ରାଜସ୍ବ ଗ୍ରାମର ମାନ୍ୟତା, ଜଙ୍ଗଲ ଜମି ପଟ୍ଟା ସଂଶୋଧନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଧିବାସୀଙ୍କ ଧାରଣା

ନୂଆପଡା,୨୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଛତିଶଗଡ଼ ସୀମାନ୍ତ ଚୁଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ଼ ଗାଁ ଅଧିନ ୮ଟି ପଡାର ଅଧିବାସୀମାନେ ବିଭିନ୍ନ ଦାବି ନେଇ ଶନିବାର ଜିଲାପାଳ କାର୍ଯ୍ୟାଳୟ ମୁଖ୍ୟଗେଟ ସମ୍ମୁଖରେ ଘେରାଉ କରି ଧାରଣାରେ ବସିଥିଲେ। ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଦୀର୍ଘ ୨ ଘଣ୍ଟା ଧାରଣାରେ ବସିଲା ପରେ ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ରଏତ ଧାରଣା ସ୍ଥଳକୁ ପହଞ୍ଚତ୍ ସମସ୍ତ ଦାବି ଉପରେ ଆଲୋଚନା କରିଥିଲେ। ତଦନ୍ତ କରି ସମସ୍ତଙ୍କ ଦାବି ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରତ୍ୟାହୁତ ହୋଇଥିଲା। ସେହି ସମୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ସୂଚନା ଅନୁଯାୟୀ, ନୁଆପଡ଼ା ସଦର ବ୍ଲକ ପଶ୍ଚିମ ଦିଗକୁ ଛତିଶଗଡ଼ ସୀମାନ୍ତରେ ଚୁଳାଭାଟ ପଞ୍ଚାୟତ ରହିଛି। ଏହି ପଞ୍ଚାୟତ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ଭିତରେ ୧୯୫୬ରେ ଗଙ୍ଗାଦିଗଡ଼ ଗାଁ ବସତି ସ୍ଥାପନ କରି ତା ଅଧିନରେ ୮ଟି ପଡା ଭାଲୁପାଣି, ବାଉଁଶଡୋଙ୍ଗରି, ଗୋନ୍ଦଳାବାହାରା, ମହୁଳପଡ଼ା, ଖଲିଆପଡ଼ା, ସନ୍ତୋଷପଡ଼ା, ବାଞ୍ଜିପାଣି ପଡ଼ା ରହିଛି। ଏହି ଆଠଟି ପଡ଼ାରେ ବସବାସ କରୁଥିବା ଅଧିବାସୀମାନେ ଦୀର୍ଘ ବର୍ଷ ହେବ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଦାବି କରି ଆସୁଛନ୍ତି। ହେଲେ କୌଣସି ସୁଫଳ ମିଳିପାରି ନାହିଁ। ସରକାରଙ୍କ ପତ୍ରସଂଖ୍ୟା-୨୧୮୩/୨୦୨୦ ସେପ୍ଟେମ୍ବର ୨୧ ରେ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ଏହି ଗାଁର ଅଧିବାସୀମାନେ ଆବଶ୍ୟକ କାଗଜାତ ନେଇ ନୂଆପଡ଼ା ତହସିଲ କାର୍ଯ୍ୟାଳୟରେ ଜମା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଗଲା ନାହିଁ। ଏହି ଗାଁ ଗୁଡ଼ିକର ଅଧିକାଂଶ ଚାଷି ଜଙ୍ଗଲ ଜମି ଅଧିକାର ଶିରୋନାମା ପଟ୍ଟା ପାଇଛନ୍ତି। ସେହି ପଟ୍ଟାରେ କେବଳ ଜମିର ପରିମାଣ କେତେ ତାହା ଉଲ୍ଲେଖ ରହିଛି। ଖାତା ନଂ,ପ୍ଲଟ ନଂ ନ ଥିବାରୁ କୌଣସି କାର୍ଯ୍ୟରେ ଆସୁ ନାହିଁ। ଉକ୍ତ ଅଞ୍ଚଳର ଲୋକେ ଜାତିଗତ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର ମିଳୁ ନ ଥିବାରୁ ପିଲାମାନଙ୍କୁ ପାଠ ପଢାରେ ବାଧକ ସାଜିଛି। ସେହିପରି ପିଏମ କିଷାନ, ସିଏମ କିଷାନ, ଆବାସ ଗୃହ ଭଳି ସରକାରୀ ଯୋଜନାରୁ ବଞ୍ଚତ୍ତ ଅଛନ୍ତି। ଚାଷି ପଞ୍ଜିକରଣ ହେଉ ନ ଥିବାରୁ ମଣ୍ଡିରେ ଧାନ ବିକ୍ରୟ କରି ପାରୁ ନାହାନ୍ତି। କୋଚିଆଠାରେ ଶାଗ ମାଛ ଦରରେ ବିକ୍ରୟ କରୁଛନ୍ତି। ଏହି ଜମି ପଟ୍ଟାକୁ ସଂଶୋଧନ କରି ନୂତନ ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ଗଙ୍ଗାଦିଡ ଅଧିନ ସମସ୍ତ ପଡାକୁ ରାଜସ୍ବ ଗ୍ରାମର ମାନ୍ୟତା, ଜଙ୍ଗଲ ଜମି ଅଧିକାର ଶିରୋନାମା ପଟ୍ଟା ସଂଶୋଧନ,ଭୂ-ଜଳ ପୂର୍ନଉଦ୍ଧାର ଓ ଜଙ୍ଗଲ ନଷ୍ଟ କରୁଥିବା ଅଧିକାରୀ କିମ୍ବା କାଠ ମାଫିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯାଉ ବୋଲି ଦାବି କରିଛନ୍ତି। ଏହି ଧାରଣା ସମୟରେ ଜଙ୍ଗଲ ଜମି ଅଧିକାର କମିଟି ସଭାପତି ଘାସିରାମ ମାଝି, ସମ୍ପାଦକ ମଦନ ମାଝି, ପଦ୍ମନ ମାଝି, ସୋଭାଚନ୍ଦ୍ର ମାଝି, ଲାଲସିଂ ରାଉତ, ବୈଶାଖୁ ମାଝି, ରାଏସିଂ ମାଝି, ରାମଲାଲ ମାଝି, ଅମୃତତ ଲାଲ କେଉଟ, ଜିତେନ୍ଦ୍ର ମାଝି, କୃଷ୍ନ ରାଉତ ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri