ଠିକ୍‌ ସମୟରେ ଆସୁନାହାନ୍ତି କର୍ମଚାରୀ

କାମାକ୍ଷାନଗର,୮।୧୧(ଡି.ଏନ.ଏ.): ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟକୁ ଠିକ୍‌ ସମୟରେ ଅଧିକାରୀ, କର୍ମଚାରୀମାନେ ଆସୁ ନ ଥିବା ଅଭିଯୋଗ ହେଉଛି। ଅଧିକାରୀ ଓ କର୍ମଚାରୀମାନଙ୍କ ଏପରି ମନମୁଖୀ କାର୍ଯ୍ୟ ପାଇଁ ଦୂରଦୂରାନ୍ତରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକେ ନାହିଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବ୍ଲକ କାର୍ଯ୍ୟାଳୟ ପୂର୍ବାହ୍ନ ୧୦ଟା ସୁଦ୍ଧା ଖୋଲିବା ନିୟମ ଥିଲାବେଳେ ସୋମବାର ପୂର୍ବାହ୍ନ ପ୍ରାୟ ୧୧.୩୦ରେ କାର୍ଯ୍ୟାଳୟରେ ବହୁ ଅଧିକାରୀ ଓ କର୍ମଚାରୀଙ୍କ ଚୌକି ଖାଲି ପଡିଥିବା ଦେଖିବାକୁ ମିଳିଥିଲା। ଏପରିକି ବିଡିଓଙ୍କ କାର୍ଯ୍ୟାଳୟରେ ଚୌକି ମଧ୍ୟ ଫାଙ୍କା ପଡ଼ିଥିଲା। ଏଥିସହ ବ୍ଲକର ମୋ ସରକାର କକ୍ଷ, ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ, ଗ୍ରାମୀଣ ଆବାସ ଯୋଜନା ବିଭାଗ ବିଭିନ୍ନ ବିଭାଗରେ ଅଧିକାରୀ ଓ କର୍ମଚାରୀଙ୍କ ଚୌକିରେ କେହି ନ ଥିବା ଚର୍ଚ୍ଚାର ବିଷୟ ହୋଇଛି।
କଙ୍କଡାହାଡ଼ ବ୍ଲକ ୨୧ ପଞ୍ଚାୟତକୁ ନେଇ ଗଠିତ। ଏହାର ସଦର ମହକୁମା କଙ୍କଡାହାଡ଼ଠାରୁ ୫୦ କି.ମି. ଦୂରରେ ଥିବା ଘାଗରାମୁଣ୍ଡା ପଞ୍ଚାୟତ ପଡ଼ୋଶୀ ପାଲଲହଡା ବ୍ଲକ ସୀମାନ୍ତକୁ ଲାଗିକରି ଥିବାବେଳେ ପରଜଙ୍ଗ ବ୍ଲକ ସୀମାନ୍ତକୁ ଲାଗିଛି କଟୁରିଆ ପଞ୍ଚାୟତ। ସେହିପରି ୩୫ କି.ମି. ଦୂରରେ ଥିବା ମରୁଆବିଲ ପଞ୍ଚାୟତ ଯାଜପୁର ଜିଲା ସୁକିନ୍ଦା ବ୍ଲକ ସୀମାନ୍ତକୁ ଲାଗି ରହିିଛି। ଏତେ ଦୂରରୁ କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟକୁ ସାଧାରଣ ଲୋକମାନେ ଭତ୍ତା, ରାଶନକାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଭଳି ଅନେକ ସମସ୍ୟା ନେଇ ଆସୁଥିବାବେଳେ ଅଧିକାରୀ ଓ କର୍ମଚାରୀଙ୍କୁ ନ ପାଇ ନିରାଶ ହେଇ ଫେରୁଥିବା ଅଭିଯୋଗ ହେଉଛି। ଏ ନେଇ ବିଡିଓ ଦୁର୍ଗାଚରଣ ମୁର୍ମୁ କହିଛନ୍ତି, ଏକୁଲ ସେକୁଲ ଯାଉଛି। ପ୍ରତିଦିନ ଅପରାହ୍ନ ୩ରେ କାର୍ଯ୍ୟାଳୟକୁ ଯାଏ। ସକାଳ ସମୟରେ ଫିଲ୍‌ଡରେ ରୁହେ। ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର ଘଟଣାକୁ ସ୍ବୀକାର କରିବା ସହ ଅବହେଳା କରୁଥିବା କର୍ମଚାରୀଙ୍କୁ ତାଗିତ କରାଯିବ। ଦରକାର ପଡ଼ିଲେ ଜିଲାପାଳଙ୍କୁ ଜଣାଇବି ବୋଲି କହିଛନ୍ତି। ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି, ବିଡିଓଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri