Categories: ଖେଳ

କେନ୍ଦ୍ରାପଡ଼ାରେ ରାଜ୍ୟ ମହିଳା ଚେସ୍‌

ଭୁବନେଶ୍ୱର, ୧୦।୫(କ୍ରୀଡ଼ା ପ୍ରତିନିଧି): ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ୍‌ ଓ କେନ୍ଦ୍ରାପଡା ଜିଲା ଚେସ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇଦିନଧରି ରାଜ୍ୟ ମହିଳା ଚେସ୍‌ ପ୍ରତିଯୋଗିତା କେନ୍ଦ୍ରାପଡାରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ ସେଠାରେ ଚେସ୍‌ ଖେଳର ପ୍ରଚାର ପ୍ରସାର ଲକ୍ଷ୍ୟରେ ଆସନ୍ତା ୨୫ରୁ ୩୦ ପର୍ଯ୍ୟନ୍ତ ଏକ ଗ୍ରୀଷ୍ମକାଳୀନ ଚେସ୍‌ ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ମହିଳା ଚେସ୍‌ ପାଇଁ ପିଙ୍କି ମହାପାତ୍ର ଏବଂ ସମରକ୍ୟାମ୍ପ ପାଇଁ ନାରାୟଣ ଦାସ, ଲଲାଟ କେଶରୀ ସାମଲଙ୍କ ସହ ଯୋଗାଯୋଗ କରାଯାଇ ପାରିବ ବୋଲି ଓଡ଼ିଶା ଚେସ୍‌ ଆସୋସିଏଶନ୍‌ ସମ୍ପାଦକ ଦେବବ୍ରତ ଭଟ୍ଟ ପ୍ରକାଶ କରିଛନ୍ତି।

Share