ଏବେ ବି ଅପହଞ୍ଚ: ନାଁ ଅଛି ଭଲ ରାସ୍ତା ନା ପାଣି, ଫୋନ୍‌ ଟିକେ କରିବାକୁ ୨ କି.ମି  ପାହାଡ଼ ଚଢ଼ି …

ଥୁଆମୂଳ ରାମପୁର,୧୩।୭: (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟଠାରୁ ପଞ୍ଚାୟତ ଓ ଗ୍ରାମାଞ୍ଚଳକୁ ଗମନାଗମନ ସୁବିଧା ପାଇଁ ରାସ୍ତାଘାଟ ନିର୍ମାଣ କରିବାକୁ ଅଧିକ ଗୁରୁତ୍ୱ ଦେଇ ସରକାରଙ୍କ ତରଫରୁ କୋଟିକୋଟି ଟଙ୍କାର ଅନୁଦାନର ଯୋଗାଇ ଦିଆଯାଉଛି।
ଏହାଦ୍ବାରା କୌଣସି ଗାଁ ବାଦପଡିବ ନାହିଁ, ହେଲେ ଏହାର ଲାଭ କେତେ ପାଇଛନ୍ତି ଗ୍ରାମାଞ୍ଚଳର ଲୋକେ  ଯଦି ତାକୁ ସମୀକ୍ଷା କରାଯାଏ ତେବେ ଜଣାପଡେ ଯେ, ଏହା ଏକ ମାତ୍ର ପ୍ରହସନ। ଏ ନେଇ କିଛି ଲୋକ ଆଲୋଚନା କରୁଛନ୍ତି। ଦେଶ ସ୍ବାଧୀନତାର ଅନେକ ବର୍ଷ ପରେ ମଧ୍ୟ ଲୋକେ ଗମନାଗମନ ସୁବିଧାରୁ ବଞ୍ଚିତ ଅଛନ୍ତି। ଲୋକେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନେଇ ଯଦି ଗାଁରୁ ବାହାରଲେ କାଦୁଅ ପଚପଚ ରାସ୍ତା ପରିସ୍ଥିତିକୁ ଅଣାୟତ କରିପକାଉଛି। ରାସ୍ତା ଖଣ୍ତେ ନ ଥିବାରୁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବାକୁ ପଡୁଛି। ଏଭଳି ବ୍ଲକରେ ଅନେକ ଗାଁ ରହିଛି ତନ୍ମଧ୍ୟରୁ ବ୍ଲକର ଗୁଣୁପୁର ପଞ୍ଚାୟତ ଅନ୍ତର୍ଗତ ମଦାଙ୍ଗଗୁଡା ଗ୍ରାମରେ ପ୍ରାୟ ୬୦/୭୦ ଘର ରହିଥିବା ବେଳେ ଏଥିରେ ହାରାହାରି ୨୦୦/୨୫୦ ଲୋକ ବସବାସ କରୁଛନ୍ତି। ମୁଖ୍ୟତଃ ଏହି ଗାଁରେ ଭଲ ରାସ୍ତା ଖଣ୍ତେ ନାହିଁ, ପାଣି ପାଇଁ ଗ୍ରାମରେ ୩ଟି ନଳକୂପ ଅଛି ମାତ୍ର ପ୍ରର୍ଯ୍ୟାପ୍ତ ପରିମାଣରେ ପାଣି ମିଳେନାହିଁ। ବସୁଧାରେ ଟାଙ୍କି ନିର୍ମାଣ ଚାଲିଛି ସତ ମାତ୍ର ବର୍ଷ ପରେ ବର୍ଷ ବିତିଯାଇଛି କାମ ସରିପାରୁନାହିଁ । ଗ୍ରାମବାସୀଙ୍କ ସମସ୍ୟା ଅନେକ ହେଲେ ସମସ୍ୟାର ସମାଧାନ ନାହିଁ। ବର୍ଷା ଦିନ ପୂର୍ବରୁ ନରେଗା ଯୋଜନା ମାଧ୍ୟମରେ ମଦାଙ୍ଗଗୁଡ଼ା ଗ୍ରାମ ଛକ ଠାରୁ ଗ୍ରାମ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହୋଇଥିଲା ସତ ବର୍ଷା ଦିନେ ତାହା କାଦୁଅ ପଚପଚ।  ଏହା ନିତିଦିନିଆ ରାସ୍ତା ହୋଇଥିବାରୁ  ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏନେଇ  ଗାଁଲୋକେ ଭଲ ରାସ୍ତା ଖଣ୍ତେ ପାଇବା ଆଶାନେଇ ବିଧାୟକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପାଖରେ ହାରିଗୁହାରି କରିଆସୁଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁନାହିଁ। ବିଧାୟକଙ୍କୁ ବାରମ୍ବାର ଜଣାଇଲେ ସେ ପ୍ରତିଶ୍ରୁତି ଦିଅନ୍ତି। ସମୟ ଗଡ଼ିଚାଲେ। ରାସ୍ତାଘାଟ ଶୋଚନୀୟ ହେତୁ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ପାରୁ ନାହିଁ, କିମ୍ବା ଲୋକେ ମାସିକ ପିଡିଏସ ଚାଉଳ ଆଣିବା ପାଇଁ ମଧ୍ୟ ବହୁତ ହିନସ୍ଥା ହେବାକୁ ପଡୁଛି।
ସେହିଭଳି ଏହି ଗାଁରେ  ଟେଲିଫୋନ୍‌ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଆହୁରି ସମସ୍ୟା ସୃଷ୍ଟି ହେଉଥିବା  ଜଣାପଡିଛି। ଗାଁରେ ଏକ ବିଏସଏନଏଲ ଟାୱାର ପାଖାପାଖି ୨ ବର୍ଷ ପୂର୍ବେ ସ୍ଥାପନ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଲାଗି ପାରୁନାହିଁ ।ନେଟୱର୍କ ଅସୁବିଧାରୁ  ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିବାକୁ ହେଲେ ୨ କି.ମି ଦୂର ପାହାଡ ଚଢି ଫୋନ କରିବାକୁ ପଡୁଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଜିଲା ବିଏସଏନଏଲ ଏସଡିଓ କୁଞ୍ଜବିହାରୀ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା ହେଲେ କୌଣସି ଉତ୍ତର ମିଳିନାହିଁ । ରାସ୍ତା ବିଷୟରେ ବିଭାଗୀୟ ଯନ୍ତ୍ରୀ ତନ୍ଵିର ଆଲମଙ୍କୁ ପଚାରିବାରୁ ଗ୍ରାମ୍ୟ  ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସେହି ଗାଁ ଅନ୍ତର୍ଭୁକ୍ତ କରି ଟେଣ୍ଡର ମଧ୍ୟ ଶେଷ ହୋଇଛି। ବହୁତ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ।
ଏଠାରେ ପ୍ରକାଶ ଥାଉକି ଗୁଣୁପୁର ଗ୍ରାମପଞ୍ଚାୟତ ଅଞ୍ଚଳର ବାସିନ୍ଦା ହେଉଛନ୍ତି ନିଜେ ବ୍ଳକ ଅଧ୍ୟକ୍ଷ ତଥାପି  ମଦାଙ୍ଗଗୁଡା ଗାଁ ପାଇଁ ସବୁଦିନିଆ ଭଲ ରାସ୍ତା ଖଣ୍ତିଏ ଏପର୍ଯ୍ୟନ୍ତ ଅଭାବ ରହିଥିବା ଅତି ସମ୍ବେଦନଶୀଳ ବିଷୟ ବୋଲି ଚର୍ଚ୍ଚା ଜୋରଧରିଥିବା ବେଳେ ମଦାଙ୍ଗଗୁଡା ଗାଁ ଲୋକେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଉ ବୋଲି  ଦାବି କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri