ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ: ପୁନଃନାମାଙ୍କନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ମିଳିବ । ଯେଉଁ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେଠାରେ ନାମାଙ୍କନ ପାଇଁ ପୁଣି ସୁଯୋଗ ଦିଆଯିବ। ଏହାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ। ଫେବୃଆରୀ ୧ ଯାଞ୍ଚ ପ୍ରକ୍ରିୟା, ୨ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ରାଜ୍ୟରେ କୋଭିଡ ସ୍ଥିତି ଉପରେ ନଜର ରଖାଯାଇଛି । ବିଭିନ୍ନ ଦିଗକୁ ତର୍ଜମା କରି ପ୍ରଚାର ପାଇଁ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।