Posted inଜାତୀୟ

ଖଣି କମ୍ପାନୀଠାରୁ ବକେୟା ଆଦାୟ କରିପାରିବେ ରାଜ୍ୟ

ନୂଆଦିଲ୍ଲୀ,୧୫ା୮: ଖଣି ପ୍ରାଚ୍ୟୁର୍ଯ୍ୟ ରାଜ୍ୟଗୁଡ଼ିକ ଖନନକାରୀ କମ୍ପାନୀଗୁଡ଼ିକଠାରୁ ଅତୀତର (୨୦୦୫ ଏପ୍ରିଲ ୧ରୁ ପଡ଼ିରହିଥିବା) ବକେୟା ଟିକସ ସଂଗ୍ରହ କରିପାରିବେ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଟିକସ ଦାବିର ଦେୟ ସମୟ ୨୦୨୬ ଏପ୍ରିଲ ୧ରୁ ୧୨ ବର୍ଷର ଅବଧି ମଧ୍ୟରେ କିସ୍ତିରେ ଦିଆଯାଇପାରିବ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନିଷ୍ପ୍ରଭ କରିବା ପାଇଁ କେନ୍ଦ୍ର ସରକାର ଆଇନ ପ୍ରଣୟନ ନ କଲେ ଏହାଦ୍ୱାରା ଖନନକାରୀ କମ୍ପାନୀଗୁଡ଼ିକର ଭବିଷ୍ୟତ ପ୍ରଭାବିତ ହେବ ବୋଲି ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ମିନେରାଲ ଇଣ୍ଡଷ୍ଟ୍ରିଜ୍‌ ସାଧାରଣ ସମ୍ପାଦକ ଆର୍‌.କେ. ଶର୍ମା କହିଛନ୍ତି।
ସୁପ୍ରିମକୋର୍ଟ ଜୁଲାଇ ୨୫ରେ ଦେଇଥିବା ଏ ସମ୍ପର୍କିତ ରାୟକୁ ସେହି ତାରିଖଠାରୁ ଲାଗୁ କରାଯାଉ ବୋଲି କରାଯାଇଥିବା ଯୁକ୍ତିକୁ ବୁଧବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ସାମ୍ବିଧାନିକ ପୀଠ ଖାରଜ କରିଦେଇଛନ୍ତି। ସିଜେଆଇ ଚନ୍ଦ୍ରଚୂଡ଼ ସଂଖ୍ୟାଗରିଷ୍ଠ ୮:୧ ରାୟ ପ୍ରକାଶ କରି କହିଛନ୍ତି, ଜୁଲାଇ ୨୫ରେ ଅଦାଲତ ରାଜ୍ୟଗୁଡ଼ିକୁ ଖଣି ଟିକସ ସମ୍ପର୍କିତ ବ୍ୟବସ୍ଥାପିକା ଅଧିକାର ପ୍ରଦାନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇସାରିଛନ୍ତି। ଜୁଲାଇ ୨୫ର ରାୟ ପରେ ଏହା କେବେଠୁ ଲାଗୁହେବ ସେନେଇ ୩୧ ତାରିଖରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ଖଣିଜ ସମ୍ପଦ ଉପରେ ୧୯୮୯ରୁ ବସାଯାଉଥିବା ରୟାଲଟି ଫେରସ୍ତ ପାଇଁ ରାଜ୍ୟଗୁଡ଼ିକର ଦାବିକୁ କେନ୍ଦ୍ର ସରକାର ବିରୋଧ କରିଥିଲେ। ଏହାଦ୍ୱାରା ନାଗରିକମାନେ ପ୍ରଭାବିତ ହେବା ସହ ସରକାରୀ ଉଦ୍ୟୋଗ (ପିଏସ୍‌ୟୁ)ଗୁଡ଼ିକୁ ୭୦,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ସରକାର ଯୁକ୍ତି ବାଢ଼ିଥିଲେ। ମିନେରାଲ ଏରିଆ ଡେଭେଲପ୍‌ମେଣ୍ଟ ଅଥରିଟି ଆଇନ (ଏମ୍‌ଏଡିଏ ଜୁଲାଇ ୨୫ ରାୟ) ପୂର୍ବ ଅବଧି ପାଇଁ କରାଯାଇଥିବା ଦାବି ଉପରେ କୌଣସି ସୁଧ କିମ୍ବା ଜରିମାନା ଲାଗିବ ନାହିଁ ବୋଲି ପୀଠ କହିଛନ୍ତି। ଏମ୍‌ଏଡିଏରେ ନିର୍ଦ୍ଧାରିତ ଆଇନ ଅନୁସାରେ ସମ୍ବିଧାନ ସପ୍ତମ ପରିଚ୍ଛେଦର ଦ୍ୱିତୀୟ ତାଲିକାରେ ଏଣ୍ଟ୍ରି ୪୯ ଓ ୫୦ ସମ୍ବନ୍ଧିତ ଟିକସ କିମ୍ବା ନୂଆ ଦାବି ରାଜ୍ୟଗୁଡ଼ିକ କରିପାରିବେ। ୨୦୦୫ ଏପ୍ରିଲ ୧ ପୂର୍ବରୁ କରାଯାଇଥିବା କାରବାର ଉପରେ ଟିକସ ଦାବି କରାଯାଇପାରିବ ନାହିଁ ବୋଲି ପୀଠ ସ୍ପଷ୍ଟ କରିଛନ୍ତି। ସାମ୍ବିଧାନିକ ପୀଠରେ ସିଜେଆଇଙ୍କ ସହ ଜଷ୍ଟିସ୍‌ ହୃଷୀକେଶ ରାୟ, ଅଭୟ ଏସ୍‌. ଓକା, ଜେ. ବି. ପର୍ଦିଓ୍ବାଲା,
ଖଣି କମ୍ପାନୀଠାରୁ
ମନୋଜ ମିଶ୍ରା, ଉଜ୍ଜ୍ୱଳ ଭୂୟଁା, ସତୀଶ ଚନ୍ଦ୍ର ଶର୍ମା ଏବଂ ଅଗୁଷ୍ଟାଇନ୍‌ ଜର୍ଜ ମସିହ ସାମିଲ ଥିଲେ।
ଅନ୍ୟପକ୍ଷେ ଏହି ରାୟ ସମ୍ପୃକ୍ତ କମ୍ପାନୀଗୁଡ଼ିକ ଉପରେ ବଡ଼ ଆର୍ଥିକ ପ୍ରଭାବ ପକାଇବା ସହ ସେଗୁଡ଼ିକର ନିବେଶ ମଧ୍ୟ ପ୍ରଭାବିତ ହେବ ବୋଲି ଖଣି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ରାୟ ଯୋଗୁ ଖନନକାରୀ କମ୍ପାନୀଗୁଡ଼ିକ ଉପରେ ପ୍ରାୟ ୧ ଟ୍ରିଲିୟନ୍‌ ଟଙ୍କା (୧୧.୯୧ ବିଲିୟନ୍‌ ଆମେରିକୀୟ ଡଲାର)ର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri