Posted inଖେଳ

ଡେନମାର୍କ ଓପନରେ ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ଓଡେନ୍‌ସେ(ଡେନ୍‌ମାର୍କ), ୧୫।୧୦(ପି.ଟି.)- ଦୀର୍ଘ ୭ ମାସର ବ୍ୟବଧାନପରେ ଡେନମାର୍କ ଓପନ ସହ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ଭାଗ ନେଇଥିବା ଭାରତର କିଡାମ୍ବି ଶ୍ରୀକାନ୍ତ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ରାଉଣ୍ଡରେ ସେ ଇଂଲଣ୍ଡର ଟୋବି ପେଣ୍ଟିଙ୍କୁ ୨୧-୧୨, ୨୧-୧୮ ପଏଣ୍ଟରେ ପରାସ୍ତ କରିଛନ୍ତି। ବିଜୟ ପାଇଁ ପୂର୍ବତନ ବିଶ୍ୱର ନମ୍ବରଓ୍ବାନ ଖେଳାଳି ଶ୍ରୀକାନ୍ତ ମାତ୍ର ୩୭ ମିନିଟ ସମୟ ନେଇଥିଲେ। ପୂର୍ବରୁ ଭାରତର ଲକ୍ଷ୍ୟ ସେନ୍‌ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ସାରିଛନ୍ତି। ଏହି ପର୍ଯ୍ୟୟରେ ସେ ଡେନ୍‌ମାର୍କର ହନ୍ସ-କ୍ରିଷ୍ଟିଆନ ସୋଲବର୍ଗ ଭିଟିଂହସ୍‌ଙ୍କୁ ଭେଟିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ ଅଧିକାଂଶ ପ୍ରତିଯୋଗିତାକୁ ବାତିଲ କରିଛି । ଏହା ବ୍ୟତୀତ ଏସିଆ ଲେଗ୍‌ ଏବଂ ଓ୍ବାଲର୍‌ଡ ଟୁର୍‌ ଫାଇନାଲକୁ ଆସନ୍ତା ବର୍ଷ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ମଧ୍ୟରେ ଚଳିତ ବର୍ଷ କେବଳ ଡେନ୍‌ମାର୍କ ଓପନ ସୁପର ୭୫୦ ଆୟୋଜନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri