ଅଣ୍ଡାରୁ ବାହାରିଲେ ୫ ଶହରୁ ଊର୍ଦ୍ଧ୍ୱ କୁମ୍ଭୀର

ବନ୍ତଳା, ୨।୮(ଡି.ଏନ୍‌.ଏ.) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ମଗର କୁମ୍ଭୀର ଦେଇଥିବା ଅଣ୍ଡାରୁ ଜନ୍ମ ନେଇଛନ୍ତି ୫ ଶହରୁ ଊର୍ଦ୍ଧ୍ୱ ଛୁଆ। ଗତ ଜୁଲାଇ ମାସରେ ବିଭିନ୍ନ ସ୍ଥାନରେ ମଗର ଛୁଆ ଅଣ୍ଡାରୁ ବାହାରି ପାଣି ଥିବା ବୁଦା ମୂଳରେ ଲାଗି ରହିଛନ୍ତି। ଆଠମଲ୍ଲିକ ବିନିକେଇଠାରୁ କଟରଙ୍ଗ ପର୍ଯ୍ୟନ୍ତ ଗଣ୍ଡ କୂଳରେ ଖରା ଦିନେ କୁମ୍ଭୀର ଗଣ ଅଣ୍ଡାଦାନ କରିଥିଲେ। ବାଗଧାରା ଖାଲ, ମହଲ ଡିଗା, ବଳଦ ମରା, ଝରଝରି, କୁମ୍ଭୀର ସ୍କିମ ତଳ, ମଝିପଡା ଘାଟ, ମାରଡ଼ା, ପୁରୁଣା ନେଚର କ୍ୟାମ୍ପ ଅଞ୍ଚଳ ବାଲି ଭିତରେ ପ୍ରାୟ ୧୦ଟି କୁମ୍ଭୀର ଅଣ୍ଡା ଆନୁମାନିକ ୪୦ରୁ ୭୦ ଲେଖାଏଁ ଅଣ୍ଡା ଦେଇଥିଲେ। ଛୁଆଗୁଡିକୁ ମା’ କୁମ୍ଭୀର ଜଗି ରହିଛନ୍ତି। ଏଥିସହ କୁମ୍ଭୀର ଛୁଆଗୁଡିକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ଏ ବିଷୟରେ ସାତକୋଶିଆ ଡିଏଫ୍‌ଓ ରାମାସ୍ବାମୀ ପି କୁହନ୍ତି, ବିଭାଗ ପକ୍ଷରୁ ବୋଟ୍‌ରେ ପାଟ୍ରୋଲିଂ କରାଯାଉଛି। କୁମ୍ଭୀର ଛୁଆ ଥିବା ସ୍ଥାନକୁ କୌଣସି ଲୋକଙ୍କୁ ଛଡ଼ା ଯାଉନାହିଁ। ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସେହି ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି। ସୂଚନାଥାଉ କି, ଜାନୁୟାରୀ ୯ରୁ ୧୧ ତାରିଖ ଯାଏ ହୋଇଥିବା ଗଣନାରେ ଅନୁଗୋଳ ବନମଣ୍ଡଳରେ ମୋଟ୍‌ ୧୩୧ଟି କୁମ୍ଭୀର ଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri