ମୁଜାଗଡ଼ ଡାକ ବଙ୍ଗଳା ଉଦ୍‌ଘାଟନ କଲେ ବିଧାୟକ, ଜାଇକା ପ୍ରକଳ୍ପ ୨୦୩୦ ପର୍ଯ୍ୟନ୍ତ ସମ୍ପ୍ରସାରଣ ଯୋଜନା ନେଇ…

ଭଞ୍ଜନଗର,୧୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ଼ ବନ ବିଭାଗ ଡାକ ବଙ୍ଗଳା ରବିବାର ଉଦ୍‌ଘାଟିତ ହୋଇଯାଇଛି । ୩୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବଙ୍ଗଳାକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ନିଲନତର, ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ନାୟକ ଚାରା ରୋପଣ କାର୍ଯ୍ୟରେ ଲୋକ ପ୍ରତିନିଧିଙ୍କ ସହଯୋଗ ନେଇ ଚାରା ରୋପଣ କାର୍ଯ୍ୟ ଆଗକୁ ନେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଧରିତ୍ରୀ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ କହିଛନ୍ତି ଯେ, ଚାରା ରୋପଣ କାର୍ଯ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଚଳିତ ବର୍ଷ ସାଢ଼େ ୭ କୋଟି ଚାରା ମା’ଙ୍କ ପାଇଁ ଗଛଟିଏ ଯୋଜନାରେ ଲଗାଇବା ଲକ୍ଷ୍ୟ ରଖାଯାଇଛି। ଜାଇକା ପ୍ରକଳ୍ପ ୨୦୨୬ରେ ସରିବ। ଏବାବଦରେ ୧୦୦୦ କୋଟି ଟଙ୍କା ମିଳିଥିଲା। ବର୍ତ୍ତମାନ ଜାଇକା ପ୍ରକଳ୍ପ ସୁଧ ଟଙ୍କା ଅଛି। ଉକ୍ତ ଟଙ୍କା ସାରିବାକୁ ହେଲେ ପ୍ରକଳ୍ପ ଆଉ କିଛି ବର୍ଷ ସମ୍ପ୍ରସାରିତ ହେବ। ତେଣୁ ଏନେଇ ପ୍ରସ୍ତାବ ଦିଆଯାଇଛି ବୋଲି ପନ୍ତ କହିଥିଲେ।

ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ନିଲନତର ଧରିତ୍ରୀ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ସମୟରେ କହିଥିଲେ ଯେ, ଜାଇକା ପ୍ରକଳ୍ପ ୨୦୩୦ ପର୍ଯ୍ୟନ୍ତ ସମ୍ପ୍ରସାରଣ ଯୋଜନା ଅଛି। ପିସିସିଏଫ୍‌ଙ୍କ ଗସ୍ତ ସମୟରେ ଏସିଏଫ୍‌ ଡ. ରଶ୍ମି ରଞ୍ଜନ ସ୍ବାଇଁ, ବିବେକ କୁମାର ଦାସ, ରେଞ୍ଜର ବିମ୍ବାଧର ସାହୁ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ, ଲୋକନାଥ ଆଚାର୍ଯ୍ୟ, ଜିଲା ପରିଷଦ ଏମ୍‌ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ନଗର ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡି, ବ୍ଲକ ଏମ୍‌ପି ପ୍ରତିନିଧି ରବୀନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ପିସିସିଏଫ୍‌ ଚକରା ଘାଟିରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଏଥିସହ ସୋରିସମୁଲି, ବିରିକୋଟ, ବଡ଼ ବୋରସିଙ୍ଗି, ତିଲିସିଙ୍ଗି ପ୍ରମୁଖ ସ୍ଥାନରେ ବିଗତ ଦିନରେ ହୋଇଥିବା ଚାରା ରୋପଣ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ସମୟରେ ଗାଲେରୀ ରେଞ୍ଜର ଆଶାଲତା ଦିଗାଲ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ବୀରାଜ ପ୍ରଧାନ, ବନପାଳ ବବୁଲ ସେଠୀ, ଶୁଭସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?