କୋଭିଡ୍‌ ଯୋଗୁ ଫ୍ୟୁଚର ଗ୍ରୁପ୍‌କୁ ୭ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: କରୋନା ମହାମାରୀ ଲକଡାଉନ ଯୋଗୁ ଘରୋଇ ବଜାରରେ ବିଭିନ୍ନ ଷ୍ଟୋର ବନ୍ଦ କରାଯାଇଥିଲା। ଲକଡାଉନର ପ୍ରାୟ ୪ ମାସରେ କଟକଣା ଯୋଗୁ ଫ୍ୟୁଚର ଗ୍ରୁପ ପ୍ରାୟ ୭ ହଜାର କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି। କୋଭିଡ ଫାସରେ ଫସିବା ଯୋଗୁ ବାଧ୍ୟ ହୋଇ ଫ୍ୟୁଚର ଗ୍ରୁପର ହୋଲ୍‌ସେଲ ଏବଂ ଲଜିଷ୍ଟିକ ବିଜନେସକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ବିକ୍ରି କରିବାକୁ ପଡିଲା ବୋଲି ଫ୍ୟୁଚର ଗ୍ରୁପର କିଶୋର ବିୟାନି ବୁଧବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି। ସୂଚନା ଯୋଗ୍ୟ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୪,୭୧୩ କୋଟି ଟଙ୍କାରେ ଏହି ଡିଲ୍‌ କରିଥିବା ଜଣାପଡିଛି। କରୋନା ଯୋଗୁ କମ୍ପାନୀ ବୃହତ୍ତ ପରିମାଣର ରାଜସ୍ବ ହରାଇଥିବା ବେଳେ ଭଡା, ପରିଚାଳନା ଜନିତ ଖର୍ଚ୍ଚ ଏବଂ ଋଣ ଉପରେ ସୁଧ ବାବଦକୁ ବୃହତ୍ତ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡିଥିଲା। ଗତ ୭ ବର୍ଷରେ କମ୍ପାନୀ ଅନେକଗୁଡିଏ ଅଧିଗ୍ରହଣ କରିଥିଲା। ଏଥିରେ ମଧ୍ୟ ଅନେକ ନିବେଶ ହୋଇଥିଲା। କୋଭିଡ ପରେ କାରବାର ଚାପକୁ ଆସିବା ଫଳରେ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ରିଟେଲ ବିଜନେସକୁ ବିକିବାକୁ ପଡିଲା ବୋଲି ବିୟାନୀ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜୀବନ ଶାନ୍ତି’ରେ ସଂଶୋଧନକଲା ଏଲ୍‌ଆଇସି

ଭୁବନେଶ୍ୱର,୮।୧: ଜୀବନ ଶାନ୍ତି ପ୍ଲାନ୍‌ରେ ସଂଶୋଧନ କରିଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)। ଏହି ସଂଶୋଧନ ୫ ଜାନୁୟାରୀଠାରୁ ଲାଗୁହେବ ବୋଲି ଏଲ୍‌ଆଇସି ପକ୍ଷରୁ...

ଭାରତୀୟ ସୌର ପ୍ରକଳ୍ପ ଆମେରିକା ପାଇଁ ପାଲଟିଲା ଉଦାହରଣ…

ଓ୍ବାଶିଂଟନ,୬।୭ : ଭାରତୀୟ ସୌର ଶକ୍ତି ଶିଳ୍ପ ଆମେରିକା ପାଇଁ ଏକ ଉଦାହରଣ ପାଲଟିଛି। ଭାରତର ସଫଳତାକୁ ଦର୍ଶାଇ ଆମେରିକାର ବରିଷ୍ଠ ସାଂସଦମାନେ ବିଶ୍ୱ ବ୍ୟାଙ୍କ...

ଜେଏସ୍‌ଏଲ୍‌ ପରିସରରେ ଇଭି ଯାନର ଶୁଭାରମ୍ଭ

ଭୁବନେଶ୍ୱର,୧୬।୧୨:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଯାଜପୁର ୟୁନିଟ୍‌ ପରିସରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଚଳପ୍ରଚଳର ଶୁଭାରମ୍ଭ କରାଯାଇଛି। ବିଶେଷ କରି କମ୍ପାନୀ କର୍ମଚାରୀଙ୍କ ଯାତାୟାତ ପାଇଁ...

ଭାରତକୁ ତେଲ,ଏଲ୍‌ପିଜି ଯୋଗାଣ ଜାରି ରଖିବ ୟୁଏଇ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୭-୬: ସଂଯୁକ୍ତ ଆରବ ଏମିରେଟ(ୟୁଏଇ) ହର୍ମୁଜ ଜଳ ସନ୍ଧି କ୍ଷେତ୍ରରେ ଦେଖାଦେଇଥିବା ବାଧା ସତ୍ତ୍ୱେ ଭାରତକୁ ଅଶୋଧିତ ତେଲ ଏବଂ ଏଲ୍‌ପିଜି ଯୋଗାଣ ଅବ୍ୟାହତ ରଖିବ...

କୃଷି ଭିତ୍ତିଭୂମି ବିକାଶ ଲାଗି ଲକ୍ଷେ କୋଟି

ନୂଆଦିଲ୍ଲୀ,୮।୭ : କୃଷି ଭିତ୍ତିଭୂମି ବିକାଶ ଲାଗି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ୧ ଲକ୍ଷ କୋଟି ଟଙ୍କାର ଏଗ୍ରି ଇନ୍‌ଫ୍ରା...

ପ୍ରଥମ ତ୍ରୈମାସ ଜିଡିପି ୩୫% ଖସିପାରେ

ନୂଆଦିଲ୍ଲୀ,୩୧।୮: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୩୫% ଖସିପାରେ ବୋଲି ବଜାର ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। ମାତ୍ର...

ପ୍ରାଇଭେଟ ଟ୍ରେନ୍‌ ଯାତ୍ରୀଭଡ଼ା ନିର୍ଦ୍ଧାରଣ କରିବେ କମ୍ପାନୀ

ନୂଆଦିଲ୍ଲୀ,୧୯।୯: ଘରୋଇ ବଜାରରେ ପ୍ରାଇଭେଟ ଟ୍ରେନ୍‌ ଚଳାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଟ୍ରେନଗୁଡିକ ଚଳାଚଳ ଆରମ୍ଭ ହେଲେ ପ୍ରାଇଭେଟ ପ୍ଳେୟର ଯାତ୍ରୀଭଡା ନିର୍ଦ୍ଧାରଣ...

ଚଳନ୍ତି ଖାତା ନିଅଣ୍ଟ ୦.୯%

ନୂଆଦିଲ୍ଲୀ,୧-୧: ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଜୁଲାଇ-ସେପ୍ଟେମ୍ବର ସମୟରେ ମୋଟ ଜିଡିପିର ୦.୯% ବା ୬.୩ ବିଲିୟନ ଡଲାର ରହିଛି। ଏହି ସମୟରେ ବାଣିଜ୍ୟ ନିଅଣ୍ଟ...

Advertisement
Archives

Model This Week