Categories: ଖେଳ

ଶ୍ରୀଲଙ୍କାକୁ ୨୦୦ ରନ୍‌ର ଟାର୍ଗେଟ୍‌

ଲକ୍ଷ୍ନୌ,୨୪।୨: ଅଟଳ ବିହାରୀ ବାଜପେୟୀକ୍ରିକେଟ ଷ୍ଟାଡିୟମରେ ଗୁରୁବାର ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୧୯୯ ରନ୍‌ କରିଛି। ଏନେଇ ଶ୍ରୀଲଙ୍କା ଆଗରେ ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ।

ଅନ୍ୟପକ୍ଷେ ଫର୍ମକୁ ଫେରିଛନ୍ତି ଈଶାନ କିଶନ। କିଶନଙ୍କ ବିସ୍ଫୋରକ ଇନିଂସ ସାଙ୍ଗକୁ ଅଧିନାୟକ ରୋହିତ ଶର୍ମା ଏବଂ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୧୯୯ ରନ୍‌ କରିଛି। ଈଶାନ ସର୍ବାଧିକ ୮୯ (୫୬ ବଲ, ୧୦ ଚଉକା, ୩ ଛକା) ରନ କରିଥିଲେ। ଶ୍ରୀଲଙ୍କା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରୋହିତ ଏବଂ ଈଶାନ।

Share