‘ଘରୋଇ ସ୍କୁଲ ଉପରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ’

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୨ ନୂତନ ଜ୍ଞାନ କୌଶଳ ଓ ଭାରତୀୟ ସଂସ୍କୃତିକୁ ଆଧାର କରି ପ୍ରସ୍ତୁତ ହୋଇଛି। ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଯେପରି ଭାରତ ଅନ୍ୟ ଦେଶ ସହ ସମକକ୍ଷ ହୋଇପାରିବ ସେ ନେଇ ଏଥିରେ ବ୍ୟବସ୍ଥା ହୋଇଛି। ଏହାସହ ଧନ୍ଦାମୂଳକ ଶିକ୍ଷା, କୋଡିଂକୁ ଗୁରୁତ୍ୱ ଦିଆଯାଇଛି ବୋଲି ନ୍ୟାଶନାଲ କାଉନସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏନ୍‌ସିଇଆର୍‌ଟି) ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି କହିଛନ୍ତି। ଦିନେଶ ପ୍ରସାଦ ରବିବାର ଭୁବନେଶ୍ୱର ଗସ୍ତରେ ଆସିଥିବାବେଳେ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଖୁବ୍‌ଶୀଘ୍ର ଦେଶରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେବ। ଏଥିପାଇଁ ପର୍ଯ୍ୟାୟକ୍ରମେ କାର୍ଯ୍ୟ ଚାଲିଛି। ସ୍କୁଲ୍‌ଗୁଡ଼ିକରେ ସ୍ବତନ୍ତ୍ର ତାଲିମ ସହ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଯୋଜନା ହୋଇଛି। ଏନ୍‌ଇପିରେ ମାତୃଭାଷା ସହ ବହୁ ଭାଷା ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ପିଲାମାନେ ନିଜ ମାତୃଭାଷା ଜାଣିବା ସହିତ ଅନ୍ୟାନ୍ୟ ଭାଷା ଜାଣିଲେ ତା’ର ଉନ୍ନତି ହେବ। ପିଲାମାନଙ୍କୁ କେବଳ ପୁସ୍ତକ ପଢ଼ିବା ପାଇଁ ନୁହେଁ, ବରଂ ସବୁକିଛି ବୁଝିପାରୁଥିବା ଭଳି ମଣିଷଟିଏ ଗଢ଼ିବାକୁ ହେବ। ପିଲାଙ୍କୁ ଭଲ ମଣିଷ ଗଢ଼ି ତୋଳିବା ଆମର ଲକ୍ଷ୍ୟ। ଉଚିତ ଶିକ୍ଷା ସହିତ ଭଲ ମଣିଷ ହେଲେ ପିଲାଟି ଯେଉଁ କ୍ଷେତ୍ରକୁ ଯିବ ଭଲ ପ୍ରଦର୍ଶନ କରିବ। ସେହିଭଳି ଘରୋଇ ସ୍କୁଲର ମନମାନିକୁ ରୋକିବାକୁ ଆମକୁ ପ୍ରୟାସ କରିବାକୁ ହେବ। ରାଜ୍ୟର ଏନ୍‌ସିଇଆର୍‌ଟି ସହ ସମନ୍ବୟ ରଖି ବହି ପ୍ରସ୍ତୁତିରେ କାମ କରାଯାଉଛି ବୋଲି ସେ କହିଛନ୍ତି।
ସେପଟେ ଘରୋଇ ସ୍କୁଲରେ ଏନ୍‌ସିଇଆର୍‌ଟି ବହି ବ୍ୟବହାର ନ କରି ଘରୋଇ ପ୍ରକାଶନ ପୁସ୍ତକ ବ୍ୟବହାର କରାଯିବା ଘଟଣାକୁ ନେଇ ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହାକୁ ରୋକିବାକୁ ହେଲେ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ। ଏଥିପ୍ରତି ରାଜ୍ୟ ସରକାରଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଛାତ୍ରୀଛାତ୍ରଙ୍କ ପାଖରେ ଯେଭଳି ନକଲି ବହି ପହଞ୍ଚତ୍ବନି, ସେ ଦିଗରେ ଧ୍ୟାନ ଦେବାକୁ ହେବ ବୋଲି ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବହୁ ଘରୋଇ ସ୍କୁଲ ପିଲାମାନଙ୍କୁ ଏନ୍‌ସିଇଆର୍‌ଟି ପୁସ୍ତକ ବଦଳରେ ଘରୋଇ ପ୍ରକାଶନ ପୁସ୍ତକ ନେବା ପାଇଁ ବାଧ୍ୟ କରୁଛନ୍ତି। ଏପରିକି ବହୁ ସ୍କୁଲରେ ଘରୋଇ ପ୍ରକାଶନ ପୁସ୍ତକ ହିଁ ପଢ଼ାଯାଉଛି। ଆଉ କିଛି ସ୍କୁଲରେ ଉଭୟ ଏନ୍‌ସିଇଆର୍‌ଟି ଏବଂ ଅନ୍ୟ ପ୍ରକାଶନ ପୁସ୍ତକ ପିଲାଙ୍କୁ ପଢ଼ାଯାଉଛି। ଏ ନେଇ ବହୁ ଅଭିଭାବକ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନ ଥିବାରୁ କିଛିଦିନ ହେବ ଏହାକୁ ନେଇ ବିବାଦ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri