ନଈରୀରେ ଶ୍ରୀଗୁଣ୍ଡିଚା

ଗଜପତି ରାମଚନ୍ଦ୍ର ଦେବ କଟକ ବାରବାଟୀରେ ବନ୍ଦୀ ହୋଇ ରହିଥିଲେ। ଏପଟେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ମୋଗଲଙ୍କ ଅଧୀନକୁ ଚାଲିଯାଇଥିଲା। ମୋଗଲଙ୍କ ଦ୍ୱାରା ଶ୍ରୀମନ୍ଦିର ଅଧିକୃତ ହେବା ପୂର୍ବରୁ ସେମାନେ କରିଥିବା ଆକ୍ରମଣର ଇତିହାସ ଅନାଲୋଚିତ ହୋଇରହିଛି। ଆକ୍ରମଣ ପୂର୍ବରୁ ଶ୍ରୀମନ୍ଦିରରୁ ଦାରୁଦିଅଁଙ୍କୁ ଭାର୍ଗବୀ ନଦୀର ଦୋବନ୍ଧା ଘାଟରୁ ବଡ଼ପରୀକ୍ଷା ପରମାନନ୍ଦ କୁଅଁର ମହାପାତ୍ର ଓ ସାନପରୀକ୍ଷା ବିଷ୍ଣୁ ପଶ୍ଚିମକବାଟ ଚିଲିକା ବାଟ ଦେଇ ନଈରୀର ଶ୍ରୀହରିହରେଶ୍ୱର ମଣ୍ଡପରେ ବିଜେ କରାଇ ସାରିଥିଲେ। ଏହି ମଣ୍ଡପରେ ବର୍ତ୍ତମାନ ମଧ୍ୟ ଚାରୋଟି ଚକା ରହିଅଛି। ଉକ୍ତ ଚାରୋଟି ଚକା ସମ୍ମୁଖରେ ଶ୍ରୀଗରୁଡ଼ ବିଗ୍ରହ ରହିଥିବାରୁ ଜଣାପଡୁଛି ଯେ, ମହାପ୍ରଭୁ ଶ୍ରୀମନ୍ଦିର ଛାଡ଼ି ଯେଉଁ ଯେଉଁ ସ୍ଥାନକୁ ଯାଇଛନ୍ତି ତାଙ୍କ ସଙ୍ଗରେ ‘ବିଜେ ଚକା’ ଓ ସ୍ବତନ୍ତ୍ର ଗରୁଡ଼ ବସିବାର ବ୍ୟବସ୍ଥା କରାଯାଉଥିଲା।
ଶ୍ରୀହରିହରେଶ୍ୱର ମନ୍ଦିରର ଭିତର ପାର୍ଶ୍ୱ ଗମ୍ଭୀରା ସଦୃଶ। ପାଞ୍ଚଟି ପାହାଚ ଦେଇ ତଳକୁ ଓହ୍ଲାଇଗଲେ ଏହି ଗମ୍ଭୀରାରେ ପହଞ୍ଚି ହୁଏ। ଗୋଟିଏ ଜଳାର୍ଣ୍ଣବ ଗର୍ତ୍ତ ମଧ୍ୟରେ ବାମପଟେ ବିଷ୍ଣୁଶିଳା ଓ ଦକ୍ଷିଣପଟେ ଶିବଲିଙ୍ଗ ଜଳରେ ବୁଡ଼ି ରହିଛନ୍ତି। ଜଣାଯାଉଛି ଜଳଭର୍ତ୍ତି କୁଣ୍ଡଟି ଗୋଟିଏ ପଥରରେ ନିର୍ମିତ ହୋଇ ଦୁଇଟି ଖାଲୁଆ ଗର୍ତ୍ତ ସୃଷ୍ଟି ହୋଇଛି। ଏହି ଗର୍ତ୍ତ ମଝିରେ ପଥରବାଡ଼ ରହିଥିଲେ ମଧ୍ୟ ବିଷ୍ଣୁଶିଳା ଓ ଶିବଙ୍କ ଶିଳା ମଧ୍ୟରେ ଜଳ ଯା-ଆସ କରିବା ନିମନ୍ତେ ରନ୍ଧ୍ର ରହିଛି। ଉପରକୁ ଶିବ ଶିଳା ରହିଥିବା ଗର୍ତ୍ତର ମୁହଁ ଗୋଲ ଦେଖାଯାଉଥିବା ବେଳେ ବିଷ୍ଣୁଶିଳା ରହିଥିବା ମୁହଁ ଲମ୍ବା ପରି ଦୃଶ୍ୟ ହେଉଛି। ମୁଖ୍ୟ ମନ୍ଦିରର ଦ୍ୱାରପାଳ ଭାବେ ଜୟ ବିଜୟ ରହିଥିବାବେଳେ ମୁଖଶାଳାରେ ଦ୍ୱାରପାଳ ଭାବେ ନନ୍ଦୀ-ଭୃଙ୍ଗୀ ରହିଛନ୍ତି। ମୁଖଶାଳାର ପ୍ରବେଶଦ୍ୱାର ଦେଶରେ ନବଗ୍ରହ ଶୋଭା ପାଉଛନ୍ତି।
ଏହି ମନ୍ଦିର ସମ୍ପୂର୍ଣ୍ଣ ହରିହର ଉପାସନାର ନିଚ୍ଛକ ନିଦର୍ଶନ। ଓଡ଼ିଶାରେ ହରିହର ଉପାସନାର ବିକାଶଲାଭ କାଳରେ ଏହା ଏକ ମୁଖ୍ୟ କେନ୍ଦ୍ର ରୂପେ ପରିଚିତ ଥିଲା। ତାହାର ନିଦର୍ଶନ ସ୍ବରୂପ ମନ୍ଦିର ଉପରେ ଚକ୍ର ରହିଅଛି। ଆଶ୍ଚର୍ଯ୍ୟର କଥା ଏହି ମନ୍ଦିରର ଡାହାଣ ପଟକୁ ଶ୍ରୀନୃସିଂହ ମନ୍ଦିର ରହିଥିବାବେଳେ ମୁଖ୍ୟ ମନ୍ଦିରର ତିନିପଟେ ତିନୋଟି ଛୋଟ ମନ୍ଦିର ରହିଛି। ୨୭ ଘର ମାଳି (ରଣା) ସେବକ ଏହି ଐତିହ୍ୟପୂର୍ଣ୍ଣ ପୀଠକୁ ତାଙ୍କର ସମର୍ପିତ ସେବାରେ ଚଳଚଞ୍ଚଳ କରିରଖିଛନ୍ତି। ଅନୁସନ୍ଧାନରୁ ଜଣାଯାଏ ଏଠାରେ ୨୨ ବାଟି ଭୂସମ୍ପତ୍ତି ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଗଜପତିଙ୍କ ଦ୍ୱାରା ଖଞ୍ଜି ଦିଆଯାଇଥିଲା। ମନ୍ଦିରର ସମ୍ମୁଖ ସାହିର ନାମ ଦୋଳମଣ୍ଡପ ସାହି। ସାମାନ୍ୟ ଦୂରରେ ଜଗନ୍ନାଥବଲ୍ଲଭ ମଠ ରହିଛି। ଗ୍ରାମର ଶେଷ ମୁଣ୍ଡରେ ଏକ ଜଙ୍ଗଲିଆ ସ୍ଥାନରେ ଗୁଣ୍ଡିଚା ମନ୍ଦିର ରହିଥିଲା। ଏଠାରେ ମହାପ୍ରଭୁଙ୍କ ଅବସ୍ଥାନ ସମୟରେ ଘୋଷଯାତ୍ରା ପଡ଼ିଥିବାରୁ ଗୋଟିଏ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଏଇଠି ହୋଇଥିଲା। ସେହି ଅଞ୍ଚଳରେ ଯମୁନା ନିର୍ଝରର ଉତ୍ତର ଦିଗକୁ ଅନତି ଦୂରରେ ଗୁଣ୍ଡିଚା କୂଅ ନାମରେ ଏକ କୂଅ ପରିତ୍ୟକ୍ତ ଅବସ୍ଥାରେ ରହିଅଛି। ପ୍ରାଚୀନ କାଗଜାତରୁ ଜଣାଯାଏ ଗୁଣ୍ଡିଚାଘରେ ମହାପ୍ରଭୁଙ୍କ ଅବସ୍ଥାନ କାଳରେ ଏହି କୂଅର ଜଳ ଉପାସନା ନିମନ୍ତେ ବ୍ୟବହୃତ ହେଉଥିଲା। ମହାପ୍ରଭୁ ଫେରିବା ପରେ ପ୍ରଭୁଙ୍କ ସେବାରେ ଉଦ୍ଦିଷ୍ଟ ଏହି କୂଅକୁ କେହି ବ୍ୟବହାର କରୁନାହାନ୍ତି।
ମହାପ୍ରଭୁ ଏଠାରେ ବିଜେ କରିବାର ଇତିହାସ ମାଦଳା ପାଞ୍ଜିରୁ ସ୍ପଷ୍ଟ ହୁଏ। ଏହି ମନ୍ଦିରଠାରୁ ପୂର୍ବ ଦିଗକୁ ଚିଲିକା କୂଳେ କୂଳେ ଗଲେ କୂଳର ୧୦ଫୁଟ ପୂର୍ବରୁ ୪୦/୬୦ ଫୁଟର ଏକ ପୁଷ୍କରିଣୀ ରହିଛି। ଯାହା ପ୍ରାଚୀନ କାଳରୁ ‘ଯମୁନା ନିର୍ଝର’ ଭାବେ ପରିଚିତ। ଏହି ପୋଖରୀରୁ ମଧୁର ଜଳ ଯାଇ ମହାପ୍ରଭୁଙ୍କ ସେବାରେ ଉପଯୋଗ ହୋଇଥିବାରୁ ଉକ୍ତ ପବିତ୍ର ପୋଖରୀର ସୁରକ୍ଷା ପାଇଁ ଚାରିପଟେ ପଥର ପାଚେରି ଘେରାଯାଇଥିଲା। ଐତିହ୍ୟ ଅନୁସନ୍ଧାନରୁ ଜଣାଯାଏ ଶ୍ରୀହରିହରେଶ୍ୱର ମଣ୍ଡପକୁ ଚିଲିକା ବାଟ ଦେଇ ମହାପ୍ରଭୁ ଆସିଲାବେଳେ ଚିଲିକା ମଧ୍ୟରେ ଥିବା ‘କାଙ୍କଣ ଶିଖରୀ’ରେ ଅବସ୍ଥାନ କରିଥିଲେ। ଏହି କାଙ୍କଣଶିଖରୀ କାଙ୍କଣକୁଦ ନାମରେ ଏବେ ବି ପରିଚିତ ଅଛି। ସେତିକିବେଳେ ଶ୍ରୀମନ୍ଦିର ରୋଷକୁ କାଙ୍କଣକୁଦରେ ଫଳୁଥିବା କାଙ୍କଣ ଆସିଥିବାର ପ୍ରମାଣ ରହିଅଛି। କବିବର ରାଧାନାଥ ରାୟ ତାଙ୍କର ଚିଲିକା କାବ୍ୟରେ ଲେଖିଛନ୍ତି-
ତରଙ୍ଗ ବେଷ୍ଟିତ କାଙ୍କଣଶିଖରୀ,
ଆଦ୍ୟ ଫଳେ ଯା’ର ତରୀ ପୂର୍ଣ୍ଣ କରି।
ବର୍ଷେ ବର୍ଷେ ହ୍ରଦ ବିହାରୀ ଧୀବରେ
ଆଦରେ ଫେରନ୍ତି ଲକ୍ଷ୍ମୀ ରୋଷଘରେ॥
ନିବିଡ଼ ଅରଣ୍ୟ ପରିବେଷ୍ଟିତ ସର୍ପସଙ୍କୁଳ ନଅ ଏକର ପରିମିତ କାଙ୍କଣକୁଦକୁ ଜଳପଥରେ ଯାଇ ପରିଦର୍ଶନ କଲାପରେ ଜଙ୍ଗଲ ମଝିରେ ଭଙ୍ଗାଘରେ ଏକ ମୂଳଦୁଆର ସନ୍ଧାନ ମିଳିଥିଲା। ମାଟିତଳେ ଥିବା ପଥର ଚକ ରହିଥିବାବେଳେ ଉପର ଭାଗର ପଥରଚକ ସ୍ଥାନାନ୍ତର ହୋଇଯାଇଥିବା ୨୦୦୭ ମସିହାରେ ଆମେ ଅନୁଭବ କରିଥିଲୁ। ଏବେ ନଈରୀ ଗ୍ରାମବାସୀ ସେହି ସ୍ଥାନରେ ଛାତ ଘରଟିଏ ତୋଳିଥିବାର ଜଣାଯାଇଛି। ୨୦୧୫ ମସିହାର ଅକ୍ଷୟତୃତୀୟା ଦିନ ଘର ନିର୍ମାଣ ପାଇଁ ଶୁଭ ଦିଆଯିବାବେଳେ ୨/୩ ଫୁଟ ତଳୁ ମହାପ୍ରଭୁଙ୍କ ଚନ୍ଦନଘୋରା ପଥରଟିଏ ଉଦ୍ଧାର ହୋଇଅଛି। କାଙ୍କଣକୁଦକୁ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଭାବରେ ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିଥିଲେ। ଏବେ ପ୍ରଶାସନ ପକ୍ଷରୁ ନନ୍ଦିଘୋଷ ରଥର ଏକ ଚକା ପ୍ରଦାନ କଲାପରେ ଗ୍ରାମବାସୀମାନେ କାଙ୍କଣକୁଦର ନବନିର୍ମିତ ପକ୍କାଘରେ ବ୍ରହ୍ମମୟ ଚକାକୁ ରଖି ଉପାସନାର ବ୍ୟବସ୍ଥା କରିଛନ୍ତି। ନାଆରେ ପ୍ରତିଦିନ ପୂଜାରୀ ପୂଜା କରିବା ନିମନ୍ତେ ସେଠାକୁ ଯାଉଛନ୍ତି। ସେ ଅଞ୍ଚଳରେ ଆମିଷ ନିଷିଦ୍ଧ ହୋଇ ମହାପ୍ରଭୁଙ୍କ ଭଜନକୀର୍ତ୍ତନ ଆରମ୍ଭ କରାଯାଇଛି।
କାଙ୍କଣକୁଦରେ ମହାପ୍ରଭୁ ହାରାହାରି ୪ ମାସ ରହିବା ପରେ ନଈରୀର ଶ୍ରୀହରିହରେଶ୍ୱର ମଣ୍ଡପକୁ ବିଜେ କରିଥିଲେ। ଜନଶ୍ରୁତି ରହିଛି ସେବକମାନେ ସର୍ପସଙ୍କୁଳ ଏହି ଜଙ୍ଗଲମୟ କୁଦରେ ଘୋର ଅସୁବିଧାରେ ରହିଥିବାବେଳେ କୁଦରେ ଫଳୁଥିବା କାଙ୍କଣ ତୋଳି ମହାପ୍ରଭୁଙ୍କୁ ମଣୋହି କରିଥିଲେ। ତାହାକୁ ପ୍ରସାଦ ରୂପେ ଗ୍ରହଣ କରି ଯମୁନା ନିର୍ଝରରୁ ପାହାନ୍ତା ପ୍ରହରରେ ଲୁଚିଛପି ଆଣୁଥିବା ମଧୁର ଜଳ ପିଇ ସେବକମାନେ ଉପାସନାକୁ ଚଳଚଞ୍ଚଳ ରଖିଥିଲେ। କାଙ୍କଣକୁଦର ଆରପାରିରେ ଚିଲିକା କୂଳରେ ନଈରୀ ଗ୍ରାମର ପାଇକମାନଙ୍କ ସହିତ ଗଜପତିଙ୍କ ପାଇକବାହିନୀ ଦିନରାତି ସୁରକ୍ଷା ଦିଗରେ ସଜାଗ ରହିଥିଲେ।
ଏହି ଲୀଳାକ୍ଷେତ୍ର ପୂର୍ବତଟ ରେଳପଥର ଗଙ୍ଗାଧରପୁର ଷ୍ଟେଶନଠାରୁ ମାତ୍ର ୨ କି.ମି. ଦୂରରେ ଅବସ୍ଥିତ। ଏହା ଏକ ପେଣ୍ଠଗ୍ରାମ ଥିଲା। ଜାତୀୟ ରାଜପଥରେ ବାଲୁଗଁାର ୧୫ କି.ମି. ପୂର୍ବରୁ ବାମପଟେ ୫ କି.ମି. ଗଲେ ଏଠାରେ ପହଞ୍ଚିହୁଏ।
ତକି ଖଁା ୧୭୩୨ ମସିହା ମାର୍ଚ୍ଚ ୨୬ରେ ରାମଚନ୍ଦ୍ର ଦେବଙ୍କ ପୁତ୍ର ଯୁବରାଜ କୃଷ୍ଣରାଏ ଜେନାଙ୍କୁ ପରାଜିତ କରିବା ପାଇଁ ଯୁଦ୍ଧଯାତ୍ରା କରିଥିଲା। ସେ ନାଉସିଂହ ଗଡ଼ରେ ମନ୍ତ୍ରଣା କରୁଥିବା କଥା ଖବର ପାଇ ତକି ଖଁା ନାଉସିଂହ ଗଡ଼କୁ ଆକ୍ରମଣ କରିଥିଲା, ମାତ୍ର ଯୁବରାଜ ପାଇକବାହିନୀ ସହିତ ଗଞ୍ଜାମର ଆଠଗଡ଼ ରାଜ୍ୟର ରାଜଧାନୀକୁ ଗୁପ୍ତରେ ଚାଲିଯାଇଥିଲେ। ସେତିକିବେଳେ ବାଣପୁର ପର୍ଯ୍ୟନ୍ତ ତକି ଖଁା ଯୁଦ୍ଧଯାତ୍ରାରେ ଯାଇ ପହଞ୍ଚିଯାଇଥିଲା। ତକି ଖଁାର ମୋଗଲବାହିନୀ ବାଣପୁର ଦିଗକୁ ମୁହଁାଇ ଆସୁଥିବାର ଖବର ଗଜପତିଙ୍କ ପାଇକବାହିନୀକୁ ଅଛପା ନ ଥିଲା। ସେମାନେ ତତ୍‌କ୍ଷଣାତ୍‌ ନଈରୀରୁ ମହାପ୍ରଭୁଙ୍କୁ ଚାପରେ ବସାଇ ଚଲିକା ବକ୍ଷଦେଇ ଖଲିକୋଟର ବନଦୁର୍ଗା ପାହାଡ଼ର ପାଦଦେଶରେ ପହଞ୍ଚିଥିଲେ। ସେଠାରୁ ପାହାଡ଼ର ଜଙ୍ଗଲମୟ ଘାଟି ଦେଇ ଶ୍ରୀଜୀଉଙ୍କୁ ଶଗଡ଼ିରେ ନେଇ କରାଖୋଲ ପାହାଡ଼ରେ ପହଞ୍ଚାଇଥିଲେ। ଏହି କରାଖୋଲ ପାହାଡ଼ର ପାଦଦେଶରେ ନିର୍ମଳଝର ଅବସ୍ଥିତ। ନିର୍ମଳଝରଠାରୁ ଘାଟି ରାସ୍ତା ଦେଇ ୧୦ କି.ମି. ଦୂର ଚକାଡ଼ିମିରି ପାହାଡ଼ର ଏକ ଗୁପ୍ତ ସ୍ଥଳରେ ପହଞ୍ଚିଥିଲେ। ସେହି ଗୁପ୍ତ ସ୍ଥାନଟି ଚକାବାଲି ନାମରେ ପ୍ରସିଦ୍ଧ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri