ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା: ରାତି ୩ରେ ଉଠିବ ମହାଦୀପ

ପୁରୀ ଅଫିସ,୬ା୨:ଫାଲୁଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ଅବସରରେ ବିଭିନ୍ନ ଶୈବପୀଠରେ ପଙ୍କୋଦ୍ଧାର ଏକଦଶୀ ନୀତି ପାଳନ କରାଯିବ। ସେହିପରି ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ବା ଜାଗର ଯାତ୍ରା ପାଳନ ହେବ। ତିଥି ଅନୁଯାୟୀ, ଚଳିତ ମାସ ୧୬ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୧୮ ତାରିଖରେ ମହାଶିବରାତ୍ରୀ ବା ଜାଗର ପଡୁଛି। ଏଥିପାଇଁ ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ଏବଂ ମହାଶିବରାତ୍ରୀର ନୀତି ନିିର୍ଘଣ୍ଟ ହୋଇଛି। ଏ ନେଇ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ପଙ୍କୋଦ୍ଧାର ଏକାଦଶୀ ପୂର୍ବଦିନ ଅର୍ଥାତ ୧୫ ତାରିଖ ରାତି ୨ଟାରେ ପହୁଡ଼ ଦ୍ୱାର ଖୋଲାଯିବ। ରାତ୍ର ୩ଟାରେ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ସମ୍ପନ୍ନ କରାଯିବ। ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ଶ୍ରୀଲୋକନାଥ ଦେବଙ୍କ ସକାଳ ଧୂପ, ୭ଟା ମଧ୍ୟରେ ମଧ୍ୟାହ୍ନ ଧୂପ, ୭ଟାରୁ ୮ଟା ମଧ୍ୟରେ ଏକାଦଶୀ ଦର୍ଶନ ଏବଂ ୮ଟାରୁ ପଙ୍କୋଦ୍ଧାର କାର୍ଯ୍ୟକ୍ରମ କରାଯାଇ ମାଘସ୍ନାନ ନୀତି ଅନୁଷ୍ଠିତ ହେବ। ନୀତି ପରଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ। ରାତ୍ର ୯ଟାରୁ ୧୧ଟା ମଧ୍ୟରେ ଧୂପ, ଅନ୍ୟାନ୍ୟ ନୀତି ଓ ବଡ଼ସିଂହାର ନୀତି ହୋଇ ରାତ୍ର ପହୁଡ଼ କରାଯିବ। ସେହିପରି ଜାଗର ଯାତ୍ରାର କାର୍ଯ୍ୟସୂଚୀ ଅନୁଯାୟୀ, ରାତ୍ର ୧୨ଟା ୩୦ରେ ପହୁଡ଼ ଦ୍ୱାର ଖୋଲାଯିବ। ରାତ୍ର ୧ଟାରୁ ଭୋର ୪ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ଓ ସୂର୍ଯ୍ୟପୂଜା ଇତ୍ୟାଦି ସମ୍ପନ୍ନ ହେବ। ଭୋର ୪ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ। ଶ୍ରୀଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ସ୍ଥାନରେ ପନ୍ତିଭୋଗ ସମ୍ପାଦନ କରି ରାତ୍ର ୧୧ଟା ୩୦ରେ ଶ୍ରୀଲୋକନାଥ ମନ୍ଦିରରେ ପହଞ୍ଚିବେ। ରାତ୍ରି ୧୦ଟାରୁ ରାତ୍ର ୨ଟା ମଧ୍ୟରେ ଲୋକନାଥଙ୍କ ବିଭିନ୍ନ ନୀତି ହେବ। ରାତ୍ର ୨ଟାରୁ ୩ଟା ପର୍ଯ୍ୟନ୍ତ ହରିହର ପୂଜା ଭୋଗ ସମ୍ପନ୍ନ, ଚତୁର୍ଦ୍ଦଶୀ ଭୋଗ, ବଡ଼ ସିଂହାର ବେଶ କରାଯାଇ ରାତି ୩ଟାରେ ମହାଦୀପ ପ୍ରଜ୍ଜଳନ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍‌ ଦେଇ ଭିତରେ ପ୍ରବେଶ କରିବେ। ଠାକୁରଙ୍କୁ ଦର୍ଶନ ପରେ ଅନ୍ୟ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଭକ୍ତଙ୍କ ସୁରକ୍ଷା, ପାନୀୟ ଜଳ, ଆଲୋକ, ପରିମଳ, ଶୌଚାଳୟ ଏବଂ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ଗମ୍ଭୀରା ଭିତରେ ଦୀପ ଜାଳିବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ। ଜାଗର ପଡ଼ିଆରେ ପୋଲିସ ନିୟନ୍ତ୍ରଣ କକ୍ଷ, ଆଶୁ ଚିକିତ୍ସା ଶିବିର, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରଦର୍ଶନୀ, ପୌରସଂସ୍ଥା ଶିବିର, ଜଳ ଯୋଗାଣ କେନ୍ଦ୍ର, ଅଗ୍ନିଶମ ନିୟନ୍ତ୍ରଣ କେନ୍ଦ୍ର ଖୋଲାଯିବ। ଗହଳି ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ଲାଟୁନ ପୋଲିସ ସହ ଅଧିକାରୀମାନେ ମୁତୟନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri