Posted inଫୁରସତ

‘ତଥାପି ମୋ ଗାଁ ହସୁଛି’

”ଫୁଲଟିଏ ନାହିଁ, ଗ୍ରାମଦେବତୀ ମୋ ଫୁଲବିନା ପୂଜା ପାଉଛି। ନେତାଙ୍କ ଉପରେ ସଜଫୁଟା ଫୁଲ କେତେ ଯେ ଅଜଡ଼ା ହେଉଛି। ଆଉ ସେବକ ଆମର କହିକି, ଯିଏ ସେ ଶୋଷଣ ଆମକୁ କରୁଛି, ମୋ ଗାଁ ପୁଅ ଶାସକ ହେଇକି ମୋରି ମା’କୁ ଶୋଷୁଛି। ତଥାପି ମୋ ଗାଁ ହସୁଛି…“ ଏମିତି ଅନେକ କବିତା ତାଙ୍କ କଲମ ମୁନରେ ଫୁଟିଉଠେ। ଯେମିତିକି ଗାଁ, ମା’ମାଟିର କଥା କହେ ତାଙ୍କ କବିତା । ହଜିଯାଉଥିବା ଗାଁର ମହକକୁ ବାସ୍ନାମୟ କରାନ୍ତି ସେ ତାଙ୍କ କଥା କବିତାରେ। ଏମିତି ସୃଜନଶୀଳତାର ଭିଡ଼ଭିତରୁ ବାରିହୋଇ ପଡ଼ୁଥିବା ସେ ଜଣେ ଭିନ୍ନ ମଣିଷ ।

ସେ ଏକାଧାରରେ ଜଣେ ଗୀତିକାର, କବି, ଲେଖକ ଭାବେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ପେସା ତାଙ୍କର ଚିକିତ୍ସା କିନ୍ତୁ ନିଶା ସାହିତ୍ୟ ସାଧନା। ସେ ହେଲେ ଡାକ୍ତର ଶୁଭ ଦାଶ। ଘର ଜଗତ୍‌ସିଂହପୁର ଜିଲା ମଇନ୍ଦିପୁର ଗ୍ରାମରେ। ପିତା ବିଭୂତି ଭୂଷଣ ଦାଶ ଓ ମାତା କବିତା ଦାଶ। ସେ କୁହନ୍ତି, ‘ମୋ ସ୍କୁଲ ଜୀବନରୁ ହିଁ ମୁଁ ଲେଖାଲେଖି ଆରମ୍ଭ କରିଛି। କଲେଜ ପଢ଼ା ବୟସରେ ମଧ୍ୟ ନାନା ପ୍ରକାର ଚଳନ୍ତି ଘଟଣାର ସମସ୍ୟାକୁ ନେଇ କିଛିକିଛି କବିତା ଲେଖୁଥିଲି। ତେବେ ସାମାଜିକ ଗଣମାଧ୍ୟମରେ ମୋର କେତୋଟି କବିତା ବେଶ୍‌ ଲୋକପ୍ରିୟ ହୋଇପାରିଛି। କାରଣ ଆଜିକାଲି ସମାଜର ପ୍ରାୟ ସବୁ କ୍ଷେତ୍ରରେ ଦୁର୍ନୀତି ବଢି ବଢି ଚାଲିଛି। ଯାହା ସମାଜ ଉପରେ ବହୁତ ଖରାପ ପ୍ରଭାବ ପକାଇବା ସହ ପ୍ରକାରନ୍ତରେ ବ୍ୟକ୍ତିବିଶେଷଙ୍କୁ ବହୁତ ପ୍ରଭାବିତ କରୁଛି। ତେଣୁ ସୁସ୍ଥ ସମାଜ ଲାଗି ସକାରାତ୍ମକ ଚିନ୍ତନ ଓ କାର୍ଯ୍ୟର ଆବଶ୍ୟକତା ରହିଛି। ଯେଉଁଥିପାଇଁ ମୁଁ ଚିନ୍ତା କଲି କ’ଣ କରି ସମାଜର କିଛି ପରିବର୍ତ୍ତନ କରିପାରିବି। ତା’ପରେ ମୋର ଆରମ୍ଭ ହେଲା ବିଭିନ୍ନ ପ୍ରସଙ୍ଗକୁ ନେଇ ସଚେତନଧର୍ମୀ କବିତା ଲେଖିବା। ମୁଁ ଭାବେ ଔଷଧରେ ରୋଗକୁ ଏବଂ କବିତାରେ ମନକୁ ସୁସ୍ଥ ରଖାଯାଇପାରେ। ପିଲାଟିଦିନୁ ଗାଁ ପରିବେଶରେ ବଢିଛି । ତା’ର ମାଟି, ପାଣିପବନ ମତେ କବିତା ଲେଖିବାକୁ ଆହ୍ବାନ ଦେଇଛି। ପ୍ରଥମେ ନିଜ ଅନୁଭୂତିରେ ଗାଁ ପରିସ୍ଥିତିକୁ ନେଇ ଏକ କବିତା -‘ତଥାପି ମୋ ଗାଁ ହସୁଛି’ ଲେଖିଥିଲି। ଏହା ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ବିଭିନ୍ନ ପୁରପଲ୍ଲୀର ସାଧାରଣ ଲୋକଙ୍କ ପାଖରେ ଖୁବ୍‌ ଆଦୃତ ହେବା ସହ ଓ ପ୍ରଶଂସା ସାଉଁଟିଲା। ଏଥିଯୋଗୁ ମୋ ମନରେ ଉତ୍ସାହ ସୃଷ୍ଟି ହୋଇଥିଲା। ତା’ପରେ ମୁଁ ଲେଖିଲି ‘ଚାଲ ଭାଇ ଆମେ ଗରିବ ହେବା’, ‘ପାଞ୍ଚଟଙ୍କିଆ ଆହାର କେନ୍ଦ୍ର’, ‘ମୁଁ ନୁହେଁ ସ୍ବାଧୀନ’, ‘ଗାଣିତିକ ପ୍ରେମ’, ‘ମୁଁ ୟାକୁ ହିଁ ବିରୋଧ କରୁଛି’ ପରି ଅନେକ କବିତା, ଯାହାକୁ ନେଇ ଏକ ପୁସ୍ତକ ସଙ୍କଳନ ବି କରିଛି।

ବୃତ୍ତି ପାଇଁ ବିଏଏମ୍‌ଏସ୍‌ ପାଠ ପଢି ସାରିବା ପରେ ଏବେ ମଣ୍ଡାସାହି ଚିକିତ୍ସାଳୟରେ ଚିକିତ୍ସକ ଭାବେ
କାର୍ଯ୍ୟ କରୁଛି। ଏହାଛଡା କେତେଟି ଘରୋଇ ଟିଭି ଚ୍ୟାନେଲରେ ‘ଘରବଇଦ’ ପରି ବିଭିନ୍ନ ସ୍ବାସ୍ଥ୍ୟ ସମ୍ପର୍କିତ ଆଲୋଚନାରେ ଆମ ହାତ ପାଖରେ ମିଳୁଥିବା ବୃକ୍ଷଲତାକୁ ବ୍ୟବହାର କରି କେମିତି କମ୍‌ ଖର୍ଚ୍ଚରେ ରୋଗରୁ ଉପଶମ ମିଳିପାରିବ ସେ କଥା ଲୋକଙ୍କୁ ଜଣାଇଥାଏ। ପୁଣି ଓଡ଼ିଆ ଫିଲ୍ମ ଓ ଆଲବମ୍‌ ପାଇଁ ମଧ୍ୟ ଗୀତ ରଚନା କରିଛି। ଯାହାମଧ୍ୟରେ ‘ମୁଁ ତୁମର’, ‘ତୁ ଯା ଚାଲିଯା’, ‘ଆଲୋ ପାଗେଳି ଗଲୁ ବଦଳି’, ‘ମୁଁ ଭିଜୁଛି ମୋ ଲୁହରେ’, ‘ହଁ ମୁଁ ତୋ ପ୍ରେମରେ ପଡ଼ିଗଲି’ ଆଦି ଗୀତ ଶ୍ରୋତାଙ୍କ ମନକୁ ଛୁଇଁପାରିଛି। ଏହା ଛଡ଼ା ଗାଁରେ ଏକ ଜନାର୍ଦ୍ଦନ ଶିଶୁ ଉଦ୍ୟାନ ଓ ପାଠାଗାର ସୃଷ୍ଟି କରିଛି। ପ୍ରତିଦିନ ଦିନ ୩ଟାରୁ ସନ୍ଧ୍ୟା ୭ଟା ଯାଏ ଏହା ଖୋଲାରହିଥାଏ। ଏଥିପାଇଁ ଆବଶ୍ୟକ ଅର୍ଥକୁ ନିଜ ପକେଟ୍‌ ମନିରୁ ବ୍ୟୟ କରିଥାଏ। ଏହାଦ୍ୱାରା ଗାଁର ଶିଶୁ ଓ ଯୁବ ପିଢ଼ି ବିଶେଷ ଭାବରେ ଉପକୃତ ହେବାସହ ଭଲ କାମ କରିବା ପାଇଁ ପ୍ରେରଣା ମଧ୍ୟ ପାଉଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା ମୋ କଥାରେ ଗାଁ ପିଲାମାନେ ଏକଜୁଟ ହୋଇ ବିଭିନ୍ନ ଜନହିତକର କାର୍ଯ୍ୟ କରିବାପାଇଁ ଆଗଭର ହୋଇଥାନ୍ତି। ପିଲାମାନଙ୍କୁ ଏକାଠି କରି ଗାଁର ରଜ ପର୍ବକୁ ଖୁବ୍‌ ଧୁମ୍‌ଧାମରେ ପାଳନ କରିଥାଉ। ଏହିସବୁ ସାମାଜିକ କାର୍ଯ୍ୟ ଓ ସାହିତ୍ୟ ସାଧନା ପାଇଁ ମତେ ‘ଯୁବ ପ୍ରେରଣା ସମ୍ମାନ’, ‘ଆଦର୍ଶକବି ସମ୍ମାନ’,‘ଲୋକନାଥ ସ୍ମୃତି ସମ୍ମାନ’, ‘ସେବାରତ୍ନ ସମ୍ମାନ’, ‘ସାହିତ୍ୟପ୍ରତିଭା ସମ୍ମାନ’ ଆଦି ଏକାଧିକ ସମ୍ମାନ ଓ ପୁରସ୍କାର ମିଳିଛି। ମୋ ମତରେ ଦୁନିଆରୁ ଯଦି ନେଇଯିବୁ କିଛି ରହିବୁ ଅମିର ହୋଇ, ଦୁନିଆକୁ ଯଦି ଦେଇ ଯିବୁ କିଛି ରହିବୁ ଅମର ହୋଇ। ଅମର ହେବୁ ନା ଅମିର ହେବୁ ନିଷ୍ପତି ତୋର।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri