୨୪ ହାଇସ୍କୁଲରେ ମିଳିବ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱର,(ବ୍ୟୁରୋ)/ବଲାଙ୍ଗୀର ଅଫିସ, ୫।୮: ବଲାଙ୍ଗୀର ଜିଲାର ୨୪ ସ୍କୁଲରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ଉପଲବ୍ଧ ହେବ। ଉନ୍ନତମାନର ସ୍ମାର୍ଟ କ୍ଳାସ୍‌ରୁମ୍‌, ବିଜ୍ଞାନ ପରୀକ୍ଷାଗାର, ଇ-ପାଠାଗାର ସୁବିଧା ଉପଲବ୍ଧ ହେବ। ଏହି ସ୍କୁଲଗୁଡ଼ିକୁ ୫-ଟି ଅଧୀନ ସ୍କୁଲ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ନେତୃତ୍ୱାଧୀନ ଏକ ଉଚ୍ଚକ୍ଷମତାପ୍ରାପ୍ତ ଟିମ୍‌ ବଲାଙ୍ଗୀର ଗସ୍ତ କରିି ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବିଦ୍ୟାଳୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରୀଛାତ୍ର, ଶିକ୍ଷକ ତଥା ପୁରାତନ ଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଟିମ୍‌ ସଦସ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଓ ଜିଲାରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ଟିମ୍‌ରେ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।
ଟିମ୍‌ ତୁଷରା ଏୟାରଷ୍ଟ୍ରିପ୍‌ରେ ପୂର୍ବାହ୍ନ ପ୍ରାୟ ୯ଟାରେ ଅବତରଣ କରିବା ପରେ ଦେଓଗଁ। ପଞ୍ଚାୟତ ସମିତି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ସ୍କୁଲ ରୂପାନ୍ତରଣ କାମ ବୁଲି ଦେଖିବା ପରେ ବଲାଙ୍ଗୀର ସହରସ୍ଥିତ ପତିତପାବନ ଏକାଡେମୀ ଯାଇଥିଲେ। ଏହାପରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିବା ଅକ୍ସିଜେନ୍‌ ପ୍ଲାଣ୍ଟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସେଠାରେ ନିର୍ମାଣାଧୀନ ରୋଗୀ ପରିଜନ ଆଶ୍ରୟସ୍ଥଳୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ନିର୍ମିତ ଶିଶୁ କୋଭିଡ୍‌ ୱାର୍ଡ ପରିଦର୍ଶନ କରିଥିଲେ। ସମ୍ଭାବ୍ୟ କୋଭିଡ୍‌-୧୯ ତୃତୀୟ ଲହରର ମୁକାବିଲା ପାଇଁ ଜିଲାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକଳ୍ପ ପରିଦର୍ଶନ ସମୟରେ ଛଟେଇ କୋଭିଡ୍‌ ପାରାମେଡିକାଲ ଷ୍ଟାଫ୍‌ ଏହି ଉଚ୍ଚକ୍ଷମତାପ୍ରାପ୍ତ ଟିମ୍‌କୁ ବିରୋଧ କରି ନାରାବାଜି ଦେଇଥିଲେ। ସେଠାରୁ ଗନ୍ଧରେଲଠାରେ ଭୀମ ଭୋଇ ମେଡିକାଲ କଲେଜ କ୍ୟାମ୍ପସକୁ ଯାଇ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ବୁଲି ଦେଖିଥିଲେ। ସେଠାରୁ ପଥରଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। କ୍ରମାଗତ ଭାବେ ଏହି ସ୍କୁଲର ଛାତ୍ରୀଛାତ୍ର ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଥିବାରୁ ଏଠାକାର ଅଧ୍ୟକ୍ଷ ଓ ଶିକ୍ଷକଙ୍କୁ ପ୍ରଶଂସା କରିଥିଲେ।
ପରେ ଲୋୟର ସୁକ୍‌ତେଲ ପ୍ରକଳ୍ପ ପରିଦର୍ଶନରେ ଯାଇ ଉଚ୍ଚକ୍ଷମତାପ୍ରାପ୍ତ ଟିମ୍‌ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଜୁନ୍‌ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପର ସ୍ପିଲ୍‌ୱେ କାମ ସମାପ୍ତ ହେବ ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି। ଏହାବ୍ୟତୀତ ବଲାଙ୍ଗୀରରେ ପ୍ରତିଷ୍ଠା ହେବାକୁ ଥିବା ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ୍‌ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ବଲାଙ୍ଗୀରର ନୂତନ ବସ୍‌ ଟର୍ମିନାଲ, ପାଟଣାଗଡ଼ ଓ ଟିଟିଲାଗଡ଼ର ମାତୃ ଓ ଶିଶୁ ହସ୍ପିଟାଲ, ବଲାଙ୍ଗୀର ବାଇପାସ୍‌, ମହାରାଣୀସାଗର ପ୍ରକଳ୍ପ, ଜିଲାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ, ବିଦ୍ୟୁତ୍‌ ଓ ଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ଟିମ୍‌ ସଦସ୍ୟ ଭୁବନେଶ୍ୱର ଫେରିଯାଇଥିଲେ। ଗସ୍ତ ସମୟରେ ଜିଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ନୀତିନ କୁଶଲକର ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri