ମା’ ତାରାତାରିଣୀ ପୀଠରୁ ଚୋରି ଏକ ଅଶୁଭ ସଙ୍କେତ, ପୁରୁଣା ଘଟଣାକୁ ମନେ ପକାଇ…

ପୁରୁଷୋତ୍ତମପୁର,୭ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚୋରି ହେବା ଘଟଣା ଏକ ଅଶୁଭ ସଙ୍କେତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଯାହାକି ଠିକ୍‌ ୩୦ ବର୍ଷ ପୂର୍ବେ ୧୯୯୪ରେ ଏପରି ମା’ଙ୍କ ଚଳନ୍ତି ପ୍ରତିମାକୁ ଦୁର୍ବୃତ୍ତମାନେ ଚୋରାଇ ନେଇଥିଲେ। ଏହା ପୁରୁଷୋତ୍ତମପୁର ଅଞ୍ଚଳ ଲାଗି ଅଶୁଭ ସଙ୍କେତ ହୋଇପଡ଼ିଥିଲା। ଯାହାକି ସେତେବେଳେ ଘଟଣାର କିଛିମାସ ପରେ ପୁରୁଷୋତ୍ତମପୁରବାସୀ ଦୁଇ ଦୁଇଟି ଅପବାଦର ଶିକାର ହୋଇ ଧନଜୀବନ ହରାଇଥିଲେ। ସେହି ୧୯୯୪ରେ ଏଠାରେ ଗୋଟିଏ ପଟେ ମଦମୃତ୍ୟୁର ବୀଭିଷିକା ଦେଖା ଦେଇଥିବାବେଳେ ଅନ୍ୟ ପଟେ ଗୁଳିକାଣ୍ଡ ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ମଦମୃତ୍ୟୁରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଅନ୍ଧ ହୋଇ ପଡ଼ିଥିଲେ। ସେହିପର ଅନ୍ୟ ଏକ ଘଟଣାରେ ପରିସ୍ଥିତି ଅଣାୟତ ହୋଇ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏପରିକି ପୋଲିସକୁ ଗୁଳି ଚଲାଇବାକୁ ପଡ଼ିଥିଲା। ତହସିଲ କାର୍ଯ୍ୟାଳୟକୁ ଲୋକେ ଜାଳି ଦେଇଥିଲେ। ପୋଲିସର ଗୁଳିରେ ଅନେକ ବ୍ୟକ୍ତି ଆହତ ହୋଇ ପଙ୍ଗୁ ପାଲଟି ଅଦ୍ୟାବଧି ଜୀବନ କାଟୁଛନ୍ତି।

ଏହାସହ ବହୁ ନିରୀହଙ୍କୁ ଜେଲ୍‌ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥିଲା। ଏହି ଘଟଣାକୁ ନେଇ ସେତେବେଳର ସରକାର ଓ ପ୍ରଶାସନକୁ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା। ବର୍ତ୍ତମାନ ପୁଣି ତାରାତାରିଣୀଙ୍କ ଅଳଙ୍କାର ଓ ଭକ୍ତଙ୍କ ଦାନଟଙ୍କା ଚୋରିକୁ ନେଇ ଲୋକଙ୍କ ମଧ୍ୟରେ ସେହି ପୁରୁଣା ଘଟଣା ସବୁ ମନେ ପଡ଼ିଯାଇଛି। କିପରି ସେ ଭଳି କିଛି ବିପତ୍ତି ପୁଣି ଏହି ଅଞ୍ଚଳ ସହ ରାଜ୍ୟ ଲାଗି ମାଡ଼ି ନ ଆସୁ ବୋଲି ଲୋକେ ଭଗବାନଙ୍କୁ ପ୍ରାର୍ଥନା କରିବାରେ ଲାଗିଛନ୍ତି। ବୟସ୍କ ବ୍ୟକ୍ତିମାନେ ତାରାତାରିଣୀଙ୍କ ପୀଠରୁ ଚୋରି ଏକ ଅଶୁଭ ସଙ୍କେତ ବୋଲି କହି ସରକାର, ପ୍ରଶାସନଠାରୁ ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ସତର୍କତାର ସହ କାର୍ଯ୍ୟ କରି କରିବାକୁ ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri