ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ୫ ଅଭିନେତ୍ରୀ; ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି…

ଭାରତୀୟ ସମାଜରେ ବିବାହ ପରେ ମା’ ହେବା ଏକ ବିଶେଷ ଅନୁଭବ ନେଇ ଆସିଥାଏ। ବିବାହ ପୂର୍ବରୁ ଗର୍ଭଧାରଣକୁ ଭଲ ବୋଲି ବିବେଚନା କରାଯାଏ ନାହିଁ। ହେଲେ ଏହି ସାମାଜିକ କଟକଣାଗୁଡ଼ିକୁ ଖାତିର ନ କରି କିଛି ବଲିଉଡ ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ହୋଇ ସମସ୍ତଙ୍କୁ ଚମକାଇଛନ୍ତି। ଆସନ୍ତୁ ଜାଣିବା:

କଲ୍କି କୋଚଲିନ୍‌:
କଲ୍କି କୋଚଲିନ୍‌ ଏବଂ ତାଙ୍କ ପ୍ରେମିକ ହର୍ସବର୍ଗ ଫେବୃଆରୀ ୨୦୨୦ରେ ପ୍ରଥମ ଝିଅ(ସାଫୋ)କୁ ସ୍ବାଗତ କରିଥିଲେ। ବିବାହ ପୂର୍ବରୁ କଲ୍କି ଗର୍ଭବତୀ ହୋଇଥିଲେ। ସେ ଏଥିପାଇଁ ଚର୍ଚ୍ଚାରେ ମଧ୍ୟ ରହିଥିଲେ।

ନତାଶା ଷ୍ଟାନକୋଭିକ:
ମଡେଲରୁ ଅଭିନେତ୍ରୀ ପାଲଟିଥିବା ନତାଶା ବିବାହ ପୂର୍ବରୁ ଗର୍ଭବତୀ ହୋଇ ଚର୍ଚ୍ଚାକୁ ଆସିଥିଲେ। ସେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ନିର୍ବନ୍ଧ କରିଥିଲେ। ଏହାର କିଛି ମାସ ପରେ ସେ ଜାନୁଆରୀ ୨୦୨୦ ରେ ଗର୍ଭବତୀ ଥିବା ଘୋଷଣା କରିଥିଲେ।

ଶ୍ରୀଦେବୀ:
ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀ ବଲିଉଡର କିଛି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ବିବାହ ପୂର୍ବରୁ ମଧ୍ୟ ଗର୍ଭବତୀ ଥିବା ଖୁଲାସା କରିଥିଲେ। ସେ ବୋନି କପୁରଙ୍କୁ ବିବାହ କରିବା ସମୟରେ ପ୍ରାୟ ୭ ମାସର ଗର୍ଭବତୀ ଥିଲେ।

ନେହା ଧୂପିଆ:
ବିବାହର ଛଅ ମାସ ମଧ୍ୟରେ ନେହା ଧୁପିଆ ଏକ ମା’ ହୋଇଥିଲେ। ସେ ମେ ୨୦୧୮ ରେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ। ନଭେମ୍ବରରେ ତାଙ୍କର ଝିଅ ମେହେର ଜନ୍ମ ହୋଇଥିଲେ।

ଗାବ୍ରିଏଲା ଡେମେଟ୍ରିଏଡସ:
ଅର୍ଜୁନ ରାମପାଲ ସୋସିଆଲ ମିଡିଆରେ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ମଡେଲ-ଅଭିନେତ୍ରୀ ଗାବ୍ରିଏଲା ୨୦୧୯ ରେ ସେମାନଙ୍କର ଶିଶୁପୁତ୍ର ଏରିକକୁ ଜନ୍ମ ଦେଇଥିଲେ। ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ବିଷୟରେ କୌଣସି ସୂଚନା ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri