲିଗୁଡା, ୩୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଜୁନ୍‌ ୧ରେ ରାଜ୍ୟର ସମସ୍ତ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବ। ଜୁନ ୪ ଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ l ମେ’ ୨୦ ତାରିଖ ଦିନ କନ୍ଧମାଳ ଲୋକ ସଭା ଅଧିନ ୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇ ରହିଛି l ଜୁନ ୪ତାରିଖ ପାଇଁ ଏବେ ରାଜନୈତିକ ଦଳ ଗୁଡ଼ିକ ସମେତ ସାଧାରଣରେ ଉତ୍ସାହ ଦେଖିବାକୁ ମିଳିଛି। ଫଳାଫଳ କାହା ସପକ୍ଷରେ ଯାଉଛି, କିଏ କେଉଁ ଆସନରୁ ଜିତିବ, କେତେ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିବ ଏଥିନେଇ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି । ଏହି କ୍ରମରେ କନ୍ଧମାଳ ଜିଲାର ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ଆସନ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ରହିଛି। ଫଳାଫଳକୁ ନେଇ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଯାଇଥିବା ବେଳେ ଫଳାଫଳକୁ ନେଇ ସଟ୍ଟାବଜାର ବି ସକ୍ରିୟ ହୋଇଉଠିଛି। ନିର୍ବାଚନର ଫଳାଫଳକୁ ସଟ୍ଟାବଜାରରେ ଅନେକ ନେତା, କୁଜିନେତା ଭଳି ବିଭିନ୍ନ ଜନସାଧାରଣ ବାଜି ଲଗାଇଥିବା ସୂଚନା ମିଳିଛି।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କନ୍ଧମାଳ ଲୋକସଭା ସମେତ ୭ଟି ବିଧାନସଭା ଆସନରେ କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା। ଲୋକ ସଭା ଓ ବିଧାନସଭା ପାଇଁ ଭାଜପା, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହୋଇଥିବାବେଳେ ଜନମତ କାହା ସପକ୍ଷରେ ଯିବ ତାହା ତାହା କହିବା ମୁସ୍କିଲ। ହେଲେ ଏହି ତିନି ପ୍ରମୁଖ ଦଳର ସମର୍ଥକ ମାନେ ଜୁନ ୪ରେ ସେମାନଙ୍କ ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ସଟ୍ଟା ଲଗାଇଛନ୍ତି। ଏପରିକି ବିପକ୍ଷ ଦଳର ସମର୍ଥକଙ୍କ ସହ ମଧ୍ୟ ଫଳାଫଳକୁ ନେଇ ମୋଟା ଅଙ୍କର ସଟ୍ଟା ଲାଗିଥିବା ଜଣାପଡ଼ିଛି। ୫୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଟ୍ଟା ଲାଗିଛି। କେହି କେହି ସେମାନଙ୍କ ସମର୍ଥିତ ପ୍ରାର୍ଥୀ ଯଦି ହାରିଗଲେ ମୁଣ୍ଡନ ହେବା ସହ ବଡ଼ ବଡ଼ ହୋଟେଲରେ ଖାଇବାକୁ ଦେବେ ବୋଲି ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ସେହିପରି ବାଲିଗୁଡା ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେଡି,ଭାଜପା ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଫାଇଟ ହୋଇଥିବାବେଳେ ଏହାର ଫଳାଫଳକୁ ନେଇ ମଧ୍ୟ ସଟ୍ଟା ବଜାର ସରଗରମ ରହିଛି। ସଟ୍ଟା ବଜାର ଯେଉଁପରି ଭାବେ ସରଗରମ ହେଉଛି ଫଳାଫଳ ପ୍ରକୃତରେ କାହା ସପକ୍ଷରେ ଯିବ ତାହା ଆକଳନ କରିବା ବହୁ କଷ୍ଟକର ହୋଇପଡ଼ିଛି। ଜୁନ ୪ରେ ହିଁ ଫଳାଫଳର ସ୍ପଷ୍ଟ ଚିତ୍ର ମିଳିବ l


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri