Posted inଖେଳ

ଡେବ୍ୟୁ ଟେଷ୍ଟରେ ମୁଣ୍ଡରେ ଲାଗିଲା ବଲ୍‌: ହସ୍ପିଟାଲ୍‌ରେ ଏହି କ୍ରିକେଟର୍‌

ଗଲ,୨୧।୧୧: ୱେଷ୍ଟଇଣ୍ଡିଜ ଦଳ ୨ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସିରିଜର ପ୍ରଥମ ଟେଷ୍ଟ ଦୁଇ ଦେଶ ମଧ୍ୟରେ ଆଜିଠାରୁ ଗଲରେ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମ ଦିନରେ ପଡ଼ିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୱେଷ୍ଟଇଣ୍ଡିଜ ପାଇଁ ଡେବ୍ୟୁ କରୁଥିବା ଜେରେମି ସୋଲୋଜାନୋ ଫରୱାର୍ଡ ସର୍ଟ ଲେଗରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ବାହାରକୁ ଅଣାଯାଇଥିଲା। ଏହି ଘଟଣା ମ୍ୟାଚର ୨୪ ତମ ଓଭରରେ ଘଟିଥିଲା।
ୱେଷ୍ଟଇଣ୍ଡିଜ ସ୍ପିନର ରୋଷ୍ଟନ ଚେଜ ବୋଲିଂ କରୁଥିବାବେଳେ ଶ୍ରୀଲଙ୍କାର ଅଧିନାୟକ ଡିମୁଥ କରୁଣାତ୍ନେ ବ୍ୟାଟିଂ କରୁଥିଲେ। ଚେଜ ଓଭରର ଚତୁର୍ଥ ବଲ ଟିକେ ଶର୍ଟ ୍‌ ଥିଲା। ଡିମୁଥ ଏହି ବଲ୍‌ରେ ଏକ ପୁଲ୍‌ ଶର୍ଟ ମାରିଥିଲେ। ବଲଟି ସିଧା ସୋଲୋଜାନୋଙ୍କ ହେଲମେଟ ଉପରେ ଯାଇଥିଲା। ସେ ଫରୱାର୍ଡ ସର୍ଟ ଲେଗରେ ଫିଲ୍ଡିଂ କରୁଥିଲେ। କରୁଣାତ୍ନେ ଏତେ ଶକ୍ତିଶାଳୀ ଶଟ ଖେଳିଥିଲେ ଯେ ସୋଲୋଜାନୋଙ୍କ ହେଲମେଟର ପଛ ପଟେ ବାଜିବାରୁ ସେ ତଳେ ପଡ଼ିଯାଇଥିଲେ।
ସୋଲୋଜାନୋ ତଳେ ପଡ଼ିଯିବା ମାତ୍ରେ ଫିଜିଓ ପଡିଆକୁ ଦୌଡ଼ିଯାଇ ତାଙ୍କୁ ପ୍ରଥମେ ଚିକିତ୍ସା କରିଥିଲେ। ତାଙ୍କ ମୁଣ୍ଡକୁ ଏକ ତଉଲିଆରେ ଚାପି ଦିଆଗଲା। ସେହି ସମୟରେ ସମଗ୍ର ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଏବଂ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ମୁହଁରେ ଭୟ ଖେଳିଯାଇଥିଲା। ତାଙ୍କ ଖେଳାଳିମାନେ ଆହତ ହୋଇଥିବାର ଦେଖି କୋଚ ଫିଲ ସିମନ୍ସ ମଧ୍ୟ ତୁରନ୍ତ ଡ୍ରେସିଂ ରୁମରୁ ପଡ଼ିଆରେ ପହଞ୍ଚିଥିଲେ। ଅବଶ୍ୟ, ଫିଜିଓଙ୍କ ଚିକିତ୍ସା ପରେ ମଧ୍ୟ ସୋଲୋଜାନୋଙ୍କ ଅବସ୍ଥାରେ କୌଣସି ବିଶେଷ ଉନ୍ନତି ହୋଇପାରିଲା ନାହିଁ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ଡିମୁଥ କରୁଣାତ୍ନେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri