ଦୁବାଇରେ ଶ୍ରୀଦେବୀଙ୍କ ସହ ହୋଟେଲ୍‌ରେ କ’ଣ ଘଟିଥିଲା? ସାମ୍ନାକୁ ଆସିଲା ସେହି କାଳରାତ୍ରୀର ସତ

ବମ୍ବେ: ବଲିଉଡର ‘ଚାନ୍ଦନୀ’ ହଠାତ୍‌ ଦୁନିଆରୁ ବିଦାୟ ନେବେ ବୋଲି କେହି ବି ଭାବି ନ ଥିଲେ। ଶ୍ରୀଦେବୀଙ୍କ ଦେହାନ୍ତ ତାଙ୍କ ପ୍ରଶଂସକ, ପରିବାର ସହ ସିନେମା ଜଗତକୁ ଏକ ଗଭୀର ଆଘାତ ଦେଇଥିଲା। ୨୦୧୮ ଫେବୃଆରୀ ୨୪ରେ ଦୁବାଇରେ ସୁପରଷ୍ଟାର ଶ୍ରୀଦେବୀଙ୍କର ମୃତ୍ୟୁ ଘଟିଥିଲା। ହୋଟେଲ ବାଥରୁମ୍‌ର ଟବ୍‌ରେ ବୁଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ସେତେବେଳେ ତାଙ୍କ ସ୍ବାମୀ ବୋନି କପୁର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏବେ ଏହି ଘଟଣାକୁ ୫ ବର୍ଷ ବିତିଥିବା ବେଳେ ବୋନି କପୁର ଏକ ସାକ୍ଷାତକାରରେ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିଛନ୍ତି।

ଶ୍ରୀଦେବୀ ତାଙ୍କ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ସ୍ବାମୀ ବୋନି କପୁର ଏବଂ ଝିଅ ଖୁସିଙ୍କ ସହ ଦୁବାଇରେ ପହଞ୍ଚିଥିଲେ। ଫେବୃଆରୀ ୨୦ରେ ବିବାହ କାର୍ଯ୍ୟ ସମାପ୍ତ ହୋଇଥିଲା। ପରଦିନ ବୋନି ଏବଂ ଖୁସି ମୁମ୍ବାଇ ଫେରି ଆସିଥିଲେ। କାରଣ ବୋନିଙ୍କୁ ଏକ ବୈଠକ ଲାଗି ଲକ୍ଷ୍ନୌ ଯିବାର ଥିଲା। ଅପରପକ୍ଷେ ଶ୍ରୀଦେବୀ ଦୁବାଇରେ ଟିକେ ଆରାମ କରିବା ଏବଂ ଝିଅଙ୍କ ଲାଗି ଶପିଂ କରିବା ପାଇଁ ରହିଥିଲେ।

୨୨ ଏବଂ ୨୩ ଫେବୃଆରୀରେ ଶ୍ରୀଦେବୀ ହୋଟେଲରେ ଏକୁଟିଆ ଥିଲେ। ସେ ୨୪ ତାରିଖ ଦିନ ଭାରତକୁ ଫେରିଥାନ୍ତେ। ଶ୍ରୀଦେବୀଙ୍କ ଫୋନ ଯେଉଁଥିରେ ଜାନଭୀ କପୁରଙ୍କ ଶପିଂ ତାଲିକା ରହିଥିଲା, ତାହା ରସ-ଅଲ-ଖାଇମାରେ ଛାଡି ଦେଇଥିଲେ। ଏଭଳି ପରିସ୍ଥିତିରେ ସେ ନିଜେ ହୋଟେଲରେ ଆରାମ କରିଥିଲେ। ୨୪ ଫେବୃଆରୀ ସକାଳେ ଶ୍ରୀଦେବୀ ବୋନି କପୁରଙ୍କୁ ଫୋନ କରି ତାଙ୍କୁ ମିସ୍‌ କରୁଥିବା କହିଥିଲେ। ବୋନି ଦୁବାଇ ଯିବା ଯୋଜନା କରିଥିଲେ ହେଁ ତାଙ୍କୁ ସରପ୍ରାଇଜ୍‌ ଦେବାକୁ କହି ନ ଥିଲେ।

ବୋନି ଦୁବାଇରେ ପହଞ୍ଚି ହୋଟେଲରୁ ଏକ ନକଲ ଚାବି ନେଇ ଶ୍ରୀଦେବୀଙ୍କ କୋଠରୀରେ ପ୍ରବେଶ କରି ତାଙ୍କୁ ସରପ୍ରାଇଜ୍‌ ଦେଇଥିଲେ। ବୋନି କପୁରଙ୍କୁ ଦେଖି ଶ୍ରୀଦେବୀ ବହୁତ ଖୁସି ହୋଇ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଦୁହେଁ ଏକ ରୋମାଣ୍ଟିକ ରାତ୍ରୀ ଭୋଜନ ଡେଟ୍‌ରେ ଯିବାକୁ ଯୋଜନା କରିଥିଲେ। ପ୍ରାୟ ଅଧ ଘଣ୍ଟା କଥାବାର୍ତ୍ତା କରିବା ପରେ ଶ୍ରୀଦେବୀ ଗାଧୋଇବାକୁ ବାଥରୁମକୁ ଯାଇହେଲେ ଏବଂ ବୋନି ର ମ୍ୟାଚ ଦେଖିଥିଲେ। ବହୁତ ସମୟ ବିତିଯିବା ପରେ ମଧ୍ୟ ସେ ବାହାରୁ ନ ଥିବାରୁ ବୋନି ତାଙ୍କୁ ଦୁଇଥର ଡାକିଥିଲେ। ହେଲେ କୌଣସି ପ୍ରତିକ୍ରିୟା ମିଳି ନ ଥିଲା।

ବୋନି କପୁର କବାଟ ଭାଙ୍ଗି ଭିତରେ ପଶିଥିଲେ। ହେଲେ ତାଙ୍କ ସମ୍ମୁଖରେ ଥିବା ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଇଥିଲେ। ବାଥଟବ୍‌ରେ ପାଣି ଭର୍ତ୍ତି ହୋଇ ଶ୍ରୀଦେବୀ ଏଥିରେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ବୁଡ଼ି ଯାଇଥିଲେ। ଟବରୁ ପାଣି ଢାଳିବାର କୌଣସି ଚିହ୍ନ ମଧ୍ୟ ନ ଥିଲା। ଏଭଳି ପରିସ୍ଥିତିରେ ଶ୍ରୀଦେବୀ ପ୍ରଥମେ ଚେତାଶୂନ୍ୟ ହୋଇ ବୁଡ଼ି ଯାଇଥିଲେ କିମ୍ବା ପ୍ରଥମେ ବୁଡ଼ି ଯାଇଥିଲେ ଏବଂ ପରେ ଚେତାଶୂନ୍ୟ ହୋଇଯାଇଥିଲେ ତାହା ଜଣା ପଡି ନ ଥିଲା। ବୋନି ତୁରନ୍ତ ତାଙ୍କୁ ବାହାରକୁ ନେଇଥିଲେ, ହେଲେ ବହୁତ ଡେରି ହୋଇଯାଇଥିଲା। ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଭାରତରେ ଜଙ୍ଗଲୀ ନିଆଁ ପରି ବ୍ୟାପିଯାଇଥିଲା। ଦୁବାଇରେ ବୋନି କପୁରଙ୍କୁ ୪୮ ଘଣ୍ଟା ପଚରାଉଚରା କରାଯାଇଥିଲା ଯେଉଁଥିରେ ଲାଇ ଡିଟେକ୍ଟର ସମେତ ବିଭିନ୍ନ ପରୀକ୍ଷା କରାଯାଇଥିଲା। ତେବେ ଶ୍ରୀଦେବୀଙ୍କ ମୃତ୍ୟୁ ଏକ ଆକସ୍ମିକ ମୃତ୍ୟୁ ବୋଲି ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ପାଣିରେ ବୁଡିଯିବା କାରଣରୁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏତେ ବର୍ଷ ପର୍ଯ୍ୟନ୍ତ ଏ ବିଷୟରେ କଥାବାର୍ତ୍ତା ନ କରିବାକୁ ସ୍ଥିର କରିଥିଲି ବୋଲି ବୋନି କପୁର କହିଛନ୍ତି।

ଏହାଛଡ଼ା ଶ୍ରୀଦେବୀ ପରଦାରେ ଭଲ ଦେଖାଯିବା ପାଇଁ କ୍ରାସ ଡାଏଟିଂ କରୁଥିଲେ। ବିବାହ ପରେ ସେ ଅନେକ ଥର ବେହୋସ ହୋଇଯାଇଥିଲେ। ସେ ନିଜ ଖାଦ୍ୟରେ ବିଲକୁଲ୍‌ ଲୁଣ ଖାଉ ନ ଥିଲେ, ଯେଉଁ କାରଣରୁ ରକ୍ତଚାପ କମ ରହୁଥିଲା। ଡାକ୍ତରମାନେ ତାଙ୍କୁ ଅନେକ ଥର ଲୁଣ ଖାଇବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ସେ କାହା କଥା ଶୁଣୁ ନ ଥିଲେ। ଯେତେବେଳେ ନାଗାର୍ଜୁନ ତାଙ୍କ ଅନ୍ତିମ ସଂସ୍କାରକୁ ଆସିଥିଲେ ସେତେବେଳେ ସେ କହିଥିଲେ ଯେ ଫିଲ୍ମର ଶୁଟିଂ ସମୟରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏପରିକି ତାଙ୍କର ଗୋଟିଏ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା। ଯଦିଓ ମୋତେ ଏ ବିଷୟରେ କିଛି ଜଣା ନ ଥିଲା। ଶ୍ରୀଦେବୀ ନିଜ ଝିଅମାନଙ୍କୁ ମଧ୍ୟ କମ ଲୁଣ ଖାଇବାକୁ ପରାମର୍ଶ ଦେଉଥିଲେ। କାରଣ ଅତ୍ୟଧିକ ଲୁଣ ଚେହେରାକୁ ଫ୍ଲଫି କରିଦିଏ। ଏହାଫଳରେ କ୍ୟାମେରାରେ ମୁହଁ ଟିକେ ଓଜନିଆ ଦେଖାଯାଇଥାଏ। ତେବେ ଏହି ଅଭ୍ୟାସ ଏତେ ଗମ୍ଭୀର ହୋଇପାରେ ବୋଲି ଆମର କୌଣସି ଧାରଣା ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri