ପୁରୁଷୋତ୍ତମପୁର,୫।୨ (ସବିତା ମିଶ୍ର) : ଯେଉଁ ମହାପୁରୁଷଙ୍କ ଲାଗି ଆଜି ଆାମେ ବ୍ରିଟିଶ କବଳରୁ ମୁକ୍ତହୋଇ ସ୍ବାଧିନ ଭାରତୀୟ ବୋଲି ଗର୍ବ କରୁଛେ ସେଭଳି ମହାନ ପୁରୁଷ ଅଣବନ୍ଦୀ ସ୍ବାଧିନତା ସଂଗ୍ରାମୀ ପି କୃଷ୍ଣମୂର୍ତ୍ତୀଙ୍କୁ ମନେ ପକାଇଛନ୍ତି ପୁରୁଷୋତ୍ତମପୁର ଅଞ୍ଚଳବାସୀ । କୃଷ୍ଣମୂର୍ତ୍ତୀ ବୁଚିଆମ୍ମା ମେମୋରିଆଲ ଫାଉଣ୍ଡ ଟ୍ରଷ୍ଟ ପକ୍ଷରୁ ତାଙ୍କର ଜନ୍ମିତ ଗ୍ରାମ ଐତିହାସିକ ଜଉଗଡସ୍ଥିତ ପାଣ୍ଡିଆ ଗ୍ରାମରେ ନିର୍ମିତ ଏକ ପ୍ରତିମୂର୍ତ୍ତୀକୁ ଗୁରବାର ଆସିକା ଏମ୍ପି ଅନିତା ପ୍ରିୟଦର୍ଶନୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଅଞ୍ଚଳର ନିଶହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମମାନଙ୍କୁ କମ୍ବଳ ପ୍ରଦାନ କରାଯିବା ସହ କୃତୀ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରିଥିଲେ । ଏଥିରେ ଭାଜପା ଘୁମୁସର ଜିଲାସଭାପତି ବିଜୟ ସ୍ବାଇଁ, ଭାଜପା ଜିଲାସଂପାଦକ ଅନିଲକୁମାର ପଣ୍ଡା, ଏମପି ପ୍ରତିନିଧି ଜୟନାରାୟଣ ଦାଶ,ସୀତାରାମପାଣିଗ୍ରାହୀ, ଡି ବିଶ୍ବନାଥ, ଲିଙ୍ଗରାଜ ସାହୁ,ବାସୁଦେବ ମହାପାତ୍ର ଯୋଗଦେଇଥିବା ବେଳେ ଟ୍ରଷ୍ଟର ସଭାପତି ତଥା ସ୍ବର୍ଗତ ସ୍ବାଧିନତା ସଂଗ୍ରାମୀଙ୍କ ପୁଅ ନାରାୟଣ ରାଓ ଏବଂ ସଂପାଦକ ପି ଗୋପାଳଙ୍କ ସହ ଗ୍ରାମବାସୀ ପରିଚାଳନା କରିଥିଲେ । ଏହିଅବସରରେ ଏମ୍ପି ଅନିତା ଶୁଭଦର୍ଶନୀଙ୍କୁ ଦଳୀୟକର୍ମୀମାନେ ବିରାଟ ଶୋଭାଯାତ୍ରାରେ ଆଛୁଲିଛକ ଠାରୁ ପାଣ୍ଡିଆ ପର୍ଯ୍ୟନ୍ତ ଦୀର୍ଘ ସାତ କିଲୋମିଟର ପର୍ଯ୍ୟନ୍ତ ନେଇଥିବାବେଳେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ବର୍ଗତ କୃଷ୍ଣମୂର୍ତ୍ତୀ ପୁରୁଷୋତ୍ତମପୁର ବ୍ଲକର ପ୍ରଥମ ଅଧ୍ୟକ୍ଷ ରହିଥିଲେ । ତାଙ୍କ ଉଦ୍ୟମରେ ବହୁ ଜନମଙ୍ଗଳ ଅନୁଷ୍ଠାନମାନ ଅଞ୍ଚଳରେ ଗଢିଉଠିଥିଲା ।

