ଏବେ ବି ଅପହଞ୍ଚ: ନାଁ ଅଛି ଭଲ ରାସ୍ତା ନା ପାଣି, ଫୋନ୍‌ ଟିକେ କରିବାକୁ ୨ କି.ମି  ପାହାଡ଼ ଚଢ଼ି …

ଥୁଆମୂଳ ରାମପୁର,୧୩।୭: (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟଠାରୁ ପଞ୍ଚାୟତ ଓ ଗ୍ରାମାଞ୍ଚଳକୁ ଗମନାଗମନ ସୁବିଧା ପାଇଁ ରାସ୍ତାଘାଟ ନିର୍ମାଣ କରିବାକୁ ଅଧିକ ଗୁରୁତ୍ୱ ଦେଇ ସରକାରଙ୍କ ତରଫରୁ କୋଟିକୋଟି ଟଙ୍କାର ଅନୁଦାନର ଯୋଗାଇ ଦିଆଯାଉଛି।
ଏହାଦ୍ବାରା କୌଣସି ଗାଁ ବାଦପଡିବ ନାହିଁ, ହେଲେ ଏହାର ଲାଭ କେତେ ପାଇଛନ୍ତି ଗ୍ରାମାଞ୍ଚଳର ଲୋକେ  ଯଦି ତାକୁ ସମୀକ୍ଷା କରାଯାଏ ତେବେ ଜଣାପଡେ ଯେ, ଏହା ଏକ ମାତ୍ର ପ୍ରହସନ। ଏ ନେଇ କିଛି ଲୋକ ଆଲୋଚନା କରୁଛନ୍ତି। ଦେଶ ସ୍ବାଧୀନତାର ଅନେକ ବର୍ଷ ପରେ ମଧ୍ୟ ଲୋକେ ଗମନାଗମନ ସୁବିଧାରୁ ବଞ୍ଚିତ ଅଛନ୍ତି। ଲୋକେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନେଇ ଯଦି ଗାଁରୁ ବାହାରଲେ କାଦୁଅ ପଚପଚ ରାସ୍ତା ପରିସ୍ଥିତିକୁ ଅଣାୟତ କରିପକାଉଛି। ରାସ୍ତା ଖଣ୍ତେ ନ ଥିବାରୁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବାକୁ ପଡୁଛି। ଏଭଳି ବ୍ଲକରେ ଅନେକ ଗାଁ ରହିଛି ତନ୍ମଧ୍ୟରୁ ବ୍ଲକର ଗୁଣୁପୁର ପଞ୍ଚାୟତ ଅନ୍ତର୍ଗତ ମଦାଙ୍ଗଗୁଡା ଗ୍ରାମରେ ପ୍ରାୟ ୬୦/୭୦ ଘର ରହିଥିବା ବେଳେ ଏଥିରେ ହାରାହାରି ୨୦୦/୨୫୦ ଲୋକ ବସବାସ କରୁଛନ୍ତି। ମୁଖ୍ୟତଃ ଏହି ଗାଁରେ ଭଲ ରାସ୍ତା ଖଣ୍ତେ ନାହିଁ, ପାଣି ପାଇଁ ଗ୍ରାମରେ ୩ଟି ନଳକୂପ ଅଛି ମାତ୍ର ପ୍ରର୍ଯ୍ୟାପ୍ତ ପରିମାଣରେ ପାଣି ମିଳେନାହିଁ। ବସୁଧାରେ ଟାଙ୍କି ନିର୍ମାଣ ଚାଲିଛି ସତ ମାତ୍ର ବର୍ଷ ପରେ ବର୍ଷ ବିତିଯାଇଛି କାମ ସରିପାରୁନାହିଁ । ଗ୍ରାମବାସୀଙ୍କ ସମସ୍ୟା ଅନେକ ହେଲେ ସମସ୍ୟାର ସମାଧାନ ନାହିଁ। ବର୍ଷା ଦିନ ପୂର୍ବରୁ ନରେଗା ଯୋଜନା ମାଧ୍ୟମରେ ମଦାଙ୍ଗଗୁଡ଼ା ଗ୍ରାମ ଛକ ଠାରୁ ଗ୍ରାମ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହୋଇଥିଲା ସତ ବର୍ଷା ଦିନେ ତାହା କାଦୁଅ ପଚପଚ।  ଏହା ନିତିଦିନିଆ ରାସ୍ତା ହୋଇଥିବାରୁ  ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏନେଇ  ଗାଁଲୋକେ ଭଲ ରାସ୍ତା ଖଣ୍ତେ ପାଇବା ଆଶାନେଇ ବିଧାୟକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପାଖରେ ହାରିଗୁହାରି କରିଆସୁଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁନାହିଁ। ବିଧାୟକଙ୍କୁ ବାରମ୍ବାର ଜଣାଇଲେ ସେ ପ୍ରତିଶ୍ରୁତି ଦିଅନ୍ତି। ସମୟ ଗଡ଼ିଚାଲେ। ରାସ୍ତାଘାଟ ଶୋଚନୀୟ ହେତୁ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ପାରୁ ନାହିଁ, କିମ୍ବା ଲୋକେ ମାସିକ ପିଡିଏସ ଚାଉଳ ଆଣିବା ପାଇଁ ମଧ୍ୟ ବହୁତ ହିନସ୍ଥା ହେବାକୁ ପଡୁଛି।
ସେହିଭଳି ଏହି ଗାଁରେ  ଟେଲିଫୋନ୍‌ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଆହୁରି ସମସ୍ୟା ସୃଷ୍ଟି ହେଉଥିବା  ଜଣାପଡିଛି। ଗାଁରେ ଏକ ବିଏସଏନଏଲ ଟାୱାର ପାଖାପାଖି ୨ ବର୍ଷ ପୂର୍ବେ ସ୍ଥାପନ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଲାଗି ପାରୁନାହିଁ ।ନେଟୱର୍କ ଅସୁବିଧାରୁ  ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିବାକୁ ହେଲେ ୨ କି.ମି ଦୂର ପାହାଡ ଚଢି ଫୋନ କରିବାକୁ ପଡୁଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଜିଲା ବିଏସଏନଏଲ ଏସଡିଓ କୁଞ୍ଜବିହାରୀ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା ହେଲେ କୌଣସି ଉତ୍ତର ମିଳିନାହିଁ । ରାସ୍ତା ବିଷୟରେ ବିଭାଗୀୟ ଯନ୍ତ୍ରୀ ତନ୍ଵିର ଆଲମଙ୍କୁ ପଚାରିବାରୁ ଗ୍ରାମ୍ୟ  ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସେହି ଗାଁ ଅନ୍ତର୍ଭୁକ୍ତ କରି ଟେଣ୍ଡର ମଧ୍ୟ ଶେଷ ହୋଇଛି। ବହୁତ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ।
ଏଠାରେ ପ୍ରକାଶ ଥାଉକି ଗୁଣୁପୁର ଗ୍ରାମପଞ୍ଚାୟତ ଅଞ୍ଚଳର ବାସିନ୍ଦା ହେଉଛନ୍ତି ନିଜେ ବ୍ଳକ ଅଧ୍ୟକ୍ଷ ତଥାପି  ମଦାଙ୍ଗଗୁଡା ଗାଁ ପାଇଁ ସବୁଦିନିଆ ଭଲ ରାସ୍ତା ଖଣ୍ତିଏ ଏପର୍ଯ୍ୟନ୍ତ ଅଭାବ ରହିଥିବା ଅତି ସମ୍ବେଦନଶୀଳ ବିଷୟ ବୋଲି ଚର୍ଚ୍ଚା ଜୋରଧରିଥିବା ବେଳେ ମଦାଙ୍ଗଗୁଡା ଗାଁ ଲୋକେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଉ ବୋଲି  ଦାବି କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri