ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ଙ୍କ ବୟାନ ରେକର୍ଡ

ବ୍ରହ୍ମପୁର ଅଫିସ,୧୪ା୨: ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ଅନ୍ୟତମ ସାକ୍ଷୀ ଥିବା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ପ୍ରଦୀପ କୁମାର ମହାରଣା ସୋମବାର ଅତିରିକ୍ତ ଜିଲା ଜଜ୍‌-୩ (ଏଡିଜେ) ଡ. ଇନ୍ଦୁ ଶର୍ମାଙ୍କ କୋର୍ଟରେ ହାଜର ହୋଇଥିଲେ। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେହିପରି ଏହି ହତ୍ୟା ମାମଲାରେ ଜାମିନରେ ଥିବା ଡାକ୍ତରଙ୍କ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀ ମଧ୍ୟ ହାଜର ହୋଇଥିଲେ। ମାମଲାର ୧୫ତମ ସାକ୍ଷୀ ଭାବେ ହାଜର ହୋଇଥିବା ପ୍ରଦୀପ ମହାରଣାଙ୍କୁ ପ୍ରତିପକ୍ଷ ଓକିଲ ହତ୍ୟା ଘଟଣାର ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ କରିଥିଲେ। କିଛି ପ୍ରଶ୍ନର ଉତ୍ତର ସେ କହିଥିବା ବେଳେ ଅନ୍ୟ କିଛି ବିଷୟ ଜାଣିନଥିବା କହିଥିଲେ। ଏହି ମାମଲାରେ ମୋଟ ୪୪ଜଣ ସାକ୍ଷୀ ଥିବା ବେଳେ ସୋମବାର ୧୫ତମ ସାକ୍ଷୀ ପ୍ରଦୀପଙ୍କ ବୟାନ ରକର୍ଡ କରାଯାଇଛି। ମାର୍ଚ୍ଚ ୨ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ପ୍ରକାଶ ଯେ, ୨୦୧୮ ସେପ୍ଟେମ୍ବର ୪ରେ ବିଷ୍ଣୁଙ୍କୁ ହତ୍ୟା କରାଯାଇଥିଲା। ବୈଦ୍ୟନାଥପୁର ପୋଲିସ ହତ୍ୟାକାରୀ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ମାମଲା ନମ୍ବର ୧୮୬/୧୮ରେ ଗିରଫ କରି କୋର୍ଟଚାଲାଣ କରିଥିଲା। ମୃତଦେହ ବ୍ୟବଚ୍ଛେଦ ବେଳେ ମାଜିଷ୍ଟ୍ରେଟ ଭାବେ ପ୍ରଦୀପ ମହାରଣା ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ୨୦୧୮ରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ରକରି ବିଷ୍ଣୁଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଡାକ୍ତର, ବିଷ୍ଣୁଙ୍କୁ ନିଶା ଦେଇ ହତ୍ୟା କରିବା ପରେ ତାଙ୍କ ଶରୀରକୁ ବ୍ଲେଡ୍‌ରେ କାଟି ଦେଇଥିଲେ। ପରେ ଡାକ୍ତର ତ୍ରିପାଠୀ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କ ସହାୟତାରେ ସହର ଉପକଣ୍ଠ ପଲିଗୁମୁଳାରେ କ୍ଲିନିକର ଆବର୍ଜନା ପକାଯାଉଥିବା ସ୍ଥାନରୁ ପୋଲିସ ବିଷ୍ଣୁଙ୍କ ମୃତଦେହ ଜବତ କରିଥିଲା। ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ କପିଳ ପଟ୍ଟନାୟକ ଓ କୃଷ୍ଣପ୍ରସାଦ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri