Posted inଜାତୀୟ

ସୋନମଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶ୍ୱଶୁର: ଘର ଆଗରେ ଟାଙ୍ଗିଥିଲେ…

ଇନ୍ଦୋର,୧୮।୬: ହନିମୁନ୍‌ ମର୍ଡର ମିଷ୍ଟ୍ରିରେ ଦିନକୁ ଦିନ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି। ରାଜା ରଘୁବଂଶୀ ମାମଲାରେ ସୋନମ କେବଳ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଏବେ ସୋନମଙ୍କ ବିରୋଧରେ ଆଉ ଏକ ଗମ୍ଭୀର ଅଭିଯୋଗ ଆସିଛି। ରାଜାଙ୍କ ପିତା ଦେବୀ ଲାଲ ରଘୁବଂଶୀଙ୍କ ଅନୁଯାୟୀ, ସୋନମ ତାଙ୍କ ପୁଅ ଉପରେ କଳା ଯାଦୁ କରିଥିଲେ। ତାଙ୍କ ପୁଅର ସ୍ମୃତିରେ କାନ୍ଦି କାନ୍ଦି ପିତା ଦେବୀ ଲାଲ ରଘୁବଂଶୀ ଅଭିଯୋଗ କରିଛନ୍ତି, ସୋନମ ତନ୍ତ୍ର-ମନ୍ତ୍ରରେ ଆଗ୍ରହୀ ଥିଲେ। ସେ ତନ୍ତ୍ର ପୂଜା କରୁଥିଲେ।

ରାଜା ରଘୁବଂଶୀଙ୍କ ପିତା ଦେବୀ ଲାଲଙ୍କ ଅନୁଯାୟୀ, ନିର୍ବନ୍ଧ ପରେ ସୋନମ ରଘୁବଂଶୀ ସେମାନଙ୍କ ଘରର ମୁଖ୍ୟ ଦ୍ୱାର ବାହାରେ ଏକ କଳା ଗଣ୍ଠି ଟାଙ୍ଗି ଦେଇଥିଲେ। କିନ୍ତୁ ବର୍ତ୍ତମାନ ରାଜାଙ୍କ ହତ୍ୟା ପରେ ଏହି ଗଣ୍ଠି ମଧ୍ୟ ଗାଏବ ହୋଇଯାଇଛି।

ରାଜାଙ୍କ ପିତା କହିଛନ୍ତି, ସୋନମ ପରିବାରକୁ କହିଥିଲେ ଯେ ଏହି କଳା ଗଣ୍ଠି ଘରକୁ ଖରାପ ନଜରରୁ ରକ୍ଷା କରିବ। ଏହା କହି ସେ ଘରର ମୁଖ୍ୟ ଦ୍ୱାରରେ ଗଣ୍ଠି ଟାଙ୍ଗି ଦେଇଥିଲେ। କିନ୍ତୁ ସେମାନେ ଜାଣି ନ ଥିଲେ ଯେ ଏହା ଖରାପ ନଜରରୁ ରକ୍ଷା କରିବା ପାଇଁ ନୁହେଁ ବରଂ ରାଜାଙ୍କ ଉପରେ କଳା ଯାଦୁ କରିବା ପାଇଁ ଟାଙ୍ଗି ଦିଆଯାଇଥିଲା। ରାଜାଙ୍କ ହତ୍ୟା ପରେ, ସେହି ଗଣ୍ଠି ମଧ୍ୟ ଘରର ଦ୍ୱାରରୁ ଗାଏବ ହୋଇଗଲା।

ଅନ୍ୟପକ୍ଷରେ, ରାଜାଙ୍କ ଭାଇ ସଚିନ ପୂର୍ବରୁ ସୋନମଙ୍କ ଉପରେ ମାନବ ବଳିର ଅଭିଯୋଗ ଆଣିଥିଲେ। ସଚିନ କହିଛନ୍ତି, ସୋନମ ତାଙ୍କ ୬୦ ବର୍ଷୀୟ ପିତାଙ୍କ ପାଇଁ ରାଜାଙ୍କୁ ବଳିଦାନ ଦେଇଛନ୍ତି। ସଚିନ ରଘୁବଂଶୀ କହିଛନ୍ତି, ମୋ ଭାଇ ରାଜାଙ୍କୁ ବଳି ଦିଆଯାଇଛି। ସୋନମ ତାଙ୍କ ପିତାଙ୍କ ସ୍ବାସ୍ଥ୍ୟ ପାଇଁ ଏହି ମାନବ ବଳି ଦେଇଛନ୍ତି। ତାଙ୍କ ପିତା ପୂର୍ବରୁ ଦୁଇଥର ହୃଦଘାତର ଶିକାର ହୋଇଥିଲେ, କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସଚିନ ଏହା ମଧ୍ୟ ଅଭିଯୋଗ କରିଛନ୍ତ, ସୋନମ ଏବଂ ତାଙ୍କ ପରିବାର କିଛି ତାନ୍ତ୍ରିକ କାର୍ଯ୍ୟକଳାପରେ ଜଡିତ ଲୋକଙ୍କ ସହ ଯୋଗାଯୋଗରେ ଥିଲେ। ବର୍ତ୍ତମାନ, ଏହି ଅଭିଯୋଗ ଉପରେ ସୋନମ ରଘୁବଂଶୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri