୮ଗୁଣା ବଢ଼ିଲା ରେଳଷ୍ଟେଶନ ପାର୍କିଂ ଫି’

ଭୁବନେଶ୍ୱର,୧୮ା୬(ଅନୁରାଧା ମହାରଣା): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳ ଷ୍ଟେଶନରେ ଗାଡ଼ି ପାର୍କିଂ ଏବେ ମହଙ୍ଗା ହୋଇଛି। ପାର୍କିଂ ଫି’ ୮ଗୁଣା ବୃଦ୍ଧି କରାଯାଇଛି। ପାର୍କିଂ ଫି’ରେ ହଠାତ୍‌ ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏଠାରୁ ପ୍ରତିଦିନ ହଜାର ହଜାର ଲୋକ ଟ୍ରେନ୍‌ରେ ଯିବାଆସିବା କରିଥାନ୍ତି। ଅନେକ ଯାତ୍ରୀ ନିଜ ୨ ଚକିଆ ଯାନ ଓ ସାଇକେଲ ପାର୍କିଂ ସ୍ଥଳରେ ରଖିଥାନ୍ତି। ଏଥିସହ ସ୍ଥାନୀୟ ମାର୍କେଟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ମଧ୍ୟ ଏଠାରେ ଗାଡ଼ି ପାର୍କିଂ କରିବାକୁ ସୁବିଧା ମନେକରନ୍ତି। ମାତ୍ର ଏହି ପାର୍କିଂସ୍ଥଳର ପରିଚାଳନା ଦାୟିତ୍ୱ ଠିକା ସଂସ୍ଥା ଦ୍ୱାରା କରାଯାଇଥାଏ। ପ୍ରତିଦିନ ୧୦୦୦ରୁ ୧୫୦୦ ସାଇକେଲ ଓ ମୋଟର ସାଇକେଲ ଏଠାରେ ରହୁଥିବାବେଳେ ହଠାତ୍‌ ପାର୍କିଂ ଦେୟ ବୃଦ୍ଧି ଲୋକଙ୍କ ହୋସ୍‌ ଉଡ଼ାଇଦେଇଛି। ଜୁନ୍‌ ୧୨ରୁ ନୂଆ ଠିକା ସଂସ୍ଥା ଡିଆଣ୍ଡ୍‌ଏସ୍‌ ଆସୋସିଏଟ୍ସ ହାତକୁ ରେଲ୍‌ଓ୍ବେ ପାର୍କିଂ ପରିଚାଳନା ଦାୟିତ୍ୱ ଯାଇଥିବାବେଳେ ଘଣ୍ଟା ପ୍ରତି ହାରରେ ପାର୍କିଂ ଫି’ ଆଦାୟ କରାଯାଉଛି। ପୂର୍ବରୁ ମୋଟର ସାଇକେଲ ପିଛା ଦିନକୁ(୨୪ଘଣ୍ଟା) ପାର୍କିଂ ଫି’ ୧୨ ଟଙ୍କା ଆଦାୟ କରାଯାଉଥିବାବେଳେ ବର୍ତ୍ତମାନ ୨ ଘଣ୍ଟାକୁ ୧୨ ଟଙ୍କା, ୨ରୁ ୬ ଘଣ୍ଟା ପାଇଁ ୨୪ ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୩୬ଟଙ୍କା, ୧୨ରୁ ୨୪ ଘଣ୍ଟା ପାଇଁ ୪୭ ଟଙ୍କା ଏବଂ ୨୪ ଘଣ୍ଟାରୁ ଅଧିକ ସମୟ ରଖିଲେ ଦିନ ପିଛା ୯୪ ଟଙ୍କା ଦେୟ ଦେବାକୁ ପଡ଼ୁଛି। ଅର୍ଥାତ୍‌ ପୂର୍ବର ଫି’ ତୁଳନାରେ ବର୍ତ୍ତମାନ ଫି’ ପ୍ରାୟ ୮ଗୁଣା ବୃଦ୍ଧି ପାଇଛି। କେବଳ ମୋଟରସାଇକେଲ ନୁହେଁ, ସାଇକେଲ କ୍ଷେତ୍ରରେ ମଧ୍ୟ ଦେୟ ବୃଦ୍ଧି କରାଯାଇଛି। ଏଣିକି ପ୍ରତି ସାଇକେଲ ପିଛା ୨ଘଣ୍ଟାକୁ ୨ଟଙ୍କା, ୨ରୁ ୬ ଘଣ୍ଟା ପାଇଁ ୫ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୭ଟଙ୍କା, ୧୨ରୁ ୨୪ ଘଣ୍ଟା ପାଇଁ ୧୨ ଟଙ୍କା ଏବଂ ଏହାଠାରୁ ଅଧିକ ସମୟ ରଖିଲେ ଦିନ ପିଛା ୨୪ ଟଙ୍କା ଦେବାକୁ ହେବ। ଏନେଇ ଏଠାରେ ଥିବା କର୍ମଚାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବାବେଳେ ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରେଳ ଷ୍ଟେଶନରେ ଥିବା ପାର୍କିଂ ବିଶେଷକରି ରେଳଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ମାତ୍ର ଅନ୍ୟ ଲୋକମାନେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ ନ କରି ରେଳଷ୍ଟେଶନରେ ପାର୍କିଂ କରି ମାସ ମାସ ଗାଡ଼ି ନେଉନାହାନ୍ତି। ଫଳରେ ରେଳଯାତ୍ରୀ ଅନେକ ସମୟରେ ପାର୍କିଂ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ଏହି ପାର୍କିଂ ଦର ଏଭଳି ପାର୍କିଂ ସଂଖ୍ୟା କମ୍‌ କରିବ। ତେବେ ଏହି ପାର୍କିଂ ପରିଚାଳନା ଦାୟିତ୍ୱ ଟେଣ୍ଡର ମାଧ୍ୟମରେ ଠିକା ସଂସ୍ଥାକୁ ଦିଅଯାଇଥିବା ସେ କହିଛନ୍ତି।

‘ପାର୍କିଂ ମୂଲ୍ୟ ନିର୍ଦ୍ଧାରଣରେ ସରକାରଙ୍କ ହସ୍ତକ୍ଷେପ ରହୁ’
ବର୍ତ୍ତମାନ ସ୍ଥିତିରେ ଦେଖାଯାଉଛି ଯେ, ସରକାରଙ୍କ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ସୁବିଧା କରାଯାଇଥିବା ସ୍ଥାନଗୁଡିକରେ ପାର୍କିଂ ଫି’ ଦେବାକୁ ପଡୁଛି। ବସ୍‌ଷ୍ଟାଣ୍ଡ ହେଉ କି ରେଳଷ୍ଟେଶନ, ସବୁଠି କୌଣସି ଯାନବାହନ ଷ୍ଟାଣ୍ଡରେ ପାର୍କିଂ କଲେ ଘଣ୍ଟାପିଛା ଟଙ୍କା ଦେବାକୁ ପଡୁଛି। କର୍ତ୍ତୃପକ୍ଷ ବେସରକାରୀ ସଂସ୍ଥା ମାଧ୍ୟମରେ ଏହି ସୁବିଧାଗୁଡ଼ିକୁ ପରିଚାଳନା କରୁଛନ୍ତି। ତେବେ ଏ କ୍ଷେତ୍ରରେ ରାତିଅଧିଆ ପାର୍କିଂ ଫି ବୃଦ୍ଧି ନ କରି ପୁରୁଣା ମୂଲ୍ୟ ରଖାଯାଉ। ନଚେତ ବେସରକାରୀ ସଂସ୍ଥା ଦ୍ବାରା କରାଯାଉଥିବା ମୂଲ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ସରକାରଙ୍କ ମଧ୍ୟ ହସ୍ତକ୍ଷେପ ରହୁ।
– ଇଂ. ବିଜୟ କୁମାର ରଥି, ରେଳଯାତ୍ରୀ, କଟକ
‘ଲୋକେ ଏଣେତେଣେ ପାର୍କିଂ କରିବେ’
ରେଳଷ୍ଟେଶନରେ ହଠାତ୍‌ ଏତେ ମାତ୍ରାରେ ପାର୍କିଂ ଫି ବୃଦ୍ଧି ଠିକ୍‌ ନୁହେଁ। ଘରୋଇ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ଦେଇ ମନଇଚ୍ଛା ପାର୍କିଂ ବଢ଼ାଉଛନ୍ତି। ଏପରି ନିଷ୍ପତ୍ତି ସ୍ଥାନୀୟ ସମସ୍ୟା ବଢ଼ାଇଦେବ। କେବଳ ଧନିକ ଶ୍ରେଣୀର ଲୋକମାନେ ହିଁ ପାର୍କିଂ କରିପାରିବେ। ସାଧାରଣ ଲୋକେ ପୂର୍ବପରି ଏଣେତେଣେ ପାର୍କିଂ କରିବା ଆରମ୍ଭ କରିବେ। ଅବ୍ୟବସ୍ଥା ସୃଷ୍ଟି ହେବ। ଗୋଟିଏ ଦୁଇଟି ଗାଡ଼ି ଯଦି ଏଣେତେଣେ ପାର୍କିଂ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ମାତ୍ର ଯଦି ଶହ ଶହ ସଂଖ୍ୟାରେ ଗାଡ଼ି ଏଣେତେଣେ ପାର୍କିଂ କରାଯିବ, ତେବେ ତାହା ହିଁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବ।
– ଅମିତ୍‌ ବିଶୋୟୀ, ରେଳଯାତ୍ରୀ, ଭୁବନେଶ୍ୱର
‘ଦେୟ ବୃଦ୍ଧି ସତ୍ତ୍ୱେ ସୁରକ୍ଷାର ଗ୍ୟାରେଣ୍ଟି ନାହିଁ’
ଭୁବନେଶ୍ୱରରେ ରହି ପାଠ ପଢ଼ୁଥିବା କିମ୍ବା ଚାକିରି କରିଥିବା ମଧ୍ୟବିତ୍ତ ପରିବାରର ପିଲାଙ୍କ ପାଇଁ ଏହା ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି କରିବ। ସପ୍ତାହରେ କିମ୍ବା ମାସରେ ଥରେ ଘରକୁ ଯାଉଥିବା ବ୍ୟକ୍ତି ମାତ୍ର କିଛି ଘଣ୍ଟା ବିଳମ୍ବ ହେଲେ ଆବଶ୍ୟକତାଠାରୁ ଅଧିକ ଦେୟ ଦେବାକୁ ହେବ। ପୂର୍ବତଟ ରେଳପଥର ଏହା ପାର୍କିଂସ୍ଥଳ ହୋଇଥିବାବେଳେ ଘରୋଇ ସଂସ୍ଥା ପରିଚାଳନା କରୁଛନ୍ତି। ଗାଡ଼ି ବା ସାଇକେଲ ପାଇଁ କେବଳ ସ୍ଥାନ ମିଳୁଛି। ସୁରକ୍ଷାର କିଛି ଗ୍ୟାରେଣ୍ଟି ନାହିଁ। ଏହାସତ୍ତ୍ୱେ ଦିନକୁ ପ୍ରାୟ ୧୦୦ ଟଙ୍କା ଯଦି କେବଳ ପାର୍କିଂରେ ଯିବ, ୫ରୁ ୬ଦିନରେ ୫୦୦ ଟଙ୍କା ଖର୍ଚ୍ଚ ହୋଇଯିବ। ତେଣୁ ଯଦି କେହି ୪ରୁ ୫ ଦିନ ଯିବେ ସେ ଟ୍ରେନ୍‌ ବଦଳରେ ନିଜ ଗାଡ଼ିରେ ବାଇକ୍‌ ବା ସ୍କୁଟର କାହିଁକି ନ ଯିବେ। କିନ୍ତୁ ରାଜ୍ୟ ବାହାରକୁ ଯାଉଥିବା ଲୋକ ନିରୁପାୟ।
– ଜୟପ୍ରକାଶ ମହାନ୍ତ, ରେଳଯାତ୍ରୀ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri