‘ସହରରେ ଅତ୍ୟାଧୁନିକ ଫିଲ୍ମ ହଲ୍‌ ପ୍ରତିଷ୍ଠା କରାଯାଉ’

ପୁରୀ ଅଫିସ, ୧୮ା୧: ଦେଶ ବିଦେଶରେ ପ୍ରଶଂସା ସାଉଁଟିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ମଙ୍ଗଳବାର ପୁରୀ ଟାଉନ ହଲରେ ପ୍ରଦର୍ଶିତ ହୋଇଛି। ଏହାକୁ ମାତ୍ର ୧୦୦ ଟଙ୍କାରେ ଦର୍ଶକମାନେ ଉପଭୋଗ କରିଛନ୍ତି। ପୂର୍ବରୁ ପୁରୀରେ ପ୍ରଶାସନ ପକ୍ଷରୁ ଗୋଟିଏ ଦିନ ନିଶୁଳ୍କ ଶୋ’ କରାଯାଇଥିଲା। ତେବେ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୁରୀର ଯୁବ ଅଭିନେତା ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁଣି ପ୍ରଦର୍ଶନ କରାଯାଉଛି। ଦିନକୁ ୩ଟି ହିସାବରେ ୩ଦିନ ଅର୍ଥାତ ୧୯ ତାରିଖ ଯାଏ ମୋଟ ୯ଟି ଶୋ’ ପ୍ରଦର୍ଶନ ହେବ। ମଙ୍ଗଳବାର ପ୍ରଥମ ଶୋ’ରୁ ହିଁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଅବସରରେ ପୁରୀରେ ଏକ ଅତ୍ୟାଧୁନିକ ତଥା ମଲ୍ଟିପ୍ଲେକ୍ସ ସିନେମା ହଲ ପ୍ରତିଷ୍ଠା ନିମନ୍ତେ ଦର୍ଶକମାନେ ଦାବି କରିଛନ୍ତି।
ଦର୍ଶକ ଉର୍ମିଳା ସ୍ବାଇଁଙ୍କ ସମେତ ଅନେକ ସିନେପ୍ରେମୀ କହିଛନ୍ତି, ବାତ୍ୟା ଫନୀ ପରେ ପୁରୀ ସହରର ସିନେମା ହଲଗୁଡ଼ିିକ ପ୍ରାୟ ଅଚଳ ହୋଇପଡ଼ିିଥିବାରୁ ଲୋକେ ଚଳଚ୍ଚିିତ୍ର ଦେଖିବାରୁ ବଞ୍ଚତ୍ତ ହେଉଛନ୍ତି। ଏବେ ଦୀର୍ଘଦିନ ପରେ ଫିଲ୍ମ ଦେଖିବାର ସୁଯୋଗ ପାଇଲୁ। ପୁରୀରେ ଉନ୍ନତ ମାନର ସିନେମା ହଲ ପ୍ରତିଷ୍ଠା କରାଯାଉ। ସେହିପରି ମୋନାଲିସା ମଲ୍ଲିକ କହିଛନ୍ତି, ଗୁଣିଗାରେଡ଼ି, ଅନ୍ଧବିଶ୍ୱାସ ଦୂର କରିବାରେ ଫିଲ୍ମଟି ସହାୟକ ହେବ। ସରକାରଙ୍କ ପକ୍ଷରୁ ସମସ୍ତ ଗ୍ରାମାଞ୍ଚଳରେ ଏହାକୁ ପ୍ରଦର୍ଶନ କରାଗଲେ ଲୋକେ ସଚେତନ ହୋଇପାରିବେ। ପୁରୀରେ ଭଲ ସିନେମା ହଲ ନାହିଁ କହିଲେ ଚଳେ। ତେଣୁ ପ୍ରଶାସନ ଅତ୍ୟାଧୁନିକ ସିନେମା ହଲ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନେବା ଉଚିତ। ସାମାଜିକ କର୍ମୀ ନିହାରିକା ତ୍ରିପାଠୀ କହିଛନ୍ତି, କଳା ଓ କଳାକାରଙ୍କ ଭୂମି ହେଉଛି ପୁରୀ। ତେବେ ଏଠାରେ ଭଲ ଚଳଚ୍ଚିତ୍ର ପ୍ରେକ୍ଷାଳୟ ନ ଥିବା ଦୁଃଖର ବିଷୟ। ସରକାର ତୁରନ୍ତ ମଲ୍ଟିପ୍ଲେକ୍ସ ସିନେମା ହଲ ନିର୍ମାଣ ପାଇଁ ପଦକ୍ଷେପ ନେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?