Categories: ରାଜ୍ୟ

ତଥାପି ଜଳୁଛି ଶିମିଳିପାଳ: ଫାଙ୍କା ପଡ଼ିଛି ବନକର୍ମଚାରୀ ପଦବୀ

ବାରିପଦା ଅଫିସ,୨୪ା୩ – ଶିମିଳିପାଳ ଅଭୟାରଣ୍ୟରୁ ନିଆଁ ସମ୍ପୂର୍ଣ୍ଣ ଲିଭିଯାଇଥିବା କୁହାଯାଉଥିବା ବେଳେ ଏବେ ବି କିଛି ସ୍ଥାନରେ ନିଆଁ ଜଳୁଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଉତ୍ତର ଓ ଦକ୍ଷିଣ ବନଖଣ୍ଡର୧୯ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବନକର୍ମଚାରୀମାନେ ଏହାକୁ ଆୟତ୍ତ କରିଥିବା ସୂଚନା ମିଳିଛି। ନିଆଁଲିଭା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା କିଟ୍‌ ଯୋଗାଇବା ପାଇଁ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍‌) ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ସାମଗ୍ରୀ କାମ୍ପା ଫଣ୍ଡ୍‌ରେ କିଣିବାକୁ କୁହାଯାଇଛି। ତେବେ ବନକର୍ମଚାରୀ ପଦବୀ ଫାଙ୍କା ପଡ଼ିଥିବାରୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହେଉଛି। ଅଣାୟତ୍ତ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଉଛି।