‘ଘରୋଇ ସ୍କୁଲ ଉପରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ’

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୨ ନୂତନ ଜ୍ଞାନ କୌଶଳ ଓ ଭାରତୀୟ ସଂସ୍କୃତିକୁ ଆଧାର କରି ପ୍ରସ୍ତୁତ ହୋଇଛି। ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଯେପରି ଭାରତ ଅନ୍ୟ ଦେଶ ସହ ସମକକ୍ଷ ହୋଇପାରିବ ସେ ନେଇ ଏଥିରେ ବ୍ୟବସ୍ଥା ହୋଇଛି। ଏହାସହ ଧନ୍ଦାମୂଳକ ଶିକ୍ଷା, କୋଡିଂକୁ ଗୁରୁତ୍ୱ ଦିଆଯାଇଛି ବୋଲି ନ୍ୟାଶନାଲ କାଉନସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏନ୍‌ସିଇଆର୍‌ଟି) ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି କହିଛନ୍ତି। ଦିନେଶ ପ୍ରସାଦ ରବିବାର ଭୁବନେଶ୍ୱର ଗସ୍ତରେ ଆସିଥିବାବେଳେ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଖୁବ୍‌ଶୀଘ୍ର ଦେଶରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେବ। ଏଥିପାଇଁ ପର୍ଯ୍ୟାୟକ୍ରମେ କାର୍ଯ୍ୟ ଚାଲିଛି। ସ୍କୁଲ୍‌ଗୁଡ଼ିକରେ ସ୍ବତନ୍ତ୍ର ତାଲିମ ସହ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଯୋଜନା ହୋଇଛି। ଏନ୍‌ଇପିରେ ମାତୃଭାଷା ସହ ବହୁ ଭାଷା ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ପିଲାମାନେ ନିଜ ମାତୃଭାଷା ଜାଣିବା ସହିତ ଅନ୍ୟାନ୍ୟ ଭାଷା ଜାଣିଲେ ତା’ର ଉନ୍ନତି ହେବ। ପିଲାମାନଙ୍କୁ କେବଳ ପୁସ୍ତକ ପଢ଼ିବା ପାଇଁ ନୁହେଁ, ବରଂ ସବୁକିଛି ବୁଝିପାରୁଥିବା ଭଳି ମଣିଷଟିଏ ଗଢ଼ିବାକୁ ହେବ। ପିଲାଙ୍କୁ ଭଲ ମଣିଷ ଗଢ଼ି ତୋଳିବା ଆମର ଲକ୍ଷ୍ୟ। ଉଚିତ ଶିକ୍ଷା ସହିତ ଭଲ ମଣିଷ ହେଲେ ପିଲାଟି ଯେଉଁ କ୍ଷେତ୍ରକୁ ଯିବ ଭଲ ପ୍ରଦର୍ଶନ କରିବ। ସେହିଭଳି ଘରୋଇ ସ୍କୁଲର ମନମାନିକୁ ରୋକିବାକୁ ଆମକୁ ପ୍ରୟାସ କରିବାକୁ ହେବ। ରାଜ୍ୟର ଏନ୍‌ସିଇଆର୍‌ଟି ସହ ସମନ୍ବୟ ରଖି ବହି ପ୍ରସ୍ତୁତିରେ କାମ କରାଯାଉଛି ବୋଲି ସେ କହିଛନ୍ତି।
ସେପଟେ ଘରୋଇ ସ୍କୁଲରେ ଏନ୍‌ସିଇଆର୍‌ଟି ବହି ବ୍ୟବହାର ନ କରି ଘରୋଇ ପ୍ରକାଶନ ପୁସ୍ତକ ବ୍ୟବହାର କରାଯିବା ଘଟଣାକୁ ନେଇ ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହାକୁ ରୋକିବାକୁ ହେଲେ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ। ଏଥିପ୍ରତି ରାଜ୍ୟ ସରକାରଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଛାତ୍ରୀଛାତ୍ରଙ୍କ ପାଖରେ ଯେଭଳି ନକଲି ବହି ପହଞ୍ଚତ୍ବନି, ସେ ଦିଗରେ ଧ୍ୟାନ ଦେବାକୁ ହେବ ବୋଲି ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବହୁ ଘରୋଇ ସ୍କୁଲ ପିଲାମାନଙ୍କୁ ଏନ୍‌ସିଇଆର୍‌ଟି ପୁସ୍ତକ ବଦଳରେ ଘରୋଇ ପ୍ରକାଶନ ପୁସ୍ତକ ନେବା ପାଇଁ ବାଧ୍ୟ କରୁଛନ୍ତି। ଏପରିକି ବହୁ ସ୍କୁଲରେ ଘରୋଇ ପ୍ରକାଶନ ପୁସ୍ତକ ହିଁ ପଢ଼ାଯାଉଛି। ଆଉ କିଛି ସ୍କୁଲରେ ଉଭୟ ଏନ୍‌ସିଇଆର୍‌ଟି ଏବଂ ଅନ୍ୟ ପ୍ରକାଶନ ପୁସ୍ତକ ପିଲାଙ୍କୁ ପଢ଼ାଯାଉଛି। ଏ ନେଇ ବହୁ ଅଭିଭାବକ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନ ଥିବାରୁ କିଛିଦିନ ହେବ ଏହାକୁ ନେଇ ବିବାଦ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri