ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ

ପୁରୀ ଅଫିସ,୧୯।୧୧ : ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ଉପରେ ପ୍ରଶାସନ ଶୁକ୍ରବାର  କଟକଣା ଲଗାଇଛି । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଦୁର୍ଲଭ ରାଜରାଜେଶର ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜାଇବେ ।

ତେବେ ଏହି ଦୁର୍ଲଭ ସୁବର୍ଣ୍ଣ ବେଶ ଦର୍ଶନରୁ ଭକ୍ତ ଶ୍ରଦ୍ଧାଳୁମାନେ ବଞ୍ଚିତ ହେବେ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ବନ୍ଦ ରଖାଯାଇଛି।