ଦୁର୍ନୀତିକୁ ନୀତି କରୁଛନ୍ତି ରାଜ୍ୟ, କେନ୍ଦ୍ର ସରକାର: ନିରଞ୍ଜନ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଗଣତନ୍ତ୍ରରେ ସୁଧାର ଆଣିବା ପରିବର୍ତ୍ତେ ଶାସନରେ ଥିବା ଦଳମାନେ ଏହାର ଅପବ୍ୟବହାର କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ମଙ୍ଗଳବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ପଟ୍ଟନାୟକ କହିଛନ୍ତି, ଗାନ୍ଧିଜୀ ଆମକୁ ଅସହଯୋଗ ଓ ଅହିଂସାର ଶିକ୍ଷା ଦେଇଥିଲେ। ମାତ୍ର ବର୍ତ୍ତମାନ ସମୟରେ ଏହି ଦୁଇଟି ଯାକ ଉଭାନ ହୋଇ ଯାଇଛି। ପ୍ରତିଦିନ ଗଣମାଧ୍ୟମରେ ହଣାକଟା, ଝିଅକୁ ମାରିଦେବା, ନାରୀ ନିର୍ଯାତନା ଭଳି ଖବର ଦେଖିବାକୁ ମିଳୁଛି। ଏଭଳି ଗଣତନ୍ତ୍ର ପ୍ରତିଷ୍ଠା କରିବା କଥା କ’ଣ ଗାନ୍ଧିଜୀ ଆମକୁ ଶିକ୍ଷା ଦେଇଥିଲେ କି ଏବଂ ଏହାଦ୍ୱାରା ସାଧାରଣ ଲୋକଙ୍କର କ’ଣ ଲାଭ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସୁବ୍ରତ ବାଗ୍‌ଚୀ ଏବଂ ତାଙ୍କ ସହଧର୍ମିଣୀ ସୁସ୍ମିତା ବାଗ୍‌ଚୀଙ୍କୁ ସେ ପ୍ରଶଂସା କରି କହିଲେ, ସେମାନେ ତାଙ୍କ ଦ୍ୱାରା ଅର୍ଜିତ ଅର୍ଥକୁ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବା ପାଇଁ ଚେଷ୍ଟିତ। କିନ୍ତୁ ଜଣେ ରାଜନୀତିରେ ମିଶି ଔଷଧ ହେଉ ଅବା ଡାକ୍ତରଖାନା ବେପାରକୁ ମାଧ୍ୟମ କରି କୋଟି କୋଟି ଟଙ୍କା କମାଉଛନ୍ତି। ଓଡ଼ିଶା ଏବେ ଦୁର୍ନୀତିର ଗନ୍ତାଘର ପାଲଟି ଗଲାଣି। ଛୋଟରୁ ଛୋଟ ସରକାରୀ କର୍ମଚାରୀଙ୍କ ଘରୁ ବିପୁଳ ଟଙ୍କା ବାହାରୁଛି। ଆମେ ଯେଉଁମାନେ ରାଜନୀତି କରୁଛୁ ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ। ସୋରରେ ଜଣେ ବୟସ୍କ ପୂର୍ବତନ ବିଧାୟକ ବର୍ତ୍ତମାନର ବିଜେଡି ବିଧାୟକଙ୍କୁ ପଞ୍ଚାୟତକୁ ଆସିଥିବା ଅର୍ଥ ବାବଦରେ ପଚାରିଥିଲେ। ଏଥିଯୋଗୁ ବିଜେଡି ବିଧାୟକ ତାଙ୍କୁ ମାରିବା ଓ ଅପମାନିତ କରିବା ଘଟଣା ଆମ ଗଣତନ୍ତ୍ର ପ୍ରତି ଉପହାସ। ସମ୍ପ୍ରତି ନିର୍ବାଚନ ବେଳେ ଗୋଟିଏ ଗୋଟିଏ ପଞ୍ଚାୟତରେ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି। ଏସବୁ ଆସୁଛି କେଉଁଠୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଗାଁ ମଜଲିସରେ ଲେଖିଥିଲେ ‘ଦୁର୍ନୀତିକୁ ନୀତି କରିଦେଲେ ଭଲ ହେବ’। ସମ୍ଭବତଃ ଏହାକୁ ବିଜେଡି ଓ ଭାଜପା ପାଳନ କରୁଛନ୍ତି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ପଛୁଆ ବର୍ଗ ସଂରକ୍ଷଣ କଥା କହିଥିଲା, କିନ୍ତୁ ପାଳନ କଲା ନାହିଁ। ତେବେ କଂଗ୍ରେସ ପଛୁଆ ବର୍ଗରୁ ୪୪. ୭୮ ପ୍ରତିଶତ ପ୍ରାର୍ଥୀ ଦେଇଛି। ରାଜ୍ୟରେ ୨୨ ବର୍ଷର ବିଜେଡି ସରକାର ଓ କେନ୍ଦ୍ରରେ ୮ବର୍ଷର ଭାଜପା ସରକାର କେବଳ ଲୋକଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣା ଦେଇଛନ୍ତି। ଏଣୁ ଜନସାଧାରଣ ଉପଯୁକ୍ତ ନେତାଙ୍କୁ ଭୋଟ ଦେବା ପାଇଁ ସେ ଆହ୍ବାନ କରିଛନ୍ତି। ଅପରପକ୍ଷରେ ନିରଞ୍ଜନ ରାଜନୀତିରୁ ସନ୍ନ୍ୟାସ ନେବା ସମ୍ପର୍କରେ କହିଛନ୍ତି, ସେ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ। ତେଣୁ ହାତ ଗୋଡ଼ ଚାଲିଥିବା ଯାଏ ବିନା ପଦବୀରେ ମଧ୍ୟ ରାଜନୀତି ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ମୁଖପାତ୍ର ରଜନୀ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri