ତଥାପି ବିଫଳ

Dillip Cherian

ନିକଟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରମୁଖ ଶାସନ ସଚିବମାନଙ୍କ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସେଣ୍ଟ୍ରାଲ ଡେପୁଟେଶନ (କେନ୍ଦ୍ରୀୟ ପ୍ରତିନିଯୁକ୍ତି) ପାଇଁ ଅଧିକ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ( ଭାରତୀୟ ବନ ସେବା) ଅଧିକାରୀ ଯୋଗାଇଦେବା ସକାଶେ କହିଥିଲେ, ଯାହା କିଛି ମାସ ହେବ ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି। ୨୦୨୪ ପାଖେଇ ଆସୁଥିବାରୁ, ମୋଦି ସରକାର ଶାସନରେ ରହିଥିବା ଅନ୍ତର ଶୀଘ୍ର ସମାଧାନ କରିବାକୁ ଚାହଁୁଛନ୍ତି। ଏବେ କେନ୍ଦ୍ରରେ କାମ କରିବା ଲାଗି ଅନିଚ୍ଛା ପ୍ରକାଶ କରୁଥିବା ବାବୁମାନଙ୍କୁ ଏଭଳି ମନୋଭାବ ଦୂର କରିବା ଲାଗି ସିଂ ବୁଝାଇବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ର ସରକାର ଆଇଏଏସ୍‌ ଅଧିକାରୀମାନଙ୍କ ଅଭାବର ସମ୍ମୁଖୀନ ହୋଇ ଆସୁଛନ୍ତି ଏବଂ ଏହି ସଙ୍କଟ ଟାଳିବା ଲାଗି ସରକାର ୨୦୨୧ରେ ନିୟମଗୁଡ଼ିକୁ ବଦଳାଇ ଦେଇଥିଲେ। କେନ୍ଦ୍ରରେ ଏକ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ନୁହେଁ ବୋଲି ଉକ୍ତ ପରିବର୍ତ୍ତିତ ନିୟମରେ କୁହାଯାଇଥିଲା। କିନ୍ତୁ ସ୍ପଷ୍ଟତଃ ନିୟମରେ ପରିବର୍ତ୍ତନ କରି କିମ୍ବା ବାବୁମାନଙ୍କୁ ଯେତେ ବୁଝାଇ ପ୍ରଲୋଭନ ଦେଖାଇଲେ ମଧ୍ୟ ତାହା କାମ କରି ନାହିଁ। ଏପରି କି ଭାଜପା ଶାସିତ ରାଜ୍ୟଗୁଡ଼ିକରୁ ବାବୁମାନେ ମଧ୍ୟ ଦିଲ୍ଲୀରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ସମୟରେ କେନ୍ଦ୍ର ୧,୪୭୨ ଆଇଏଏସ୍‌ ଅଧିକାରୀ ଏବଂ ୮୬୪ ଆଇପିଏସ୍‌ ଅଧିକାରୀଙ୍କ ଅଭାବକୁ ସାମ୍ନା କରୁଛି। କେନ୍ଦ୍ରୀୟ ନିଯୁକ୍ତି କେବଳ କ୍ୟାରିୟରରେ ନୂଆ ଭୂମିକା, ଅତିରିକ୍ତ ସୁବିଧା ସୁଯୋଗ ଲାଗି ଉଦ୍ଦିଷ୍ଟ ବୋଲି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ବାବୁମାନଙ୍କ ମଧ୍ୟରେ ରହିଥିବା ଧାରଣ ଦୂର କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଂ ବିଫଳ ହୋଇଛନ୍ତି। ଯେ ପର୍ଯ୍ୟନ୍ତ କେନ୍ଦ୍ର ଏହି ସମସ୍ୟା ସମାଧାନ ନ କରିଛି ସେ ଯାଏ ପ୍ରତିନିଯୁକ୍ତି କ୍ଷେତ୍ରରେ ନିରାଶ ହେବାକୁ ପଡ଼ୁଥିବା ଏବଂ ତଜ୍ଜନିତ ଦୁଃଖ ଭୋଗୁଥିବ।
ମୁହଁରୁ ଚିହ୍ନଟ
ଆନ୍ଧ୍ରପ୍ରଦେଶ ସରକାର ଫିଙ୍ଗର୍‌ପ୍ରିଣ୍ଟ (ଅଙ୍ଗୁଳି ଛାପ) ସ୍କାନିଂ ବଦଳରେ ଅଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ନୂଆ ଫେସିଆଲ ରେକଗ୍‌ନାଇଜେଶନ ବା ମୁଖ ଚିହ୍ନଟ ପଦ୍ଧତି ଆପଣାଇଛି । ସରକାର ମୁଖ୍ୟତଃ ରାଜ୍ୟର ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କ ଉପସ୍ଥାନ ନିଶ୍ଚିତ କରିବା ଲାଗି ଏହି ପଦ୍ଧତିକୁ ବାଧ୍ୟତାମୂଳକ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ ସଚିବ, ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ମୁଖ୍ୟ ସଚିବ ର଼୍ୟାଙ୍କର ଆଇଏଏସ୍‌ ଅଧିକାରୀମାନଙ୍କ ଉପସ୍ଥାନ ଚିହ୍ନିତ କରିବାକୁ ଜଗନମୋହନ ରେଡ୍ଡୀ ସରକାର ଏହି ନୂଆ ମାନକ ସଞ୍ଚାଳନ ପଦ୍ଧତି ନିର୍ଦ୍ଧାରଣ କରିଛନ୍ତି। କୁହାଯାଇପାରେ ଯେ, କେତେକ ରାଜ୍ୟରେ ଫିଙ୍ଗରପ୍ରିଣ୍ଟ୍‌ ସ୍କାନିଂ ପ୍ରଚଳିତ ଥିବାବେଳେ ଦେଶରେ ବରିଷ୍ଠ ବାବୁମାନଙ୍କ ପାଇଁ ଏହା ସର୍ବପ୍ରଥମ ବ୍ୟବସ୍ଥା। ପ୍ରତିଦିନ ଏହି ନିର୍ଦ୍ଦିଷ୍ଟ ବାବୁମାନଙ୍କ ଉପସ୍ଥାନର ସଙ୍କେତକୁ ଟ୍ୟାଗ୍‌ କରିବା ପାଇଁ ସରକାର ମୁଖ ଚିହ୍ନଟ ପଦ୍ଧତିର ଏକ ମୋବାଇଲ ଆପ୍ଲିକେଶନ ଆଣିଛନ୍ତି । ବର୍ତ୍ତମାନ ଏହି ପଦ୍ଧତି କେବଳ ସଚିବାଳୟରେ ଲାଗୁ କରାଯାଇଛି ଓ ଖୁବ୍‌ ଶୀଘ୍ର ଅନ୍ୟ ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ ଏହା ଆରମ୍ଭ କରାଯିବ। ସୂତ୍ରରୁ ପ୍ରକାଶ ଯେ, ଉକ୍ତ ପଦ୍ଧତି ବର୍ଷକରୁ ଅଧିକ ହେବ କାର୍ଯ୍ୟ କରୁଛିି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସମୀର ଶର୍ମା ବି ଲଗାତର ନିର୍ଦ୍ଦେଶ ଜାରି କରି ଆସୁଛନ୍ତି। ସବୁ ବିଭାଗର ସ୍ବତନ୍ତ୍ର ମୁଖ୍ୟ ସଚିବ, ପ୍ରମୁଖ ଶାସନ ସଚିବ ଏବଂ ସଚିବମାନଙ୍କୁ ମଧ୍ୟ ଶୃଙ୍ଖଳିତ ଭାବେ ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରିବାକୁ କହି ଆସୁଛନ୍ତି। ତେବେ ବରିଷ୍ଠ ବାବୁମାନେ ଅସହଜ କଣୁଚନ୍ତି କି,ଚାହଁୁ ନ ଥିବା ପଦ୍ଧତିରେ ଜଡ଼ିତ ହୋଇଛନ୍ତି କି?
ପରଦା ପଛର ବାବୁ
ଓ୍ୟପଚାରିକ ଦୃଷ୍ଟିରୁ ବାଧ୍ୟବାଧକତା ନ ଥିଲେ ବି ସବୁ ନିଷ୍ପତ୍ତିକୁ ନିୟନ୍ତ୍ରଣ କରିବାରେ ନରେନ୍ଦ୍ର ମୋଦିଙ୍କ ପିଏମ୍‌ଓ କେନ୍ଦ୍ରବିନ୍ଦୁ ପାଲଟୁଛି। ପ୍ରଧାନମନ୍ତ୍ରୀ ଲଗାତର ଏତେସବୁ ନିଷ୍ପତ୍ତି କିଭଳି ପର୍ଯ୍ୟବେକ୍ଷଣ କରିବାକୁ ସକ୍ଷମ ହେଉଛନ୍ତି , ତାହା ଯେଉର୍ଁମାନେ ଜାଣିବାକୁ ଚାହଁୁଛନ୍ତି ସେମାନଙ୍କୁ ସମ୍ଭବତଃ ପିଏମ୍‌ଓ ଉପରୁ ନିମ୍ନ ସ୍ତର ଯାଏ ସଂରଚନାକୁ ଦେଖିବାକୁ ହେବ। ଅନେକ ହାଇ ପ୍ରୋଫାଇଲ ନାମ ଯେଉଁମାନେ ମୋଦିଙ୍କ ପ୍ରଥମ ପାଳିରେ ସକ୍ରିୟ ହୋଇ କାମ କରିଥିଲେ ସେମାନେ ପିଏମ୍‌ଓ ଛାଡ଼ି ଦେବା ପରେ ଏବେ ମୋଦିଙ୍କ ବାଛିଥିବା ଅନେକ ବାବୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକର ନେତୃତ୍ୱ ନେଉଛନ୍ତି। ଏହି ଟପ୍‌ ଗ୍ରୁପ୍‌ରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ର। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରୁ ସେ ମୋଦିଙ୍କ ସହିତ ଲଗାତର ଜଡ଼ିତ ରହିବା ପରେ ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବି ତାଙ୍କ ସହ ରହିଛନ୍ତି। ମିଶ୍ରଙ୍କ ସହିତ ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅମିତ ଖାରେ ଏବଂ ତରୁଣ କପୁର ମଧ୍ୟ ପିଏମ୍‌ଓରେ ରହିଛନ୍ତି। ସେମାନଙ୍କ ସହ ୪ଜଣ ଅତିରିକ୍ତ ସଚିବ, ୩ ଯୁଗ୍ମ ସଚିବ, ୨ ବ୍ୟକ୍ତିଗତ ସଚିବ, ୧୦ ନିର୍ଦ୍ଦେଶକ ଓ ସ୍ପେଶାଲ ଡ୍ୟୁଟିରେ ୪ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଏସମସ୍ତଙ୍କୁ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଏବଂ ଆଇଆର୍‌ଏସ ସର୍ଭିସରୁ ଅଣାଯାଇଛି। ଗତବର୍ଷରୁ ଜଣେ ମହିଳା ଅଧିକାରୀ ପୁଣ୍ୟ ସଲୀଳ ଶ୍ରୀବାସ୍ତବ ପିଏମ୍‌ଓରେ ସାମିଲ ହୋଇ ସାମାଜିକ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଦେଖିବା ସହ ମୋଦିଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଘୋଷଣା ଦାୟିତ୍ୱରେ ରହିଛନ୍ତି। ପିଏମ୍‌ଓର ଏହି ଟିମ୍‌ ଉପରେ ସରକାର ବିଭିନ୍ନ ନୀତିକୁ କାର୍ଯ୍ୟକାରୀ କରିବା ଲାଗି ମୋଦି ଭରସା କରୁଛନ୍ତି। ଏହି ଲୋ ପ୍ରୋଫାଇଲ ବାବୁମାନେ ପରଦା ପଛରେ ରହି ସବୁକିଛି ନିୟନ୍ତ୍ରଣ କରୁଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri