୧୫.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି ଷ୍ଟାର୍ଟଅପ୍‌ କମ୍ପାନୀ

ଭୁବନେଶ୍ୱର, ୩୦।୭(ଅନୁରାଧା ମହାରଣା): ଗତ କିଛି ବର୍ଷ ଧରି ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଯୁବପିଢ଼ି ମନୋନିବେଶ କରୁଛନ୍ତି। ଏହାଦ୍ୱାରା ସେମାନେ ନିଜକୁ ରୋଜଗାରକ୍ଷମ କରିବ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ମଧ୍ୟ କରିପାରୁଛନ୍ତି। ଏହାଦ୍ୱାରା ଅନେକ ଶିକ୍ଷିତ ଯୁବକଯୁବତୀ ବେକାରୀ ସମସ୍ୟାରୁ ରକ୍ଷା ପାଇପାରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାପ୍ତ ଏକ ସୂଚନାନସାରେ ସୋମବାର କହିଛନ୍ତି ଯେ ଦେଶର ଷ୍ଟାର୍ଟଅପ ଯେଉଁମାନେ ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍‌ କମ୍ପାନୀ ୧୫.୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି।

ଗତ ଦଶନ୍ଧି ମଧ୍ୟରେ ଦେଶରେ ଷ୍ଟାର୍ଟଅପ ସଂସ୍କୃତି ବୃଦ୍ଧି ପାଇଁ ସରକାର ଅନେକ ପଦକ୍ଷେପ ନେଇଥିବାବେଳେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଶିଳ୍ପ ଏବଂ ବାଣିଜ୍ୟ ବିଭାଗ ଦ୍ୱାରା ୧,୪୦,୮୦୩ ଷ୍ଟାର୍ଟଅପ ଚିହ୍ନଟ କରାଯାଇଛି। କେନ୍ଦ୍ରୀୟ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଉତ୍ପାଦନ କାର୍ଯ୍ୟକ୍ରମ (ପିଏମଇଜିପି) କାର୍ଯ୍ୟକାରୀ କରିଛି। ଏହା ଅଧୀନରେ, ଅଣ କୃଷି କ୍ଷେତ୍ରରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା କରିବାରେ ଶିଳ୍ପପତିମାନଙ୍କୁ ସାହାଯ୍ୟ କରିବା ଲକ୍ଷ ରହିଛି। ପାରମ୍ପାରିକ କାରିଗର ଏବଂ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବେକାର ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ସମ୍ଭବ ହେଉଛି।

ଏହି ଯୋଜନା ଆରମ୍ଭ ହେବା ପରଠାରୁ ୯.୬୯ ଲକ୍ଷ ମାଇକ୍ରୋ ଉଦ୍ୟୋଗକୁ ୨୫,୫୦୦ କୋଟି ଟଙ୍କା ମୂଲ୍ୟର ସବସିଡି ପ୍ରଦାନ କରାଯାଇଛି ଏବଂ ସେମାନେ ୭୯ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ଯୋଗାଇ ଦେଇଛନ୍ତି। ଆସନ୍ତା ୨ ଆର୍ଥିକ ବର୍ଷରେ (୨୦୨୪-୨୫ ଏବଂ ୨୦୨୫-୨୬) ୧.୬ ଲକ୍ଷ ନୂତନ ଉଦ୍ୟୋଗ ସ୍ଥାପନ କରିବାକୁ ମନ୍ତ୍ରଣାଳୟ ଯୋଜନା କରିଛି। ଏହା ୧୨.୮ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବାର ସମ୍ଭାବନା ଅଛି। ସୂଚନା ଥାଉକି, ୨୦୨୪-୨୫ ସାଧାରଣ ବଜେଟରେ ସରକାର ଏଞ୍ଜେଲ ଟ୍ୟାକ୍ସ ପ୍ରତ୍ୟାହାର କରିଛନ୍ତି । ଏହଦ୍ୱାରା ଷ୍ଟାର୍ଟଅପରେ ବିଦେଶୀ ପାଣ୍ଠି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri