ଚାକିରି ଛାଡି, ଘର ବିକି ସ୍କୁଲ ବସ୍‌କୁ ସିଫ୍ଟ ହେଲେ ଏହି ଦମ୍ପତି

ଆମେରିକାରେ ରହୁଥିବା ଏକ ଦମ୍ପତି ସେମାନଙ୍କର ଚାରି ବଖରା ଘର, ସମ୍ପତ୍ତି ବିକ୍ରି କରି ଏକ ସ୍କୁଲ ବସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫ୍ଲୋରିଡାର ଏହି ଦମ୍ପତି ୧୪୦୦ ବର୍ଗଫୁଟ ଉପରେ ଥିବା ଘର ବିକି ଚାକିରି ଛାଡ଼ି ଏକ ଭିନ୍ନ ଜୀବନଶୈଳୀ ବଞ୍ଚିବାକୁ ଚାହୁଁଛନ୍ତି।
୩୨ ବର୍ଷର ଜ୍ୟାକ ଏବଂ ଜିଆନା ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି। ୨୦୧୬ରେ ଦୁହେଁ ବିବାହ କରିଥିଲେ ଏବଂ ସେହି ବର୍ଷ ସେମାନଙ୍କର ଝିଅ ମଧ୍ୟ ଜନ୍ମ ହୋଇଥିଲେ। ଉଭୟ ସାରା ବିଶ୍ୱ ବୁଲିବା ସ୍ବପ୍ନକୁ ପୂରଣ କରିବାକୁ ଚାହୁଁଥିଲେ। ଏହି କାରଣରୁ, ସେ କିଛି ଅଲଗା କରିବା ବିଷୟରେ ଚିନ୍ତା କରିଥିଲେ। ପରେ, ବିବାହର ୨ ବର୍ଷ ପରେ ସେ ସ୍ଥିର କଲେ ପାରମ୍ପରିକ ଜୀବନଶୈଳୀ ଛାଡିଦେବେ।

୨୦୧୮ ମସିହାରେ, ଏହି ଦମ୍ପତି ଏକ ଅନ୍‌ଲାଇନ ସମ୍ପ୍ରଦାୟ ବିଷୟରେ ଜାଣିବାକୁ ପାଇଥିଲେ। ଏହା ହେଉଛି ଏକ ସମ୍ପ୍ରଦାୟ, ଯେଉଁମାନେ ସେମାନଙ୍କର ଅଫିସ ଜୀବନ ଛାଡି କ୍ୟାମ୍ପ ଭ୍ୟାନରେ ରୁହନ୍ତି । ସେମାନେ ସମାନ କାମ କରନ୍ତି ଏବଂ ଯାତ୍ରା କରନ୍ତି। ଜ୍ୟାକ ଏବଂ ତାଙ୍କ ପତ୍ନୀ ସମ୍ପ୍ରଦାୟରେ ଯୋଗ ଦେବାକୁ ସେମାନଙ୍କ ଘର କାର୍‌ ବିକ୍ରି କରିଦେଲେ। ଏହି ଟଙ୍କାରେ ସେ ଦ୍ୱିତୀୟ ହାତ ମର୍ସିଡିଜ ବେଞ୍ଜ ସ୍ପ୍ରିଣ୍ଟର୍‌ ଭ୍ୟାନ କିଣି ଏହାକୁ ଏକ ଘର ଭାବେ ପରିଣତ କରିଥିଲେ।

ଏ ବିଷୟରେ କଥାବାର୍ତ୍ତା କରି ଜ୍ୟାକ କହିଛନ୍ତି ଯେ ଚାରି ବଖରା ଘରରୁ ଏକ ଭ୍ୟାନରେ ରହିବା ପ୍ରଥମେ ଟିକେ ଚ୍ୟାଲେଞ୍ଜ ପରି ଲାଗୁଥିଲା। ହେଲେ ଏବେ ଅଭ୍ୟାସରେ ପରିଣତ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri