ମା’ ତାରାତାରିଣୀ ପୀଠରୁ ଚୋରି ଏକ ଅଶୁଭ ସଙ୍କେତ, ପୁରୁଣା ଘଟଣାକୁ ମନେ ପକାଇ…

ପୁରୁଷୋତ୍ତମପୁର,୭ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚୋରି ହେବା ଘଟଣା ଏକ ଅଶୁଭ ସଙ୍କେତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଯାହାକି ଠିକ୍‌ ୩୦ ବର୍ଷ ପୂର୍ବେ ୧୯୯୪ରେ ଏପରି ମା’ଙ୍କ ଚଳନ୍ତି ପ୍ରତିମାକୁ ଦୁର୍ବୃତ୍ତମାନେ ଚୋରାଇ ନେଇଥିଲେ। ଏହା ପୁରୁଷୋତ୍ତମପୁର ଅଞ୍ଚଳ ଲାଗି ଅଶୁଭ ସଙ୍କେତ ହୋଇପଡ଼ିଥିଲା। ଯାହାକି ସେତେବେଳେ ଘଟଣାର କିଛିମାସ ପରେ ପୁରୁଷୋତ୍ତମପୁରବାସୀ ଦୁଇ ଦୁଇଟି ଅପବାଦର ଶିକାର ହୋଇ ଧନଜୀବନ ହରାଇଥିଲେ। ସେହି ୧୯୯୪ରେ ଏଠାରେ ଗୋଟିଏ ପଟେ ମଦମୃତ୍ୟୁର ବୀଭିଷିକା ଦେଖା ଦେଇଥିବାବେଳେ ଅନ୍ୟ ପଟେ ଗୁଳିକାଣ୍ଡ ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ମଦମୃତ୍ୟୁରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଅନ୍ଧ ହୋଇ ପଡ଼ିଥିଲେ। ସେହିପର ଅନ୍ୟ ଏକ ଘଟଣାରେ ପରିସ୍ଥିତି ଅଣାୟତ ହୋଇ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏପରିକି ପୋଲିସକୁ ଗୁଳି ଚଲାଇବାକୁ ପଡ଼ିଥିଲା। ତହସିଲ କାର୍ଯ୍ୟାଳୟକୁ ଲୋକେ ଜାଳି ଦେଇଥିଲେ। ପୋଲିସର ଗୁଳିରେ ଅନେକ ବ୍ୟକ୍ତି ଆହତ ହୋଇ ପଙ୍ଗୁ ପାଲଟି ଅଦ୍ୟାବଧି ଜୀବନ କାଟୁଛନ୍ତି।

ଏହାସହ ବହୁ ନିରୀହଙ୍କୁ ଜେଲ୍‌ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥିଲା। ଏହି ଘଟଣାକୁ ନେଇ ସେତେବେଳର ସରକାର ଓ ପ୍ରଶାସନକୁ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା। ବର୍ତ୍ତମାନ ପୁଣି ତାରାତାରିଣୀଙ୍କ ଅଳଙ୍କାର ଓ ଭକ୍ତଙ୍କ ଦାନଟଙ୍କା ଚୋରିକୁ ନେଇ ଲୋକଙ୍କ ମଧ୍ୟରେ ସେହି ପୁରୁଣା ଘଟଣା ସବୁ ମନେ ପଡ଼ିଯାଇଛି। କିପରି ସେ ଭଳି କିଛି ବିପତ୍ତି ପୁଣି ଏହି ଅଞ୍ଚଳ ସହ ରାଜ୍ୟ ଲାଗି ମାଡ଼ି ନ ଆସୁ ବୋଲି ଲୋକେ ଭଗବାନଙ୍କୁ ପ୍ରାର୍ଥନା କରିବାରେ ଲାଗିଛନ୍ତି। ବୟସ୍କ ବ୍ୟକ୍ତିମାନେ ତାରାତାରିଣୀଙ୍କ ପୀଠରୁ ଚୋରି ଏକ ଅଶୁଭ ସଙ୍କେତ ବୋଲି କହି ସରକାର, ପ୍ରଶାସନଠାରୁ ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ସତର୍କତାର ସହ କାର୍ଯ୍ୟ କରି କରିବାକୁ ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri