ଯାତ୍ରା ଖଳନାୟକ ଜ୍ଞାନରଞ୍ଜନ ଏବେ ଓ୍ବେଲ୍‌ଡର

ଭୁବନ, ୨।୮(ଡି.ଏନ.ଏ.) ଏକଦା ତାଙ୍କ ସଂଳାପରେ କମ୍ପୁଥିଲା ଯାତ୍ରା ପେଣ୍ଡାଲ। ଅଭିନୟ ଚାତୁରିରେ ବାନ୍ଧି ହୋଇ ରହୁଥିଲେ ହଜାର ହଜାର ଦର୍ଶକ। ଖଳନାୟକ ଚରିତ୍ରରେ ମଞ୍ଚ ଉପରକୁ ଏଣ୍ଟ୍ରି କରିବା ବେଳେ କରତାଳିରେ ଫାଟି ପଡୁଥିଲା ପରିବେଶ। ହେଲେ କରୋନା ପାଇଁ ବଦଳିଯାଇଛି ଜୀବନ ଗଣିତ। ମୁହଁରେ ରଙ୍ଗମାଖି ମଞ୍ଚରେ ଅଭିନୟ କରିବା ବଦଳରେ ଏବେ ହାତ ଧରିଛି ହାତୁଡ଼ି। ଶକ୍ତ ଲୁହାକୁ ପିଟିପିଟି ସଳଖ କରିବାରେ ବିତୁଛି ଦିନ। କରୋନା ପ୍ରହାର ସମଗ୍ର ଅଭିନୟ ଜଗତକୁ ଦୋହଲାଇ ଦେଇଥିବାବେଳେ ଯାତ୍ରା ଖଳନାୟକ ଜ୍ଞାନରଞ୍ଜନ ସାହୁ ପେସାଠାରୁ ଦୂରେଇ ରହି ପାଲଟିଯାଇଛନ୍ତି ଓ୍ବେଲଡର।
ଯାତ୍ରାଜଗତର ଏକ ଚିହ୍ନା ଚେହେରା ହେଉଛନ୍ତି ଜ୍ଞାନରଞ୍ଜନ। ଘର ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୬ନଂ. ଓ୍ବାର୍ଡ ଅଧୀନ ବଡ଼ହାଟ ଗ୍ରାମରେ। ପୋଲିସ ବିଭାଗରେ ଚାକିରି କରିଥିଲେ ମଧ୍ୟ ଅଭିନୟର ନିଶା ତାଙ୍କୁ ଟାଣି ନେଇଥିଲା ଯାତ୍ରା ପେଣ୍ଡାଲକୁ। ଚାକିରି ଛାଡ଼ି ସେ ପଶିଗଲେ ଯାତ୍ରାଜଗତରେ। ନିଖୁଣ ଅଭିନୟ ଖୁବ୍‌ କମ୍‌ଦିନରେ ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଦେଇଛି। ବିଭିନ୍ନ ଯାତ୍ରାପାର୍ଟିରେ ଅଭିନୟ କରିଥିବା ଜ୍ଞାନରଞ୍ଜନ ଏବେ ‘ସ୍ବର୍ଣ୍ଣମହଲ’ ସହ ଚୁକ୍ତିବଦ୍ଧ। କରୋନା କିପରି ଜୀବନକୁ ବଦଳାଇଦେଲା ସମ୍ପର୍କରେ ନିଜର ଦୁଃଖ ବଖାଣି ଜ୍ଞାନରଞ୍ଜନ କୁହନ୍ତି, ଅଭିନୟରୁ ମିଳୁଥିବା ପାରିଶ୍ରମିକରେ ମା’ବାପାଙ୍କ ସମେତ ୧୦ ଜଣିଆ ପରିବାର ସହଖୁସିରେ ଚଳୁଥିଲା। ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବାପରେ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ପାଖାପାଖି ୫ ମାସ ହେଲା ହାତରେ କାମନାହିଁ। ସଞ୍ଚତ୍ଥିବା ଅର୍ଥ ସରିଲାଣି। ଏକଥାକୁ ଘରର ଲୋକମାନେ ମଧ୍ୟ ଅନୁଭବ କଲେଣି। ସାରାରାତି ଅନିଦ୍ରା ରହି ଅଭିନୟ କରିବା ଏବଂ ଦିନବେଳା ଶୋଇବା ତାଙ୍କର ଜୀବନଶୈଳୀ ପାଲଟିଯାଇଛି। ଦିନସାରା ଘରେ ବସି ରହି ମାନସିକ ଅଶାନ୍ତି ଭୋଗୁଥିବା ହୃଦ୍‌ବୋଧ ହେବା ପରେ ସେ କାଳୀବଜାରସ୍ଥିତ ନିଜ ବାପା, ଭାଇଙ୍କ ଓ୍ବେଲଡିଂ ଦୋକାନରେ କାମ କରୁଛନ୍ତି। ହେଲେ ଏହି କାମ ଆତ୍ମସନ୍ତୁଷ୍ଟି ଦେଇପାରୁ ନ ଥିବା ଜ୍ଞାନରଞ୍ଜନ କହିଛନ୍ତି। ଯାତ୍ରା ତାଙ୍କ ରକ୍ତରେ ମିଶିଗଲାଣି। ଏହାକୁ ଛାଡ଼ି ବଞ୍ଚତ୍ବା କଷ୍ଟକର ହୋଇପଡ଼ିବ। ଯାତ୍ରା ଜଗତ ସହିତ ଜଡ଼ିତ କଳାକାର, ମାଲିକ, କର୍ମଚାରୀମାନେ ସମାନ ସମସ୍ୟା ଭୋଗୁଛନ୍ତି। ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ଯାତ୍ରାଜଗତ ଉପରେ ଦୁର୍ଦ୍ଦିନ ମାଡ଼ିଆସିବ। ଏ ନେଇ ଯାତ୍ରା କଳାକାର ସଂଘ ଓ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜ୍ଞାନରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri