ମଞ୍ଚ ନାଟକର ନିଆରା ରୂପକାର

ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ ଅଭିନୟ କରିବା ଏବଂ ନିର୍ଦ୍ଦେଶନା ଦେବା ଏପରିକି ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ଦକ୍ଷତା ହାସଲ କରିଛନ୍ତି।
ନାଟକକୁ କୁହାଯାଏ ପଞ୍ଚମବେଦ। ତେବେ ନାଟ୍ୟମଞ୍ଚରେ ଅନ୍ତରଙ୍ଗ ନାଟକ ହେଉ କି ଚେତନାଧର୍ମୀ ଆଦି ନାଟକର ବିଭିନ୍ନ ଚରିତ୍ରରେ ସେ ଅଭିନୟ କରି ଖୁସି ହୋଇଥାନ୍ତି। ପୁଣି ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ ଅଭିନୟ କରିବା ଏବଂ ନିର୍ଦ୍ଦେଶନା ଦେବା ଏପରିକି ପରିଚାଳନା ଆଦି କ୍ଷେତ୍ରରେ ନିଜର ଦକ୍ଷତା ହାସଲ କରିବା ସହିତ ନାଟକ ଅଭିନୟ କ୍ଷେତ୍ରରେ ମଧ୍ୟ ପିଜି କରିଛନ୍ତି। ସେ ହେଲେ ସୁଜାତା ପ୍ରିୟମ୍ବଦା, ପିତା ଶରତ ଚନ୍ଦ୍ର ଚୌଧୁରୀ, ମା’ ବିଜୟଲକ୍ଷ୍ମୀ ଚୌଧୁରୀ।
କୁହନ୍ତି ପିଲାଟିଦିନୁ ଦୂରଦର୍ଶନରେ ବିଭିନ୍ନ ନାଟକ ଓ ସିନେମା ଦେଖିଲେ କଳାକାରମାନଙ୍କ ଅଭିନୟ ପ୍ରତି ଆକୃଷ୍ଟ ହୋଇ ଖୁସି ହୋଇ ପଡୁଥିଲି। ନିଜେ ଯଦି ଏମିତି କଳାକାରଟିଏ ହୋଇପାରିବି ତେବେ ମତେ ଲୋକମାନେ ଭଲ ପାଇବେ। ଏପରିକି ସମାଜର ଉନ୍ନତିରେ ସହାୟକ ହୋଇପାରିବି। ଏକଥା ଚିନ୍ତା କରି ସ୍କୁଲ ବୟସରେ ଗୀତ ଓ ନାଚ ଶିଖୁଥିଲି ବୋଲି ଘରୁ ବହୁ କଟକଣାରେ ଯିବାକୁ ପଡ଼ିଛି। ଏମିତିରେ ଥରେ ରାଉରକେଲାରେ ମହୁମାଛି ଅନୁଷ୍ଠାନ ତରଫରୁ ଶିଶୁ ନାଟକ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିଲି, କିନ୍ତୁ ଅସଫଳ ହେଲି। ପରେ ସୁଶିଳାବତୀ ମହିଳା କଲେଜ ଛାତ୍ରୀ ସଂସଦର ସମ୍ପାଦିକା ହୋଇଥିବା ବେଳେ କଲେଜ ବାର୍ଷିକ ଉତ୍ସବରେ ମହିଷମର୍ଦ୍ଦିନୀ ଗୀତିନାଟ୍ୟରେ ନାରଦ ଚରିତ୍ରରେ ଅଭିନୟ କରିଥିଲି। ୧୯୯୪ ମସିହାରେ ଢେଙ୍କାନାଳଠାରେ ଆୟୋଜିତ ଏକ ନାଟକ କର୍ମଶାଳାରେ ଯୋଗ ଦେଇଥିଲି। ସମୟକ୍ରମେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମା ଦିଲ୍ଲୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଆଦି ସଂସ୍ଥାର ଶିବିରରେ ଯୋଗଦେଇଛି। କିଛି ଦିନ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଜଣେ ଅସ୍ଥାୟୀ ରେଡ଼ିଓ କଳାକାର ଭାବେ କାର୍ଯ୍ୟ କରିଛି। ଆକାଶବାଣୀ ରାଉରକେଲାରେ ଘୋଷକ ଭାବେ କାର୍ଯ୍ୟ କରିଥିଲି। କିନ୍ତୁ ସୁବୋଧ ପଟ୍ଟନାୟକଙ୍କ ନାଟ୍ୟ ଚେତନା ତରଫରୁ ଆୟୋଜିତ ମହିଳାଙ୍କ ଉଦ୍ଦେଶ୍ୟରେ ନାଟକ ଲେଖିବା, ଅଭିନୟ କରିବା, ନିର୍ଦ୍ଦେଶନା ଦେବା ଓ ପରିଚାଳନା ଆଦି ବିଷୟରେ ତାଲିମ ମଧ୍ୟ ପାଇଛି। ଚେତନାଧର୍ମୀ ନାଟକ-କଳାପାଣି, ୨୫ ଭୂତ, ମାୟାଜାଲ, ଧଳାସୁନା, ମାଠିଏ ପାଣି, ଜଙ୍ଗଲ ଯନ୍ତା ଆଦି ନାଟକ ଓ ଅନ୍ତରଙ୍ଗ ନାଟକ ଭାବେ କାଠ, ଗୀତ, ଭୂତ, ଫୁଲ, ନିଆଁ, ବାବୁ ଓ ରେବତୀ ଆଦିରେ ଅଭିନୟ କରିଛି। ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ସୁନ୍ଦରଗଡ଼, ନୟାଗଡ଼, କଳାହାଣ୍ଡି, ଫୁଲବାଣୀ ଆଦି ଜିଲାର ବିଭିନ୍ନ ସ୍ଥାନରେ ଆୟୋଜିତ ନାଟ୍ୟ ମଞ୍ଚରେ ଅଭିନୟ କରିଛି। ଦିଲ୍ଲୀ, ଆସାମ, ମେଘାଳୟ, ତ୍ରିପୁରା ଆଦି ଦେଶର ବିଭିନ୍ନ ସ୍ଥାନରେ ଓ ନେପାଳ, ଇଂଲଣ୍ଡ, ନେଦରଲାଣ୍ଡ, ଫ୍ରାନ୍ସ, ଇଟାଲୀ, ବାଂଲାଦେଶ ଭଳି ବିଦେଶରେ ବି ଓଡ଼ିଆ ଭାଷାରେ ନାଟକ କରିପାରିଛୁ। ଏଯାଏ ପ୍ରାୟ ୫୦ଟି ନାଟକରେ, ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ମଞ୍ଚରେ ଅଭିନୟ କରିଛି। ନାଟକ ଏକ ଜଗତୀ ଭାଷା। ଦର୍ଶକମାନଙ୍କୁ ନାଟକ ଦେଖିଆସିବା ପାଇଁ କହିଥାଉ। ନାଟକରେ ଅଭିନୟ ବେଳେ ଅଙ୍ଗଭଙ୍ଗୀ, ମୁଖରଠାଣି, ଆବେଗ, ସ୍ବରରେ ଶବ୍ଦ ସଂଳାପକୁ ଫୁଟାଇ ଦର୍ଶକମାନଙ୍କୁ ବୋଧଗମ୍ୟ କରାଇବାକୁ ଚେଷ୍ଟାକରୁ। ନାଟକ ପରିବେଷଣ ପରେ ଲୋକମାନଙ୍କଠାରୁ ମତାମତ ଗ୍ରହଣ କରିଥାଉ। ସେମାନେ ନାଟକକୁ ଶୃଙ୍ଖଳାର ସହିତ ଦେଖିଥାନ୍ତି। ସୀମିତ ସମୟ, କଳାକାର, ବିଷୟ, ସଙ୍ଗୀତ ଆଦି ଲୋକଙ୍କ ମନଛୁଆଁ କିପରି ହୋଇପାରିବ ସେଥିପାଇଁ ଧ୍ୟାନ ଦେଇଥାଉ। ମୁଖ୍ୟତଃ ପରିବେଶ, ସାଂସ୍କୃତିକ ଅବକ୍ଷୟ, ଏକତା, ମହିଳା, ଶିଶୁ, ଆର୍ଥିକ ଶୋଷଣ ଆଦି କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ ହୁଏ। ‘ସୀତା ଅସୀତା’ ନାଟକ ବେଳେ ପିପିଲିଠାରେ ଜଣେ ମହିଳା ମୋ ପ୍ରତି ବହୁତ ଖୁସି ହୋଇପଡ଼ିଥିଲେ, ସବୁଦିନ ମନେରହିବ। କରୋନା ସମୟରେ ଜଣେ ଦାଦନ ଫେରନ୍ତା ମହିଳା ଶ୍ରମିକ ତା’ର ୧୭ଦିନର ଶିଶୁକୁ କାନ୍ଧରେ ବାନ୍ଧି କିପରି ଶହ ଶହ କି.ମି. ଦୂରରୁ ଗାଁକୁ ଫେରୁଛି ତା’ର ଦୁଃଖ ବିଷୟରେ ‘ମୁଁ ତୋ ମା’ ନାଟକରେ ଅଭିନୟ କରିଥିଲି। ହଁ, ମୋର ଏହି ନାଟ୍ୟ ପ୍ରତିଭା ପ୍ରତି ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କାର ମିଳିଛି। କିନ୍ତୁ ଲୋକଙ୍କୁ ଏହି କ୍ଷେତ୍ରରେ ଅଧିକ ଖୁସି ଦେଇପାରିଲେ, ତା’ ହେବ ଅସଲ ପୁରସ୍କାର। ସେବେଠାରୁ ଆଉ ପଛକୁ ଫେରିନି। କିନ୍ତୁ ମୋ ମତରେ ନାଟକ ଚିତ୍ତରଞ୍ଜନଧର୍ମୀ ହେବା ଉଚିତ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri