ବାସି ରୁଟି ଓ ସ୍ବାସ୍ଥ୍ୟ

ସକାଳ ଜଳଖିଆକୁ ‘ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ’ ବୋଲି କୁହାଯାଏ। ଏହାର କାରଣ ହେଲା ଯେ, ରାତିରେ ଦୀର୍ଘ ସମୟ ଧରି ଆମେ କିଛି ଖାଇ ନ ଥାଉ। ଏଣୁ ଶରୀରରେ ରକ୍ତ ଶର୍କରା ସହିତ ଅଧିକାଂଶ ପୁଷ୍ଟିର ପରିମାଣ ହ୍ରାସ ପାଇଥାଏ। ସକାଳର ଜଳଖିଆ ଏସବୁର ଭରଣା କରେ। ଆମର ଶକ୍ତି ବୃଦ୍ଧି କରେ ଏବଂ ସଚେତନତା ବଢ଼ାଏ। ଏହାପରେ ଆମ ଶରୀରର ୟୋପୟନ ପ୍ରକ୍ରିୟା ଅଧିକ କ୍ରିୟାଶୀଳ ହୁଏ। ପୁନଶ୍ଚ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହା ସୁସ୍ବାସ୍ଥ୍ୟ, ଉତ୍ତମ ସ୍ମରଣ ଶକ୍ତି ଓ ମନଯୋଗିତା ତଥା ଅପୂରଣଧାରୀ କୋଲେଷ୍ଟରଲ, ମଧୁମେହ, ହୃଦ୍‌ରୋଗ ଏବଂ ପୃ୍‌ଥୁଳତାର ଆଶଙ୍କା ହ୍ରାସ କରିବା ସହିତ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ। ସକାଳ ଜଳଖିଆ ଖାଇବାରେ ବିଳମ୍ବ ଘଟିଲେ ଶରୀର ଜୈବିକ ଛନ୍ଦ ବଦଳିଯିବା, ରକ୍ତ ଶର୍କରା (ଗ୍ଲୁକୋଜ) ହ୍ରାସ ଯୋଗୁ ମାଂସପେଶୀ ଓ ମସ୍ତିଷ୍କ ଉତ୍ତମ ରୂପେ କାର୍ଯ୍ୟ ନ କରିବା ଇତ୍ୟାଦି ଘଟିଥାଏ। ଏଣୁ ସକାଳେ ଆମେ ଠିକ୍‌ ସମୟରେ ଯଥେଷ୍ଟ ପରିମାଣର ଜଳଖିଆ ଖାଇବା ଉଚିତ। ଏଥିପାଇଁ ରୁଟି ଅତି ଉତ୍ତମ ବୋଲି ପୁଷ୍ଟିବିଜ୍ଞାନୀମାନଙ୍କର ମତ। କାରଣ ଖଣ୍ଡିଏ ୪୦ ଗ୍ରାମ୍‌ ଓଜନର ରୁଟିରେ ଥାଏ ପ୍ରାୟ ୩.୧ ଗ୍ରାମ୍‌ ପ୍ରୋଟିନ, ୧୮.୫ ଗ୍ରାମ୍‌ ଶ୍ୱେତସାର ଏବଂ ୩.୭ ଗ୍ରାମ୍‌ ଚର୍ବି। ତହିଁରୁ ମିଳୁଥିବା ୩୦୦ କ୍ୟାଲୋରିର ୬୨ ଶତାଂଶ ଶ୍ୱେତସାର, ୧୧ ଶତାଂଶ ପ୍ରୋଟିନ୍‌ ଏବଂ ୨୮ ଶତାଂଶ ଚର୍ବିରୁ ମିଳିଥାଏ। ତେବେ ଆଜିକାଲିର ବ୍ୟସ୍ତ ଜୀବନ ଭିତରେ ସବୁବେଳେ ଆମେ ତାହା ପ୍ରସ୍ତୁତ କରିବାକୁ ସମୟ ପାଉନା। ସେଥିପାଇଁ ରାତିରୁ ରୁଟି ତିଆରି କରି ସକାଳକୁ ରଖିଦେବା ଏକ ଉତ୍ତମ ବିକଳ୍ପ। ପୁନଶ୍ଚ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅଧିକ ଉପାଦେୟ।
ସାଧାରଣତଃ ବାସି ଖାଦ୍ୟକୁ ସ୍ବାସ୍ଥ୍ୟ ପାଇଁ ଅନୁପଯୋଗୀ ବୋଲି ମନେକରାଯାଏ। କାରଣ ସେଥିରେ ବିବିଧ ପୌଷ୍ଟିକ ଉପାଦାନମାନ ହ୍ରାସ ପାଇବା ସହିତ ନାନାଦି ବିଷାକ୍ତ ରସାୟନ ଏବଂ ରୋଗ ସୃଷ୍ଟି କରୁଥିବା ସୂକ୍ଷ୍ମ ଜୀବମାନ ଉତ୍ପନ ହେବାର ଆଶଙ୍କା ଅଧିକ ଥାଏ। କିନ୍ତୁ ବାସି ରୁଟି କ୍ଷେତ୍ରରେ ତାହା ଠିକ୍‌ ଓଲଟା। କାରଣ ଏହା ସଜ ରୁଟି ତୁଳନାରେ ଅଧିକ ଖାଦ୍ୟୋପଯୋଗୀ ବୋଲି ପ୍ରମାଣିତ ହୋଇଛି ନିମ୍ନୋକ୍ତ ତଥ୍ୟଗୁଡ଼ିକରୁ।
‘ଗ୍ଲାଇସେମିକ ଇଣ୍ଡେକ୍ସ’ ତୁଳନାତ୍ମକ ଭାବେ କମ୍‌। କାରଣ ରାତିରେ ତିଆରି କରି ରଖିଦେଲେ ସକାଳକୁ ରୁଟି ଶୀତଳ ହୋଇଯାଏ। ତା’ପରେ ଆମେ ତାକୁ ଗରମ କରି ଖାଉ। ଏହି ପ୍ରକ୍ରିୟାରେ ତହିଁରେ ଥିବା ଶ୍ୱେତସାରଗୁଡ଼ିକର ସଂରଚନା ବଦଳିଯାଏ। ଅତଏବ ଆମେ ଖାଇଲା ପରେ ତାହା ଶର୍କରାକୁ ରୂପାନ୍ତରିତ ହେବା ପ୍ରକ୍ରିୟା ମନ୍ଥର ହୋଇଯାଏ। ଏହା ବଳରେ ସେଥିରୁ ଉତ୍ପନ୍ନ ଗ୍ଲୁକୋଜ ଏକ ନିର୍ଦ୍ଦିଷ୍ଟ ହାରରେ ଧୀରେ ଧୀରେ ରକ୍ତରେ ମିଶେ। ଏଣୁ ତହିଁରେ ମାତ୍ରା ସ୍ଥିର ରହେ। ସେଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ଏହା ଅଧିକ ଉପାଦେୟ।
ତିଆରି ହେଲା ପରେ ରୁଟିକୁ ଅଧିକ ସମୟ ଧରି ରଖିବା ଫଳରେ ତହିଁରେ ଜଟିଳ ଶ୍ୱେତସାରର ଆଂଶିକ ବିଘଟନ ଘଟେ। ଏଣୁ ତାହା ହଜମ କରିବା ସହଜ ହୁଏ। ସହଜରେ ଖାଦ୍ୟ ହଜମ କରି ପାରୁ ନ ଥିବା ଲୋକ ଏହା ଖାଇବା ଭଲ। ପୁନଶ୍ଚ ବାସି ରୁଟିରେ ଗ୍ଲୁଟେନ୍‌ କମ୍‌ ମାତ୍ରାରେ ଥାଏ। ଏହା ପାକସ୍ଥଳୀ ଉପରେ କମ୍‌ ଚାପ ଦିଏ। ଯେଉଁମାନେ ସଜ ରୁଟି ସହଜରେ ହଜମ କରିପାରନ୍ତି ନାହିଁ ସେମାନେ ଏହା ଖାଇବା ଉଚିତ। ଏପରିକି ‘ଗ୍ଲୁଟେନ୍‌ ଅସହିଷ୍ଣୁ’ ଲୋକେ ମଧ୍ୟ ଏଥିରୁ କିଛି ମାତ୍ରାରେ ଖାଇଲେ ଚଳିବ।
ବାସି ରୁଟି ‘ପୋବାଇଓଟିକ୍ସ’ର ଏକ ଉତ୍ତମ ଉତ୍ସ। ଏହା ଆମ ଅନ୍ତନଳୀରେ ଥିବା ଉପକାରୀ ଜୀବାଣୁ, ଭୂତାଣୁ, ଇଷ୍ଟ ଆଦି ସୂକ୍ଷ୍ମ ଜୀବମାନଙ୍କୁ ପ୍ରତିପୋଷଣ କରେ।
ରୁଟି ବାସି ହେବାକୁ ଲାଗିଲେ ତହିଁରେ ଚାଲିଥିବା କ୍ୱଣ୍ଟନ ପ୍ରକ୍ରିୟା ହେତୁ ବିବିଧ ଅତ୍ୟାବଶ୍ୟକ ସୂକ୍ଷ୍ମଜୀବମାନ ସୃଷ୍ଟି ହୁଅନ୍ତି। ଅନ୍ତନଳୀର ଜୈବ ପରିମାଣର ସନ୍ତୁଳନ ରକ୍ଷା, ହଜମ ପ୍ରକ୍ରିୟାକୁ ତ୍ୱରାନ୍ବିତ ପୁଷ୍ଟିର ଉତ୍ତମ ଶୋଷଣ ଏବଂ ଏପରିକି ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ଼ କରିବାରେ ଏହା ସାହାଯ୍ୟ କରେ।
ରୁଟି ବାସି ହେଲେ ମଧ୍ୟ ତାହାର ପୌଷ୍ଟିକତା ଅତୁଟ ରହିଥାଏ। ଅବଶ୍ୟ ଏହାଫଳରେ ଏଥିରେ ଥିବା କେତେକ ଭିଟାମିନ୍‌ କିଛି ମାତ୍ରାରେ ହ୍ରାସ ପାଏ। ତେବେ ମୋଟାମୋଟି ଭାବେ ଏହା ସଜ ରୁଟି ପରି ସମାନ ଭାବରେ ପୁଷ୍ଟିକର। ବାସି ରୁଟି ଖାଇଲେ ଏହା ସହଜରେ ହଜମ ହୋଇଥାଏ। ଫଳରେ ତହିଁରୁ ଶରୀରକୁ ପୁଷ୍ଟିଗୁଡ଼ିକ ସହଜରେ ପ୍ରାପ୍ତ ହୋଇଥାଏ।
ଏସବୁ ଦୃଷ୍ଟିରୁ ବିଚାର କଲେ ବାସି ରୁଟି ଆମ ସ୍ବାସ୍ଥ୍ୟ ପାଇଁ ଅଧିକ ଉପାଦେୟ। ତେବେ ତାହାକୁ ବେଶି ସମୟ ନ ରଖି ରାତିରେ ତିଆରି କରି ସକାଳେ ଖାଇବା ଉଚିତ। ଆମ ଆୟୁର୍ବେଦ ଶାସ୍ତ୍ରରେ ଏଥିପାଇଁ ଉପଦେଶ ରହିଛି। ତଦନୁଯାୟୀ ଏହା ବାତ, ପିତ୍ତ ଏବଂ କଫକୁ ନିୟନ୍ତ୍ରଣ କରେ। ମେଦବହୁଳତା ସମସ୍ୟା ସହ ଜଡିତ କି? ଯଦି ହଁ, ତେବେ ସକାଳେ ବାସି ରୁଟି ଖାଇଲେ ତାହା ଏଭଳି ସମସ୍ୟାରୁ କେତେକାଂଶରେ ମୁକ୍ତି ଦେଇଥାଏ। ତେଣୁ ସକାଳ ଜଳଖିଆରେ ବାସି ରୁଟିକୁ ଅଗ୍ରାଧିକାର ଦେଲେ ତାହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ : ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri