ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ମର୍ମାହତ

ମଥୁରାନଗରୀ/ଗୋପପୁର,୩୧।୧୨: ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଚତୁର୍ଥ ଦିବସର ଦୃଶ୍ୟାଭିନୟ ବେଶ୍‌ ଚିତ୍ତାକର୍ଷକ ଥିଲା। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାରେ ଗୋପପୁର ଉତ୍ସବମୁଖର ହୋଇପଡିଛି। ଅନ୍ୟପକ୍ଷେ କଂସ ପ୍ରେରିତ ରାକ୍ଷସୀ ରାକ୍ଷସଙ୍କ ବଧରେ କଂସ ମର୍ମାହତ ହୋଇପଡିଛନ୍ତି। ଗୋପପୁରକୁ ପ୍ରେରିତ ରାକ୍ଷସୀ ରାକ୍ଷସ ନିହତ ଖବର ପାଇ ମଥୁରାଧିପତି କଂସ ପୂର୍ବାପେକ୍ଷା ଆହୁରି ବିଚଳିତ ହୋଇ ପଡ଼ିଛନ୍ତି। ନନ୍ଦଭବନରେ ନନ୍ଦରାଣୀ, ନନ୍ଦରାଜା ମେଲାଣୀ ଦେବା ପରେ ଶ୍ରୀକୃଷ୍ଣ ଓ ବଳରାମ ଗୋପାଳ ବାଳକଙ୍କ ଗହଣରେ ଗୋପଦାଣ୍ଡ ପରିକ୍ରମା କରିଥିଲେ। ଏହାପରେ ସେମାନେ ଗୋପ ମଣ୍ଡପକୁ ଯାଇଥିଲେ। ସେଠାରେ ଶ୍ରୀକୃଷ୍ଣ ମାଟି ଖାଉଥିବା ଦେଖି ମା’ ଯଶୋଦା ତାଙ୍କୁ ଆକଟ କରିଥିଲେ। ଏହି ସମୟରେ ସେ ଶ୍ରୀକୃଷ୍ଣଙ୍କ ପାଟିରେ ବିଶ୍ୱରୂପ ଦର୍ଶନ କରିଥିଲେ। ଏହାପରେ ସେଠାରେ କଂସ ପ୍ରେରିତ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢା, ଅଘାସୁର ଆଦି ରାକ୍ଷସୀ ରାକ୍ଷସ ପହଞ୍ଚତ୍ଥିଲେ ଏବଂ ଶ୍ରୀକୃଷ୍ଣଙ୍କ ସ୍ପର୍ଶରେ ସେମାନଙ୍କ ନିଧନ ହୋଇଥିଲା। ଅନ୍ୟପକ୍ଷେ ମହାରାଜ କଂସ ମଥୁରା ଭ୍ରମଣରେ ବାହାରି ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ (ସେଲ୍ସଟ୍ୟାକ୍ସ ଅଫିସ) ପରିସର ମୁକ୍ତେଶ୍ୱର ମନ୍ଦିରକୁ ଯାଇ ରୁଦ୍ରାଭିଷେକ କରିଥିଲେ। ସେଠାରୁ ସେ ରଙ୍ଗମହଲକୁ ଯାଇ ନୃତ୍ୟଗୀତ ଆସରରେ ମସ୍‌ଗୁଲ୍‌ ହୋଇଥିଲେ ଏବଂ ପରେ କଂସ ହାଟପଦାସ୍ଥିତ ରାଜଦରବାରକୁ ଆସି ମଥୁରା ନଗରୀର ଖବର ବୁଝିଥିଲେ। ଗୋପପୁର ପଠାଇଥିବା ରାକ୍ଷସୀ ରାକ୍ଷସ ସେଠାରେ ଶ୍ରୀକୃଷ୍ଣଙ୍କ ହାତରେ ନିଧନ ହୋଇଥିବା ଖବର ପାଇ କଂସ ମର୍ମାହତ ହୋଇ ପଡ଼ିଥିଲେ। ଭିମ୍‌ସାର୍‌, ବୁର୍ଲାର ଡା. ଲଳିତ ମେହେର, ସୁପରିଣ୍ଟେଣ୍ଡେଣ୍ଟ ଲଳିତ ମୋହନ ନାୟକ, ଓଡ଼ିଶା ସର୍କଲ ପୋଷ୍ଟାଲ ସର୍ଭିସେସ୍‌ର ଡାଇରେକ୍ଟର ସୁବାଷ ବାରିକ ରାଜ ଅତିଥି ଭାବେ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri