ଅଧା କର୍ମଚାରୀରେ ଷ୍ଟେଟ୍‌ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ରାଜ୍ୟରେ ଏବେ ଅପରାଧ ବଢ଼ି ଚାଲିଛି। କିନ୍ତୁ ତଦନ୍ତରେ ବୈଜ୍ଞାନିକ ତଥା ଅତ୍ୟାଧୁନିକ ଜ୍ଞାନକୌଶଳର ଠିକ୍‌ ଉପଯୋଗ ହୋଇପାରୁ ନ ଥିବାରୁ ଅଧିକାଂଶ ମାମଲାରେ ଅପରାଧୀଙ୍କ ସୁରାକ ପାଇପାରୁନି ପୋଲିସ। ତେବେ ପୋଲିସକୁ ଅପରାଧୀଙ୍କ ସମ୍ପର୍କରେ ସୁରାକ ଦେଇଥାଏ ଅଙ୍ଗୁଠି ଚିହ୍ନ ବା ଫିଙ୍ଗର ପ୍ରିଣ୍ଟ। ତଦନ୍ତରେ ଏହା ହେଉଛି ଅପରାଧୀଙ୍କ ଅନ୍ୟତମ ଦୃଢ଼ ପ୍ରମାଣ। ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞମାନେ ଅପରାଧ ଘଟିଥିବା ସ୍ଥାନକୁ ଯାଇ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥାନ୍ତି। ସେମାନେ ସେଠାରୁ ଫିଙ୍ଗର ପ୍ରିଣ୍ଟ ଚିହ୍ନ ସଂଗ୍ରହ କରିଥାନ୍ତି। ପରେ ଲାବୋରେଟୋରିରେ ଫିଙ୍ଗର ପ୍ରିଣ୍ଟ ଡାଟା ବେସ୍‌ ସହ ତାହାକୁ ମ୍ୟାଚ୍‌ କରି ଅପରାଧୀଙ୍କୁ ଚିହ୍ନଟ କରାଯିବାରେ ସହାୟକ ହୋଇଥାନ୍ତି। ମାତ୍ର ଓଡ଼ିଶାରେ ଥିବା ଷ୍ଟେଟ୍‌ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ଠିକ୍‌ ଭାବେ କାର୍ଯ୍ୟ କରିପାରୁନି। ଫଳରେ ତଦନ୍ତ ବିଳମ୍ବିତ ହେବା ସହ ଅପରାଧୀମାନେ ଖସି ଯିବାକୁ ସୁଯୋଗ ପାଉଛନ୍ତି।
୧୯୩୬ ମସିହାରେ କଟକଠାରେ ସ୍ଥାପନ କରାଯାଇଥିଲା ଷ୍ଟେଟ୍‌ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋ (ଏସ୍‌ଏଫପିବି)। ୧୯୭୦ରେ ଏହା ଭୁବନେଶ୍ୱର ରସୁଲଗଡ଼କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)-୨୦୧୯ ପ୍ରକାଶ ପାଇଥିବା ବାର୍ଷିକ ଫିଙ୍ଗର ପ୍ରିଣ୍ଟ ଇଣ୍ଡିଆ ରିପୋର୍ଟରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଫିଙ୍ଗର ପ୍ରିଣ୍ଟ ବ୍ୟୁରୋ ଖରାପ ପ୍ରଦର୍ଶନ କରିଛି। ଏହାର କାରଣ ମଧ୍ୟ ଉକ୍ତ ରିପୋର୍ଟରୁ ଜଣାପଡିଛି। ଓଡ଼ିଶାର ଏସ୍‌ଏଫ୍‌ପିବି ଓ ଜିଲାସ୍ତରୀୟ ବୋର୍ଡରେ ପ୍ରାୟ ୫୦ ପ୍ରତିଶତ ପଦବୀ ଖାଲି ପଡିଛି। ୨୦୧୮ରେ ମଧ୍ୟ ପଦବୀ ଖାଲି ପଡିଥିଲେ ମଧ୍ୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇନି। ଏବେ ୬୫ଟି ମଞ୍ଜୁରିପ୍ରାପ୍ତ ପଦବୀ ମଧ୍ୟରୁ ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞ ଓ ଅନ୍ୟ ପଦବୀ ମିଶାଇ ମୋଟ ୩୦ଟି ପଦବୀ ରାଜ୍ୟରେ ଖାଲି ପଡିଛି। ଉକ୍ତ ରିପୋର୍ଟ ଅନୁଯାୟୀ, ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦୋଷୀସାବ୍ୟସ୍ତ ହୋଇଥିବା ୫୧ ହଜାର ୬୭୮ ବ୍ୟକ୍ତିଙ୍କ ଫିଙ୍ଗର ପ୍ରିଣ୍ଟ ଏସ୍‌ଏଫ୍‌ପିବିରେ ସଂଗୃହୀତ ହୋଇଛି। ତେବେ ୨୦୧୯ରେ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬୨ ଜଣଙ୍କ ଫିଙ୍ଗର ପ୍ରିଣ୍ଟ ଏସ୍‌ଏଫ୍‌ପିବି ଗ୍ରହଣ କରିଥିବାବେଳେ ସେଥିମଧ୍ୟରୁ ୩ଟି ତ୍ରୁଟିପୂର୍ଣ୍ଣ ଭାବେ କାଟି ଦିଆଯାଇଥିଲା ଓ ୫୯ଟିକୁ ଭବିଷ୍ୟତ ପାଇଁ ଡାଟା ବେସ୍‌ରେ ଗଚ୍ଛିତ ରଖାଯାଇଛି।
ସେହିଭଳି ୨୦୧୮ ପର୍ଯ୍ୟନ୍ତ ୧ଲକ୍ଷ ୬୭ହଜାର ୪୬୬ଟି ଫିଙ୍ଗର ପ୍ରିଣ୍ଟ୍‌ ଡାଟା ରହିଥିଲା। ୨୦୧୯ରେ ରାଜ୍ୟର ବିଭିନ୍ନ ଥାନାରୁ ଗିରଫ ୭୫୯୧ ଅଭିଯୁକ୍ତଙ୍କ ଫିଙ୍ଗର ପ୍ରିଣ୍ଟ ଏସ୍‌ଏଫ୍‌ପିବିକୁ ପଠାଯାଇଥିଲା। ଫଳରେ ବର୍ତ୍ତମାନ ୧ଲକ୍ଷ ୭୪ହଜାର ୬୨୦ ଫିଙ୍ଗର ପ୍ରିଣ୍ଟ ଡାଟା ଚିହ୍ନଟ ପାଇଁ ରହିଛି। ତେବେ ଏସ୍‌ଏଫ୍‌ପିବି ଓଡ଼ିଶାରେ ୫୧୫ ମାମଲାରେ ଅଭିଯୁକ୍ତଙ୍କ ଅତୀତର ଆପରାଧିକ ରେକର୍ଡରୁ ଚିହ୍ନିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ଗୁଜରାଟ ଏସ୍‌ଏଫ୍‌ପିବି ୨୦୧୯ରେ ଦେଶର ସର୍ବାଧିକ ୬୯,୬୩୬ ମାମଲାରେ ଫିଙ୍ଗର ପ୍ରିଣ୍ଟରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଏହା ତଳକୁ ତାମିଲନାଡୁ ବ୍ୟୁରୋ ୧୧ ହଜାର ୫୨୪ ଓ ଦିଲ୍ଲୀ ଏସ୍‌ଏଫ୍‌ପିବି ୮ହଜାର ୫୧୭ ଚିହ୍ନଟ କରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।
ସେହିପରି ଓଡ଼ିଶାର ବିଶେଷଜ୍ଞମାନେ ୨୦୧୯ରେ ଅପରାଧ ଘଟିଥିବା ସ୍ଥାନରୁ ସଂଗୃହୀତ ୭୫୮ ଫିଙ୍ଗର ପ୍ରିଣ୍ଟକୁ ସର୍ଚ୍ଚ କରିଥିଲେ। ମାତ୍ର ୧୬ଟି ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ବିଶେଷଜ୍ଞମାନେ ପୋଲିସକୁ ସହଯୋଗ କରିଥିଲେ। ସେହିଭଳି ବ୍ୟାଙ୍କ ଓ ଭିଜିଲାନ୍ସ ସଂସ୍ଥା ୧୫ଟି ମାମଲାରେ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ ପଠାଇଥିଲେ। ସେଥିରୁ ୪ଟିରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳତା ମିଳିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଆନ୍ଧ୍ରପ୍ରଦେଶର ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞମାନେ ୫୧୨ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହଯୋଗ କରିଥିବାବେଳେ କର୍ନାଟକ ୩୯୯, କେରଳ ୪୦୨, ତାମିଲନାଡୁ ୩୪୨ ଏବଂ ତେଲାଙ୍ଗାନା ଏସ୍‌ଏଫ୍‌ପିବିର ବିଶେଷଜ୍ଞମାନେ ୩୫୦ ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri