ଖତ ଖାଉଛି ମହୁ ବାକ୍ସ

କେନ୍ଦୁଝର,୧୨।୭(ସ୍ବ.ପ୍ର.)-ଏକଦା କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ମହୁର ବିଶ୍ୱସନୀୟତା ବାହାରେ ଅଧିକ ରହିଥିଲା। ଏହି ଜିଲାରେ ପ୍ରଚୁର ପରିମାଣରେ ମହୁ ଉତ୍ପାଦନ ହେଉଥିଲା। ପ୍ରାକୃତିକ ପରିବେଶରେ ବଣଜଙ୍ଗଲରେ ମହୁମାଛି ଫେଣା କରୁଥିଲେ। ବିଭିନ୍ନ ପ୍ରକାରର ଫୁଲରୁ ମଧୁ ସଂଗ୍ରହ କରି ଏହି ଫେଣା ପ୍ରସ୍ତୁତ କରୁଥିଲେ। ବନବାସୀମାନେ ଏହି ମହୁଫେଣାରୁ ମହୁ ସଂଗ୍ରହ କରି ଘରେ ଘରେ ତଥା ହାଟବଜାରରେ ବିକ୍ରି କରୁଥିଲେ ଓ ଜୀବନଜୀବିକା ନିର୍ବାହ କରୁଥିଲେ।
ତେବେ କିଛି ବର୍ଷ ହେଲା ବ୍ୟାପକ ଜଙ୍ଗଲ କ୍ଷୟ, ଜଳବାୟୁରେ ପରିବର୍ତ୍ତନ ଯୋଗୁ ମହୁ ଉତ୍ପାଦନ କମିଯାଇଛି। ବନବାସୀମାନେ ଆଉ ସେଭଳି ମହୁ ସଂଗ୍ରହ କରିପାରୁନାହାନ୍ତି। ଏବେ ପ୍ରାୟତଃ ଦେଶୀ ମହୁ ମିଳିବା କଷ୍ଟକର ହେଉଥିବାରୁ ଲୋକେ ବାହାର କମ୍ପାନୀ ମହୁ ଉପରେ ନିର୍ଭର କରିଥାନ୍ତି। ଏପରିକି କବିରାଜ ମାନେ ମଧ୍ୟ ଔଷଧ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ମହୁ ବାହାରୁ ସଂଗ୍ରହ କରିଥାନ୍ତି। ଏଣୁ ଏହାର ଚାହିଦା ଓ ଆବଶ୍ୟକତାକୁ ଉପଲବ୍ଧି କରି ଉଦ୍ୟାନ ବିଭାଗ ପକ୍ଷରୁ କୁଅଁର ଠାରେ ବିଭାଗୀୟ ନର୍ସରୀରେ ମହୁଚାଷ କରିବା ପାଇଁ ଏକ ଯୋଜନା ଆରମ୍ଭ କରିଥିଲେ। ତେବେ ଉପଯୁକ୍ତ ତଦାରଖ ଅଭାବରୁ ସେସବୁ ନଷ୍ଟ ହୋଇଯାଇଥିବାରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା। ଅନ୍ୟ ପକ୍ଷରେ ପୁଣି ଥରେ ଅର୍ଥ ଖର୍ଚ୍ଚ କରି ପୁନରୁଦ୍ଧାର କରିବାକୁ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ତେବେ କର୍ମଚାରୀ ଅଭାବ ଥିବାରୁ ତାହା ପୂରଣ ନ କରି ପୁନରୁଦ୍ଧାର କରାଗଲେ ପୁଣି ଥରେ ଯୋଜନାର ବିଫଳ ହେବ ବୋଲି ମତପ୍ରକାଶ ପାଉଛି।
କେନ୍ଦୁଝର ଜିଲା ଉଦ୍ୟାନ ବିଭାଗ ତିନି ବର୍ଷ ତଳେ ମହୁ ଚାଷ ପାଇଁ କୁଅଁର ଫାର୍ମରେ ୧୨୦ଟି ବାକ୍ସ ବସାଇଥିଲା। ତେବେ ଦୁଇ ବର୍ଷ ହେଲା ସେସବୁ ବାକ୍ସ କାମରେ ଲାଗୁନାହିଁ ା ବାହାରେ ଖରାବର୍ଷାରେ ନଷ୍ଟ ହେବାକୁ ବସିଛି ା ଫଳରେ ସରକାରଙ୍କ ମହତ ଯୋଜନା ଫଳପ୍ରସୂ ହୋଇପାରୁନାହିଁ ା ମହୁମାଛି ସହିତ ପ୍ରତ୍ୟେକ ମହୁବାକ୍ସର ମୂଲ୍ୟ ପ୍ରାୟ ୪୫୦୦ ଟଙ୍କା ା ଏହି ହିସାବରେ ପାଖାପାଖି ସାଢେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥ ସବୁ ପାଣିରେ ପଡିଲା ବୋଲି ଅଭିଯୋଗ ହେଉଛି। ତେବେ କାହା ପାଇଁ ଏଭଳି ଅର୍ଥ ବରବାଦ ହେଲା ସେ ନେଇ କୌଣସି ଯାଞ୍ଚ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ଆଲୋଚ୍ୟର ବିଷୟ ହୋଇଛି ା
ଏନେଇ ଉଦ୍ୟାନ ଉପନିର୍ଦ୍ଦେଶକ ଦାୟିତ୍ୱରେ ଥିବା ସୁକାନ୍ତ ନାୟକ କହିଛନ୍ତି ଯେ ସବୁ ମହୁ ବାକ୍ସ ନଷ୍ଟ ହୋଇଯାଇଛି। ଏହାର ପୁନରୁଦ୍ଧାର ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନେବା ପାଇଁ ଉଦ୍ୟମ ଚାଲିଛି ା ତେବେ ସେ ଯେହେତୁ ସେତେବେଳେ ନ ଥିଲେ ଏଣୁ ଖର୍ଚ୍ଚ ହିସାବ ଓ ନଷ୍ଟ ହେବା କାରଣ ଜାଣିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri