ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ ଏବଂ ଗୀତା ଦାସ ଗାଇବେ ।
ଲକ୍ଷ୍ମୀପୁରାଣକୁ ନେଇ ସରକାର ଅନନ୍ୟ ପଦକ୍ଷେପ ନେଇଛନ୍ତି । ବଳରାମ ଦାସଙ୍କ ଜନ୍ମପୀଠରେ ତିଆରି ହେବ ମହାଲକ୍ଷ୍ମୀ କରିଡର । ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଇପାରିବ । ୫୦୦ ମହିଳା ଏକାଠି ଲକ୍ଷ୍ମୀପୁରାଣ ଗାଇପାରିବେ । କରିଡରରେ ବଳରାମ ଦାସଙ୍କ ଗ୍ୟାଲେରୀ, ଲକ୍ଷ୍ମୀଙ୍କ ରିସର୍ଚ୍ଚ ଗ୍ୟାଲେରୀ ରହିବ ।