ଭାରତ-ଚାଇନା ସହିତ ସମ୍ପର୍କ ନେଇ ଦ୍ୱନ୍ଦ୍ୱରେ ଶ୍ରୀଲଙ୍କା…

କଲମ୍ବୋ, ୨୫।୯ : ଶ୍ରୀଲଙ୍କାର ରାନିଲ ବିକ୍ରମସିଂଘେ ସରକାର ଖୁବ ଶୀଘ୍ର ଉଭୟ ଭାରତ ଏବଂ ଚାଇନା ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବେ। ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ) କୁ ଚୂଡ଼ାନ୍ତ କରିବା ପାଇଁ ଭାରତ ସହିତ ଆଲୋଚନା ହେବ। ଏହର ସହିତ ଚାଇନା ସହିତ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ ଚର୍ଚ୍ଚା ହେବ।

ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ଯେ ଉଭୟ ଦେଶ ସହ ଆଲୋଚନା ଆରମ୍ଭ କରିବା ପଛରେ ବିକ୍ରମସିଂଘେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଏକ ବାର୍ତ୍ତା ପଠାଇବା ଯେ ଏହା ଉଭୟ ଭାରତ ଏବଂ ଚାଇନାକୁ ସମାନ ଗୁରୁତ୍ୱ ପ୍ରଦାନ କରୁଛି। ସେ ସୂଚାଇ ଦେବାକୁ ଚାହାଁନ୍ତି ଯେ ଉଭୟଙ୍କ ମଧ୍ୟରୁ କାହା ପ୍ରତି ତାଙ୍କର ଅଧିକ ସମ୍ପର୍କ ନାହିଁ ।

ଶ୍ରୀଲଙ୍କା ବର୍ତ୍ତମାନ ଆର୍ଥିକ ସଙ୍କଟରେ ଅଛି। ଋଣ ଭାର ବଢ଼ି ଚାଲିଛି। ଏଥିରୁ ମୁକ୍ତିର ବାଟ ଖୋଜା ଚାଲିଛି। ଛନ୍ତି। ଶ୍ରୀଲଙ୍କାକୁ ଋଣ ଦେଇଥିବା ଦେଶମାନଙ୍କ ମଧ୍ୟରେ ଭାରତ ଏବଂ ଚାଇନା ରହିଛନ୍ତି। ବିଶ୍ଳେଷକଙ୍କ କହିବାନୁସାରେ, ଭାରତ ଏବଂ ଚାଇନ ମଧ୍ୟରେ ଥିବା ତିକ୍ତତା ଯୋଗୁଁ ଶ୍ରୀଲଙ୍କାର ସମସ୍ୟା ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ସେ ଉଭୟ ଦେଶ ସହିତ ସମ୍ପର୍କ ଖରାପ କରିବାକୁ ଚାହୁଁନି।

ବିଶ୍ଳେଷକଙ୍କ ଅନୁଯାୟୀ ଭାରତକୁ ଆମେରିକାର ସମର୍ଥନ ରହିଛି। ସେଥିପାଇଁ ଭାରତକୁ ଖୁସି ରଖିବା ଶ୍ରୀଲଙ୍କା ପାଇଁ ବାଧ୍ୟତାମୂଳକ। ଅପରପକ୍ଷରେ, ଯଦି ଚାଇନା ଋଣ ରିହାତି ଦେବାକୁ ପ୍ରସ୍ତୁତ ନହେଲେ ଆଇଏମଏଫର ଋଣ ଅଟକି ଯାଇପାରେ। ସେଥିପାଇଁ ବିକ୍ରମସିଂଘେ ସରକାର ଉଭୟ ଦେଶଙ୍କ ସହିତ ବାଣିଜ୍ୟ ଆଲୋଚନା ଏକାସାଙ୍ଗରେ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୫ରେ ଶ୍ରୀଲଙ୍କା ଭାରତ ସହ ସିଇପିଏ ଉପରେ ଆଲୋଚନା ବନ୍ଦ କରିଦେଇଥିଲା। ପରେ ୨୦୧୬ରେ ଶ୍ରୀଲଙ୍କା ସରକାର ଏକ ନୂତନ ଅର୍ଥନୈତିକ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଚୁକ୍ତିନାମା ଉପରେ ଭାରତ ସହ ଆଲୋଚନା ଆରମ୍ଭ କରିଥିଲେ। କିନ୍ତୁ ଏହାକୁ ଟ୍ରେଡ ୟୁନିଅନ ମଧ୍ୟ ବିରୋଧ କରିଥିଲେ, ଏହି କାରଣରୁ ଏହି ବୁଝାମଣା ମଧ୍ୟ ବନ୍ଦ ହୋଇଯାଇଥିଲା। ଅପରପକ୍ଷରେ, ଶ୍ରୀଲଙ୍କାର ଚାଇନା ସହିତ ଏଫଟିଏ ଉପରେ ଆଲୋଚନା ୨୦୧୮ରେ ବନ୍ଦ ହୋଇଯାଇଥିଲା। ଏହାର କାରଣ ହେଉଛି ଶ୍ରୀଲଙ୍କା ଦାବ କରିଥିଲା ଯେ ୧୦ ବର୍ଷ ପରେ ଏଫଟିଏ ସମୀକ୍ଷା କରାଯାଉ। ଚୀନ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri