Posted inଖେଳ

ଆଫଗାନିସ୍ତାନକୁ ହରାଇଲା ଶ୍ରୀଲଙ୍କା

ଦୁବାଇ,୪ା୯: ଏସଆ କପ୍‌ ଟି୨୦ କ୍ରିକେଟ ମୁକାବିଲାର ସୁପର-୪ ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା। ୧୭୬ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ୬ଟି ବଲ୍‌ ବାକିଥାଇ ୬ ଉଇକେଟ ହରାଇ ଜିତି ନେଇଛି। ଏହା ସହିତ ଲିଗ୍‌ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେଇଛି। ଭାନୁକା ରାଜପକ୍ଷା ୧୪ ବଲରୁ ଦ୍ରୁତ ୩୧ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଶାଲ ମେଣ୍ଡିସ୍‌(୩୬), ପାଥୁମ୍‌ ନିସଙ୍କା(୩୫) ଓ ଧନୁଷ୍କା ଗୁଣଥିଲକା(୩୩) ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ୧୯ ଓଭରର ଅନ୍ତିମ ବଲ୍‌ରେ ଚୌକା ମାରି ହସରଙ୍ଗା(୧୬) ଦଳକୁ ଜିତାଇଥିଲେ। ରାଜପକ୍ଷେଙ୍କ ଇନିଂସରେ ୪ ଚୌକା ଓ ୧ ଛକା ସାମିଲ ଥିଲା। ଶ୍ରୀଲଙ୍କା ପକ୍ଷରୁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ। ତେବେ ୫ ବ୍ୟାଟରଙ୍କ ଉପଯୋଗୀ ଅବଦାନ ରହିଥିଲା। ୧୯ ବଲରୁ ୩୬ ରନ୍‌ କରିଥିବା କୁଶାଲ ୨ଚୌକା ଓ ୩ ଛକା ମାରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜିବୁର ରେହମାନ ଓ ନବୀନ ଉଲ ହକ୍‌ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଶିଦ୍‌ ଖାନ୍‌ ଓ ମହମ୍ମଦ ନବି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଟସ୍‌ ଜିତି ଶ୍ରୀଲଙ୍କା ବୋଲିଂ କରିଥିବା ବେଳେ ଓପନର ରହମାନଓ୍ବାଲା ଗୁରବାଜ ୮୪ ରନ୍‌ର ଇନିଂସ ସହିତ ଆଫଗାନିସ୍ତାନ ୧୭୫ ରନ କରିଥିଲା। ହଜରତଉଲ୍ଲା ଜଜାଇ(୧୫) ଓ ଗୁରବାଜ ପ୍ରଥମ ଉଇକେଟରେ ୪୬ ରନ୍‌ ଯୋଡ଼ିଥିଲେ। ଜଜାଇଙ୍କୁ ବୋଲ୍ଡ କରି ଦିଲଶାନ ମଧୁଶଙ୍କା ଏହି ଯୋଡ଼ି ଭାଙ୍ଗିଥିଲେ। ଇବ୍ରାହିମ୍‌ ଜାଦ୍ରାନ(୪୦)ଙ୍କୁ ସାଥୀ କରି ତୃତୀୟ ଉଇକେଟରେ ଗୁରବାଜ ୯୩ ରନ୍‌ ଯୋଡ଼ିଥିଲେ। ଗୁରବାଜ ୪୫ ବଲ ଖେଳି ଧୂଆଁଧାର ୮୪ ରନ୍‌ କରିଥିଲେ। ଏହି ଇନିଂସରେ ୪ ଚୌକା ଓ ୬ ଛକା ସାମିଲ ରହିଥିଲା। ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶଙ୍କା ସର୍ବାଧିକ ଦୁଇଟି ଉଇକେଟ ନେଇଛନ୍ତି। ଆସିଥା ଫର୍ନାଣ୍ଡୋ ଓ ମହୀଷ ତୀକ୍ଷଣା ଅନ୍ୟ ଦୁଇଟି ଉଇକେଟ ସେମାନଙ୍କ ମଧ୍ୟରେ ବାଣ୍ଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri