ବଲିଉଡ୍‌ରେ ଏଣ୍ଟ୍ରି କରିବେ ଖୁସି!

ମୁମ୍ବାଇ: କିଛିଦିନ ହେବ ବଲିଉଡ୍‌ରେ ଷ୍ଟାରକିଡଙ୍କ ଏଣ୍ଟ୍ରି ଏକ ଟ୍ରେଣ୍ଡ ପାଲଟି ଯାଇଛି କହିଲେ ଚଳେ । ସାରା ଅଲି ଖାଁ, ଇଶାନ ଖଟ୍ଟର, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁରଙ୍କ ଭଳି ଷ୍ଟାର କିଡ୍ ବଲିଉଡ୍‌ରେ ଏଣ୍ଟ୍ରି କରି ଧୁମ ମଚେଇଲେଣି । ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର ବଲିଉଡ୍‌ରେ ଏବେ ଖୁବ୍ ପରିଚିତ । କେବଳ ଜାହ୍ନବୀ ନୁହେଁ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ବି କୁଆଡେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସଜବାଜ ହେଲେଣି ବୋଲି ଶୁଣିବାକୁ ମିଳିଛି । ଆଉ ଏକଥା ନିଜେ ପିତା ବୋନି କପୁର ସୂଚନା ଦେଇଛନ୍ତି । ନିକଟରେ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ବୋନି ଏହି ସୂଚନା ଦେଇଛନ୍ତି । ଯଦିଓ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ତେବେ ଖୁବ୍‌ଶୀଘ୍ର ଖୁସି ଏ ବିଷୟରେ ଘୋଷଣା କରିବେ ବୋଲି ବୋନି କହିଛନ୍ତି । ସେ କହିଛନ୍ତି ଆକ୍ଟିଙ୍ଗରେ ଖୁସିଙ୍କର ରୁଚି ରହିଛି ତେଣୁ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଇଣ୍ଟ୍ରେଷ୍ଟେଡ ଅଛନ୍ତି । ଅବଶ୍ୟ ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ବୋନି ଝିଅ ଖୁସିଙ୍କୁ ଲଞ୍ଚକରିବେ ନାହିଁ ବୋଲି କହିଛନ୍ତି । କାରଣ ସେ ଚାହାଁନ୍ତି ପିତା ହିସାବରେ ସେ ଖୁସିଙ୍କୁ ଲଞ୍ଚ କରିବା ଠିକ୍ ହେବ ନାହିଁ । କାରଣ ଏହା ପୂର୍ବରୁ ବି ବୋନିଙ୍କ ପୁଅ ଅର୍ଜୁନ କପୁରଙ୍କୁ ୟଶରାଜ ବ୍ୟାନର ଫିଲ୍ମ ‘ଇଶକଜାଦେ’ ଲଞ୍ଚ କରିଥିବା ବେଳେ ଝିଅ ଜାହ୍ନବୀଙ୍କୁ କରନ ଜୋହର ଫିଲ୍ମ ‘ଧଡକ’ରେ ଲଞ୍ଚ କରିଥିଲେ । ଆଉ ଆଜି ଏମାନେ ସଫଳ ହେବାକୁ ଯାଉଛନ୍ତି । କିନ୍ତୁ ବୋନି ଭାଇ ସଞ୍ଜୟଙ୍କୁ ଲଞ୍ଚ କରିଥିବା ବେଳେ ଏହାର ଫଳ ଭଲ ନ ଥିଲା ବୋଲି ବୋନି କହିଛନ୍ତି । ତେଣୁ ସେ ଚାହାଁନ୍ତି ଖୁସି ବି ଅନ୍ୟ ବ୍ୟାନରରେ ବଲିଉଡ୍‌ରେ ଏଣ୍ଟ୍ରି କରନ୍ତୁ । ଖୁସିଙ୍କ ଖୁସିକୁ ନେଇ ବୋନି ଯେତିକି ଖୁସି ଭଉଣୀ ଜାହ୍ନବୀ ମଧ୍ୟ ସେତିକି ଖୁସି ବୋଲି ଶୁଣିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri