ଚାକିରିରୁ ନିଲମ୍ବିତ ହେଲେ ଏସ୍‌ଏସ୍‌ଓ

ଖୋର୍ଦ୍ଧା ଅଫିସ,୧୦ା୨: ଭୁବନେଶ୍ୱର ଏୟାରପୋର୍ଟ ଥାନା ପଳାସପଲ୍ଲୀ ଅଞ୍ଚଳରେ ଥିବା ନିଖିଳ ଉକତ୍ଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା ପଦାକୁ ଆସିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଅନୁଷ୍ଠାନର ସମ୍ପାଦକ ସୁରେଶ ବେହେରାଙ୍କ ସମେତ ୬ଜଣଙ୍କୁ ରବିବାର ଏୟାରପୋର୍ଟ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଅଧିକାରୀ (ଏସ୍‌ଏସ୍‌ଓ) ଭାବେ କାର୍ଯ୍ୟକରୁଥିବା ଚନ୍ଦକା ମେଣ୍ଢାଶାଳ ଅଞ୍ଚଳର ସଂଗ୍ରାମ କେଶରୀ ଦାସ, ତାଲିମ୍‌ କେନ୍ଦ୍ରର ଦୁଇଜଣ ମହିଳା କର୍ମଚାରୀ କଟକ ସିଡିଏ ଫେଜ୍‌-୨ରେ ରହୁଥିବା ନୟାଗଡ଼ର ବାସନ୍ତୀ ସାହୁ ଓ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀର ସଞ୍ଜୁ ଓରଫ ସଂଯୁକ୍ତା ମେହେର, ଖୋର୍ଦ୍ଧା ସଦର ଅଞ୍ଚଳର ଲାଲୁ ଓରଫ ଉମେଶଚନ୍ଦ୍ର ରାଉତରାୟ ଏବଂ କଟକ ନିଆଳି ଅଞ୍ଚଳର ରାକେଶ କୁମାର ଷଡ଼ଙ୍ଗୀ। ଗିରଫ ଅଭିଯୁକ୍ତମାନେ ଏବେ ଜେଲ୍‌ ହାଜତରେ ଥିବାବେଳେ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ମଙ୍ଗଳବାର ଜିଲାପାଳ ସନତ୍‌ ମହାନ୍ତି ଏସ୍‌ଏସ୍‌ଓ ଦାସଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।
ଅନ୍ୟପଟେ ଅଭିଯୁକ୍ତ ଉମେଶ ଏବଂ ବାସନ୍ତିଙ୍କୁ ରିମାଣ୍ଡରେ ଆଣିବା ଲାଗି କମିଶନରେଟ ପୋଲିସ ଭୁବନେଶ୍ୱର ଏସ୍‌ଡିଜେଏମଙ୍କ କୋର୍ଟରେ ଆବେଦନ କରିଛି। ଉମେଶ ଏବଂ ବାସନ୍ତୀ ଅନ୍ୟ କେଉଁମାନଙ୍କୁ ଯୁବତୀ ଚାଲାଣ କରୁଥିଲେ, ତାହା ପଚରାଉଚରା ପରେ ଘଟଣା ଜଣାପଡ଼ିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ଯୁବତୀଙ୍କୁ ଉପଭୋଗ କରିଥିବା ବାବୁମାନେ ଏବେ ଛାନିଆ ହୋଇପଡିଛନ୍ତି। ଘଟଣା ପଦାରେ ପଡ଼ିବା ଆଶଙ୍କାରେ ବାବୁ ମାନଙ୍କ ନିଦ ଏକପ୍ରକାର ହଜିଯାଇଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ଏସ୍‌ଏସ୍‌ଓ ବନ୍ଧା ହେବା ପରେ ବହୁ ଗୁମର ତଥ୍ୟ ପଦାକୁ ଆସିଛି। ଏହି ଘଟଣା ପଛରେ ବହୁ ବଡ଼ବଡ଼ିଆଙ୍କ ହାତ ରହିଥିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଜଣେ ଏସ୍‌ଏସ୍‌ଓ ଏଭଳି ଜଘନ୍ୟ କାର୍ଯ୍ୟ କରୁଥିବାବେଳେ କିପରି ଉପରିସ୍ଥ ଅଧିକାରୀମାନେ କିଛି ଜାଣି ପାରୁ ନ ଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେବଡ଼ କୋଳଙ୍କାରୀ ପଛରେ କେଉଁ ଅଧିକାରୀମାନଙ୍କ ହାତ ରହିଛି, ତଦନ୍ତ କରାଗଲେ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣାର ନିରପେକ୍ଷ ତଦନ୍ତ କରାଗଲେ, ଠିକ୍‌ ତଥ୍ୟ ସାମନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ

ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...

Lionel Messi India Tour: ଭାରତ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଫୁଟବଲ କିମ୍ବଦନ୍ତୀ ମେସି

ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ଲିଓନେଲ ମେସି (GOAT Tour of India 2025), ସୋମବାର ଦିଲ୍ଲୀରେ ଅନେକ...

ଝିଅ ସୋଫିଆଙ୍କୁ ନେଇ ବାପା ମୋକିମ କହିଲେ ବିଧାୟିକା ଭାବେ ସେ…

ଭୁବନେଶ୍ୱର,୧୫ା୧୨: କଂଗ୍ରେସ ବିଧାୟିକା ତଥା ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ...

କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ, କହିଲେ ମୋ’ ବିଚାରଧାରାକୁ କେହି…

ଭୁବନେଶ୍ୱର,୧୫ା୧୨: କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ମୋ’ ଚିଠିକୁ ଗୁରୁତର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ...

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ରନ ଆଉଟ ହୋଇଥିବା ୫ ଜଣ ବ୍ୟାଟସମ୍ୟାନ: ଏହି ଭାରତୀୟ ଖେଳାଳି ୫୩ ଥର ହୋଇଛନ୍ତି ରନ ଆଉଟ

ନୂଆଦିଲ୍ଲୀ,୧୫।୧୨: ରନ ଆଉଟ ହେବା କ୍ରିକେଟର ସବୁଠାରୁ ହତାଶାଜନକ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ, ଏବଂ କେତେକ ସମୟରେ, ବ୍ୟାଟସମ୍ୟାନମାନେ ଗୋଟିଏ ବଲ ମଧ୍ୟ ନ ଖେଳି...

‘ସମସ୍ତେ ମୋ ପୁଅ ପରି ପୁଅ ଚାହିଁବେ’, ସିଡ଼ନୀ ଆକ୍ରମଣ ପରେ ଏମିତି କହିଲେ ଆତଙ୍କବାଦୀଙ୍କ ମା’

ସିଡ଼ନୀ,୧୫।୧୨: ଅଷ୍ଟ୍ରେଲିଆ ସିଡନୀର ବଣ୍ଡି ବିଚରେ ଏକ ଯିହୂଦୀ ଉତ୍ସବ ପାଇଁ ପ୍ରସ୍ତୁତି ସମୟରେ ଲୋକମାନଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୧୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri