ପ୍ରେମିକାଙ୍କୁ ଖୁସି କରିବାକୁ ଚୋରି

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସହରର ବିଭିନ୍ନ ସ୍ଥାନରୁ ବାଇକ୍‌ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଏକ ର଼୍ୟାକେଟକୁ ଠାବ କରିଛି। ମଙ୍ଗଳବାର ୩ ଇଞ୍ଜନିୟରିଂ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟେ ବାଇକ୍‌ ଓ ମୋବାଇଲ ଜବତ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ଚକ୍ରଧରପୁର ଅଞ୍ଚଳର ଶିବନନ୍ଦନ ପ୍ରଧାନ, ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଅଞ୍ଚଳର ଜୟ କୁମାର ଦାସ, କେନ୍ଦୁଝର ଯୋଡ଼ା ଅଞ୍ଚଳର ନିଲେସ ସୁରେନ। ସମସ୍ତଙ୍କ ବୟସ ୧୯ ରୁ ୨୧ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି। ସେମାନେ କେନ୍ଦୁଝର ସଦର ବ୍ଲକ୍‌ ଡିମ୍ବୋସ୍ଥିତ ଏକ ଘରୋଇ ଇଂଜିନିୟରିଂ ସ୍କୁଲର ଛାତ୍ର ଏବଂ ଘରୋଇ ଛାତ୍ରାବାସରେ ରହି ପଢୁଥିଲେ। ସେମାନେ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଦାମୀ ଗାଡ଼ି ଚୋରି କରି ସଉକ କରୁଥିଲେ ବୋଲି ପୋଲିସ କହିଛି। ପୂର୍ବରୁ ଘଟଣାରେ ସମ୍ପୃକ୍ତ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ସୂଚନା ମୁତାବକ, ୨୦୨୩ ଡିସେମ୍ବର ୨୬ ରାତିରେ ନରଣପୁରର ଯଶୋବନ୍ତ ବେହେରା ତାଙ୍କ ବାଇକ୍‌ ଚୋରି ନେଇ ଟାଉନ ଥାନାରେ ରିପୋର୍ଟ କରିଥିଲେ।

ପୋଲିସ ମାମଲା (ନଂ. ୪୭୦/୨୩) ରୁଜୁ କରି ତଦନ୍ତ ବେଳେ ୨ ଛାତ୍ର (ଯୋଡ଼ା ଅଞ୍ଚଳର ଦୀପଙ୍କର ଗୋଛାୟତ, ବଡ଼ବିଲ ଅଞ୍ଚଳର ରାଜୀବ ଗୋପ) ରହୁଥିବା ଡିମ୍ବୋସ୍ଥିତ ଭଡ଼ାଘରୁ ଗାଡି ଜବତ କରିବା ପରେ ସମ୍ପୂର୍ଣ୍ଣ ଘଟଣା ଲୋକଲୋଚନକୁ ଆସିଥିଲା। ଗାଡିର ନମ୍ବରପ୍ଲେଟ୍‌ ପରିବର୍ତ୍ତନ କରି ସେମାନେ ବ୍ୟବହାର କରୁଥିଲେ। ସେମାନଙ୍କୁ ପଚରାଉଚୁରା ବେଳେ ୩୦ ମାର୍ଚ୍ଚ ୨୦୨୪ରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବରାଳ ଲଜ୍‌ ଗଳିରେ ରହୁଥିବା ସତ୍ୟାନନ୍ଦ ନାଏକଙ୍କ ଘର ସମ୍ମୁଖରୁ ଏକ ବାଇକ ଚୋରି କରିଥିବା ସ୍ବୀକାର କରିଥିଲେ। ଉକ୍ତ ଗାଡ଼ିକୁ ମଧ୍ୟ ପୋଲିସ ବାରିଆ ଥାନା ଅଞ୍ଚଳରୁ ଜବତ କରିଥିଲା। ମାର୍ଚ୍ଚ ୩୧ ତାରିଖରେ ଟାଉନ ଥାନା ଅନ୍ତର୍ଗତ ରଘୁନାଥ ହୋଟେଲ ନିକଟ ମୋଚିବନ୍ଧ ସାହିରେ ରହୁଥିବା ପୋଲିସ ସବ୍‌ଇନ୍ସପେକ୍ଟର ଅଯୋଧ୍ୟା ମାଟିଆଙ୍କ ବାଇକ୍‌ ଘର ଅଗଣାରୁ ଚୋରି ହୋଇଥିଲା। ଉକ୍ତ ଚୋରି ଗାଡି ସମେତ ଅନ୍ୟ ଏକ ଗାଡ଼ି ସେମାନଙ୍କଠାରୁ ଜବତ ହୋଇଥିଲା। ଟାଉନ ପୋଲିସ ପୃଥକ୍‌ ମାମଲା(ନଂ.୨୦୪/୨୦୨୪ ଏବଂ ୨୦୦/୨୦୨୪ )ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରିଥିଲା। ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ମଙ୍ଗଳବାର ଉକ୍ତ ଛାତ୍ରାବାସରୁ ୩ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରି ଏକ ଚୋରା ବାଇକ୍‌ ଓ ମୋବାଇଲ୍‌ ଜବତ କରିଥିଲା। ଟାଉନ ଥାନା ଅଧିକାରୀ ରମାକାନ୍ତ ସଏ କହିଛନ୍ତି, ପ୍ରେମିକାଙ୍କୁ ଖୁସି କରିବା ପାଇଁ ସେମାନେ ଏଭଳି ଦାମୀ ଗାଡ଼ି ଚୋରି କରି ସଉକ କରୁଥିଲେ। ଗାଡ଼ିର ନମ୍ବର ବଦଳାଇ ବ୍ୟବହାର କରୁଥିଲେ। ଏଥିସହ ସେମାନେ ମଦ, ଡ୍ରଗ୍‌ସ ଖାଉଥିବା ପୋଲିସ ଆଗରେ କହିଛନ୍ତି। ମୋଟ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ୫ ବାଇକ୍‌ ଜବତ ହୋଇଛି। ଗାଡ଼ି ଚୋରି ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜା ଚାଲି ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri