Posted inଖେଳ

ସିରିଜ ବରାବର ସ୍ଥିତିକୁ ଆଣିଲା ଶ୍ରୀଲଙ୍କା

କୁଲିଜ୍‌ (ଆଣ୍ଟିଗୁଆ), ୭ା୩ (ଏପି)- ଶ୍ରୀଲଙ୍କା ସ୍ପିନରଙ୍କ ପ୍ରଭାବୀ ବୋଲିଂ ଯୋଗୁ ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ଶ୍ରୀଲଙ୍କା ୪୩ ରନରେ ଜିତିନେଇଛି। ଫଳରେ ଦୁଇ ଦଳ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲି ଆସିଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ବିନିମୟରେ ୧୬୦ ରନ କରିଥିଲା। ଓ୍ବାନିଣ୍ଡୁ ହସରଙ୍ଗା, ଆକିଲା ଧନଞ୍ଜୟ ଓ ଦାନୁଷ୍କା ଗୁଣତିଳକା ମିଳିତ ଭାବେ ୮ ଉଇକେଟ ଦଖଲ କରିବାରୁ ଘରୋଇ ଦଳ ୧୮.୪ ଓଭରରେ ୧୧୭ ରନ କରି ଅଲଆଉଟ ହୋଇଯାଇଥିଲା। କୁଲିଜ୍‌ଠାରେ ନିହାତି ବିଜୟ ଆବଶ୍ୟକ କରୁଥିବା ଶ୍ରୀଲଙ୍କା ଏହି ମ୍ୟାଚ ପାଇଁ ଦଳରେ ୪ ସ୍ପିନର ଖେଳାଇଥିଲା। ମନ୍ଥର ପିଚ୍‌ ଯୋଗୁ ବଡ଼ ଶଟ୍‌ ଖେଳିବା ବ୍ୟାଟ୍ସମ୍ୟାନମାନଙ୍କ ପକ୍ଷେ କଷ୍ଟକର ଥିଲା। ନିୟମିତ ଭାବେ ଉଇକେଟ ପତନ ଘଟିବାରୁ ଓ୍ବେଷ୍ଟଇଣ୍ଡିଜ ସ୍କୋରିଂ ମୁମେଣ୍ଟମ ବଜାୟ ରଖିବାରେ ସକ୍ଷମ ହୋଇପାରି ନ ଥିଲା। ପ୍ରଥମ ମ୍ୟାଚରେ ହ୍ୟାଟ୍ରିକ ଅର୍ଜନ ସହ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କୁ ଗୋଟିଏ ଓଭରରେ ୬ ଛକା ମାରିବା ସୁଯୋଗ ଦେଇଥିବା ଧନଞ୍ଜୟ ପାଓ୍ବାରପ୍ଲେରେ ୪ ଓଭର ବୋଲିଂ କରି ୧୩ ରନ ବିନିମୟରେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ ଖେଳି ନ ଥିବା ବାମହାତୀ ରିଷ୍ଟ ସ୍ପିନର ଲକ୍ଷଣ ସଣ୍ଡାକନ ୩.୪ ଓଭର ବୋଲିଂ କରି ମାତ୍ର ୧୦ ରନ ବିନିମୟରେ ୩ ଉଇକେଟ ନେଇଥିଲେ। ତନ୍ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କିରନ ପୋଲାର୍ଡ (୧୩ରନ)ଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଅନ୍ତର୍ଭୁକ୍ତ। ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହସରଙ୍ଗା ତାଙ୍କ ୪ ଓଭର ବୋଲିଂରେ ୧୭ ରନ ବିନିମୟରେ ୩ ଉଇକେଟ ହାସଲ କରିଥିଲେ। ଶ୍ରୀଲଙ୍କା ଇନିଂସରେ ସେ ୧୯ରନ କରି ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ଇନିଂସ: ୨୦ ଓଭରରେ ୧୬୦/୬ (ଦାନୁଷ୍କା ଗୁଣତିଳକା-୫୬, ପାଥୁମ ନିଶାଙ୍କା-୩୭, ଆଶେନ ବାନ୍ଦରା-୨୧, ଡ୍ବେନ ବ୍ରାଭୋ-୨/୨୫)।
ଓ୍ବେଷ୍ଟଇଣ୍ଡିଜ ଇନିଂସ: ୧୮.୪ ଓଭରରେ ୧୧୭/ଅଲଆଉଟ (ଓବେଡ୍‌ ମ୍ୟାକ୍‌କଏ-୨୩, ଲେଣ୍ଡଲ ସିମନ୍ସ-୨୧; ଲକ୍ଷଣ ସଣ୍ଡାକନ-୩/୧୦, ଓ୍ବାନିଣ୍ଡୁ ହସରଙ୍ଗା-୩/୧୭, ଦୁଶ୍ମନ୍ତ ଚାମିରା-୨/୨୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri