ଅଢ଼େଇଘଣ୍ଟା ଧରି ଏସ୍‌ଟିଏର ଅନୁଧ୍ୟାନ

ଅନୁଗୋଳ, ୫।୭ (ଅମିତ କୁମାର ସାମଲ): ଅନୁଗୋଳ କରଡ଼ାଗାଡ଼ିଆଠାରେ ଗତ ରବିବାର ଟ୍ରକ୍‌ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା। ୨ ଟ୍ରକ୍‌ ମଝିରେ ଚାପି ହୋଇ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ମମତା ବେହେରାଙ୍କ ଜୀବନ ଯାଇଥିଲା। ଏହି ଦୁର୍ଘଟଣା ପରେ ଦୀର୍ଘ ସାଢ଼େ ୬ ଘଣ୍ଟା ଧରି ୫୫ନଂ. ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା, ସେ ନେଇ ମଙ୍ଗଳବାର ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ର ୪ ଜଣିଆ ଟିମ୍‌ ଅନୁଗୋଳ ଗସ୍ତରେ ଆସି ଦୀର୍ଘ ଅଢ଼େଇ ଘଣ୍ଟା କାଳ ଅନୁଧ୍ୟାନ କରିଛନ୍ତି। ରୋଡ୍‌ ସେଫ୍ଟି ବିଭାଗର ୨ ଜଣ ଅଧିକାରୀ, ଜାତୀୟ ରାଜପଥ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଇଞ୍ଜିିନିୟର ଓ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମ୍‌ଭିଆଇ ଏହି ଟିମ୍‌ରେ ସାମିଲ ଥିଲେ।
ସଦର ଥାନା ପୋଲିସ ସହ ଘଟଣାସ୍ଥଳକୁ ଯାଇଥିବା ଏସ୍‌ଟିର ଅଧିକାରୀମାନେ ଦୁର୍ଘଟଣାର ଟିକିନିଖି କାରଣ ଖୋଜିଥିଲେ। କେଉଁ କାରଣରୁ ଦମ୍ପତିଙ୍କୁ ଟ୍ରକ୍‌ ଧକ୍କା ଦେଲା, ଦୁର୍ଘଟଣା ସମୟରେ ଜାତୀୟ ରାଜପଥର ସ୍ଥିତି କ’ଣ ଥିଲା, ରାସ୍ତା ଅବସ୍ଥା କିଭଳି ରହିଛି, ଟ୍ରକ୍‌ ଚାଳକ ବ୍ରେକ୍‌ ଲଗାଇଥିଲେ କି ନାହିଁ, ଟ୍ରକ୍‌ର ବେଗ କେତେ ଥିଲା, ଏ ସମସ୍ତ ଦିଗକୁ ଏସ୍‌ଟିଏ ସଦସ୍ୟମାନେ ତର୍ଜମା କରିଥିଲେ। ସେଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ହୁଲୁରିସିଂହା ଛକକୁ ଆସି ମଧ୍ୟ ଅନୁଧ୍ୟାନ କରିଥିଲେ। ପରେ ସଦର ଥାନାକୁ ଯାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଅବସ୍ଥା ତନଖି କରିଥିଲେ। ସମସ୍ତ ତଥ୍ୟ ଲିଖିତ ଭାବେ ନେବା ସହ ପାରିପାର୍ଶ୍ୱିକ ପରିସ୍ଥିତି ସମ୍ପର୍କରେ ଫଟୋ ଉତ୍ତୋଳନ କରି ନେଇଥିଲେ। ଦୁର୍ଘଟଣା ଘଟିଥିବା ସ୍ଥାନ ଉଠାଣି ଥିଲା। ହୁଲୁରିସିଂହା ଛକରେ ଥିବା ଟ୍ରାଫିକ୍‌ ପୋଷ୍ଟରେ ସିଗନାଲ୍‌ ଦିଆଯାଇ ନ ଥିଲା। ଫଳରେ କରଡ଼ାଗାଡ଼ିଆ ପେଟ୍ରୋଲ ପମ୍ପ ଯାଏ ଭାରିଯାନର ଲମ୍ବା ଲମ୍ବା ଲାଇନ ଲାଗିଥିଲା। ଏହି ସମୟରେ ସମ୍ପୃକ୍ତ ଦମ୍ପତି ଗାଡ଼ିର ବେଗ କମାଇ ଦେବାରୁ ପଛରୁ ଆସୁଥିବା ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ସେହିପରି ରାଜପଥ ପାର୍ଶ୍ୱରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଲଗାଯାଇଥିବା ବେଗ ସମ୍ପର୍କିତ ସୂଚନା ବୋର୍ଡ ଜଙ୍ଗଲରେ ଲୁଚି ଯାଇଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ସମ୍ପର୍କରେ ସମସ୍ତ ଅନୁଧ୍ୟାନ ପରେ ଏସ୍‌ଟିଏ ଟିମ୍‌ କଟକ ଫେରିଯାଇଥିବା ସୂଚନା ମିଳିଛି। ଏହି ଏସ୍‌ଟିଏ ଟିମ୍‌ରେ ସବ୍‌ ମ୍ୟାଟର ସ୍ପେଶାଲିଷ୍ଟ ଅଭିଷେକ ଜେନା, ପ୍ରଦୀପ୍ତ କୁମାର ବାରିକ, ଏନ୍‌ଏଚଏଆଇ ଠିକା କାର୍ଯ୍ୟ କରୁଥିବା ସଂସ୍ଥାର ସାଇଡ୍‌ ଇଞ୍ଜିନିୟର ଅମିତ କୁମାର ବିଶୋଇ, ସଚ୍ଚିନାଥ ସାହୁ, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଦିବ୍ୟଜ୍ୟୋତି ମହାନ୍ତ, ଅନୁଗୋଳ ସଦର ଥାନା ଏସ୍‌ଆଇ ତୁଷାରକାନ୍ତ ମହାନ୍ତିଙ୍କ ସହ ପରିବହନ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ। ଏମ୍‌ଭିଆଇ ଦିବ୍ୟଜ୍ୟୋତି ମହନ୍ତ କହିଛନ୍ତି, ଟିମ୍‌ ଆସି ଅନୁଧ୍ୟାନ କରି ଫେରିଛି। ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବନ୍ଧୁ ଉପରେ ଇସ୍ରାଏଲୀ ଆକ୍ରମଣ! ନେତାନ୍ୟାହୁଙ୍କ ଭୁଲ୍‌ ନା ଷଡ଼ଯନ୍ତ୍ର?

ଓ୍ବାଶିଂଟନ୍‌,୨୭।୩: ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ ବିବାଦ ଏବେ ସିଧାସଳଖ ପାକିସ୍ତାନକୁ ପ୍ରଭାବିତ କରୁଛି। ତେହେରାନରେ ପାକିସ୍ତାନୀ ଦୂତାବାସ ଏବଂ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ବାସଭବନ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri